ଓଡିଶା

odisha

କୋରୋନା କାଳରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରେକର୍ଡ ଦର୍ଶକ

By

Published : Apr 25, 2021, 11:00 PM IST

ଗତ ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଇଥିବା ଏକ ଟି20 ମ୍ୟାଚରେ ଦର୍ଶକ ସଂଖ୍ୟାକୁ ଟପିଯାଇଛି ଏମସିଜିର ଏକ ଫୁଟବଲ ମ୍ୟାଚ । ଅଧିକ ପଢନ୍ତୁ..

78,113 attend Australian Rules match to set pandemic record
କୋରୋନା କାଳରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରେକର୍ଡ ଦର୍ଶକ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଫୁଟବଲ ଲିଗ୍‌ରେ 78,000 ଦର୍ଶକ ସହ ରବିବାର ସର୍ବାଧିକ ଦର୍ଶକ ରେକର୍ଡ ହୋଇଛି । ରବିବାର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ କଲିଂଉଡ ଓ ଇସେଣ୍ଡନ ବିପକ୍ଷ ମ୍ୟାଚ୍‌ରେ କୋରୋନା ମହାମାରୀ ସମୟରେ ସର୍ବାଧିକ 78,000 ଫୁଟବଲ ଫ୍ୟାନ୍ସ ମ୍ୟାଚ ଦେଖିଛନ୍ତି ।

ଫଳରେ ଗତ ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଇଥିବା ଏକ ଟି20 ମ୍ୟାଚରେ ଦର୍ଶକ ସଂଖ୍ୟାକୁ ଟପିଯାଇଛି । ଏହି ମ୍ୟାଚକୁ ଷ୍ଟାଡିୟମରେ 67,000 ଦର୍ଶକ ଦେଖିଥିଲେ ।

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡର ଦର୍ଶକ କ୍ଷମତା 1,00000 ରହିଛି । ଭିକ୍ଟୋରିଆ ସରକାର ରବିବାର ମ୍ୟାଚରେ ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଦର୍ଶକ କ୍ଷମତାର 85 ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details