ETV Bharat / sports

ଟି20 ବିଶ୍ୱକପ ଚମ୍ପିଆନ୍ ଟିମ୍ ଇଣ୍ଡିଆ; ଅନୁଷ୍କାଙ୍କୁ କ୍ରେଡିଟ୍ ଦେଲେ କୋହଲି, ଲେଖିଲେ ହୃଦୟସ୍ପର୍ଶୀ ନୋଟ୍ - Virat Kohli On Anushka Sharma

author img

By ETV Bharat Odisha Team

Published : Jul 1, 2024, 1:33 PM IST

Virat Kohli On Anushka Sharma: ଭାରତର ଟି-20 ବିଶ୍ୱକପ ବିଜୟ ପରେ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ କିଙ୍ଗ କୋହଲି ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିଜୟର ଶ୍ରେୟ ଦେବା ସହ କୃତଜ୍ଞତା ଜଣାଇଛନ୍ତି ।

ଟି20 ବିଶ୍ୱ କପରେ ସଫଳତା; ଅନୁଷ୍କାଙ୍କୁ ଶ୍ରେୟ ଦେଲେ ବିରାଟ, ଲେଖିଲେ ହୃଦୟସ୍ପର୍ଶୀ ନୋଟ୍
ଟି20 ବିଶ୍ୱ କପରେ ସଫଳତା; ଅନୁଷ୍କାଙ୍କୁ ଶ୍ରେୟ ଦେଲେ ବିରାଟ, ଲେଖିଲେ ହୃଦୟସ୍ପର୍ଶୀ ନୋଟ୍ (Virat Kohli Instagram handle)

ହାଇଦ୍ରାବାଦ: ନିକଟରେ ଭାରତ ଟି-୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଛି । ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟକୁ ସମଗ୍ର ଦେଶ ପାଳନ କରୁଛି । ଏହି ସମୟରେ ବିରାଟ କୋହଲିଙ୍କୁ ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ଯାହା ପରେ ବିରାଟଙ୍କ ପାଇଁ ଅନୁଷ୍କା ରୋମାଣ୍ଟିକ ପୋଷ୍ଟ ଲେଖି ଶୁଭେଚ୍ଛା ଜଣାଇଥିଲେ । ବର୍ତ୍ତମାନ ଏହି ସମସ୍ତ ସଫଳତାର ଶ୍ରେୟ ବିରାଟ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଇଛନ୍ତି । ବିରାଟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ।

ବିରାଟ ନିଜ ଇନଷ୍ଟାଗ୍ରାମରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏଥିସହ ଏକ ହୃଦୟସ୍ପର୍ଶୀ ନୋଟ ମଧ୍ୟ ଲେଖିଛନ୍ତି । ବିରାଟ ଲେଖିଛନ୍ତି, ''ମୋର ପ୍ରେମ, ତୁମ ବିନା ଏହା କିଛି ସମ୍ଭବ ହୋଇ ନଥାନ୍ତା । ତୁମେ ମୋତେ ନମ୍ର ରଖ ଏବଂ ତୁମେ ସର୍ବଦା ସଚ୍ଚୋଟତାର ସହ କଥା ହୁଅ । ମୁଁ ତୁମ ପାଇଁ ଅଧିକ କୃତଜ୍ଞ । ଏହି ବିଜୟ ଯେତିକି ମୋର, ସେତିକି ତୁମର । ତୁମେ ମୋ ଜୀବନର ଅଂଶ ହୋଇଥିବାରୁ ଅନୁଷ୍କା ଶର୍ମା ଧନ୍ୟବାଦ ଏବଂ ମୁଁ ତୁମକୁ ଭଲ ପାଏ ।''

କହିରଖୁଛୁ କି, ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଥିଲା । ମ୍ୟାଚ ଜିତିବା ପରେ ବିରାଟ ନିଜ ପରିବାର ସହ ଭିଡିଓ କଲରେ କଥା ହୋଇଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପରେ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, ''ମୁଁ ଏହି ଲୋକକୁ ଭଲପାଉଛି । ବିରାଟ ତୁମକୁ ମୋ ଘର କହିବା ବେଳେ ମୋତେ ଅଧିକ ଖୁସି ଲାଗିଥାଏ । ବହୁତ ବହୁତ ଧନ୍ୟବାଦ ଏବଂ ଶୁଭେଚ୍ଛା ।''

ଏହା ମଧ୍ୟ ପଢନ୍ତୁ: ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ

ପ୍ରକାଶ ଥାଉ କି, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ 2017 ମସିହା ଡିସେମ୍ବର 11 ତାରିଖରେ ହୋଇଥିଲା । ଏହାପରେ, ଗତ 2021 ମସିହା ଜାନୁଆରୀ 11 ତାରିଖରେ ଏହି ଷ୍ଟାର ଦମ୍ପତ୍ତି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଝିଅର ନାଁ ଭାମିକା ରଖିଥିଲେ । ଏହାପରେ ଗତ କିଛିମାସ ହେବ ବିରାଟ ଓ ଅନୁଷ୍କା ଦ୍ବିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଯଦିଓ ଏହାକୁ ଗୁପ୍ତ ରଖାଯାଇଥିଲା, ହେଲେ ଏହି କାରଣରୁ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ । ତେବେ ବର୍ତ୍ତମାନ ଏହି ଘଟଣା ସେମାନେ ନିଜେ ଜଣାଇଛନ୍ତି । ଏବେ ଏହି ଷ୍ଟାର ଦମ୍ପତି ଉଭୟ ଏକ ପୁତ୍ର ଓ କନ୍ୟା ସନ୍ତାନର ଅଭିଭାବକ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.