ETV Bharat / sports

କାହିଁକି ଟି-20 ବିଶ୍ବକପରେ ଭାରତ ବିପକ୍ଷରେ ବାଦପଡିଥିଲେ ବାଂଲାଦେଶ ଉପ-ଅଧିନାୟକ ତସ୍କିନ୍, ସାମ୍ନାକୁ ଆସିଲା ରୋଚକ କଥା... - Taskin Ahmed missed World Cup match

author img

By ETV Bharat Odisha Team

Published : Jul 3, 2024, 11:59 AM IST

Updated : Jul 3, 2024, 12:53 PM IST

Taskin Ahmed missed T20 World Cup 2024 match: ହୋଟେଲରେ ଅଧିକ ସମୟ ପାଇଁ ଶୋଇପଡିବାରୁ ଟିମ୍ ବସକୁ ଟାଇମରେ ଆସିପାରିଲେ ନାହିଁ। ଫଳରେ ଟି-20 ବିଶ୍ବକପ ମ୍ୟାଚରୁ ପଡିଲେ ବାଦ । ଏଭଳି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟା ସତ ।

Taskin Ahmed
Taskin Ahmed (ETV Bharat odisha)

ହାଇଦ୍ରାବାଦ: ବାଃ ବାଃରେ କ୍ରିକେଟର । ବିଶ୍ବକପ ମ୍ୟାଚ ନଖେଳି ଶୋଇପଡିଲେ । ହୋଟେଲରେ ଅଧିକ ସମୟ ପାଇଁ ଶୋଇପଡିବାରୁ ଟିମ୍ ବସକୁ ଟାଇମରେ ଆସିପାରିଲେ ନାହିଁ। ଫଳରେ ଟି-20 ବିଶ୍ବକପ ମ୍ୟାଚରୁ ପଡିଲେ ବାଦ । ଏଭଳି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟା ସତ । ଶୋଇପଡିଲେ ବୋଲି ବିଶ୍ବକପରେ ଦେଶ ପାଇଁ ଖେଳି ପାରିଲେ ନାହିଁ । ସେ ପୁଣି ସୁପର-8 ଷ୍ଟେଜରେ ଭାରତ ବିପକ୍ଷରେ । ଆମେ କହୁଛୁ ବାଂଲାଦେଶ ଟିମର ପେସର ତସ୍କିନ୍ ଅହମ୍ମଦଙ୍କ କଥା ।

ଆହତ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଭାରତ ବିପକ୍ଷ ସୁପର 8 ମୁକାବିଲାରୁ ବାଦ ପଡିନଥିଲେ ବାଂଲାଦେଶ ଦଳର ଉପ ଅଧିନାୟକ ତସ୍କିନ୍ ଅହମ୍ମଦ । ଗ୍ରୁପ ଷ୍ଟେଜରେ ଦମଦାର କ୍ରିକେଟ ଖେଳ ପ୍ରଦର୍ଶନ କରି ସୁପର 8ରେ ପହଞ୍ଚିଥିଲା । ଏପରିକି ସେମି ଫାଇନାଲକୁ ଯିବାକୁ ସୁଯୋଗ ଥିବାବେଳେ ଆଫଗାନିସ୍ତାନଠୁ ପରାଜୟ ପରେ ଦଳ ବିଶ୍ବକପରୁ ବିଦୟ ନେଇଥିଲା ।

ତେବେ ଭାରତ ବିପକ୍ଷ ସୁପର 8 ମ୍ୟାଚରେ ପରାଜିତ ହୋଇଥିଲା ବାଂଲା ଟିମ୍ । ମ୍ୟାଚ ପାଇଁ ବାଂଲା ଟାଇଗର ଟିମକୁ ପ୍ଲେଇଙ୍ଗ୍ ଏକାଦଶରେ ପରିବର୍ତ୍ତନ କରିବାକୁ ପଡିଥିଲା । ପେସର ତସ୍କିନ ଅହମ୍ମଦ ଦଳରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ଜାକିର ଅଲ୍ଲିକୁ ଖେଳାଇଥିଲା ଦଳ । ତେବେ ପ୍ରଥମେ ଏହି ନିଷ୍ପତ୍ତି ନେଇ ସୂଚନା ମିଳିନଥିଲା ବର୍ତ୍ତମାନ ଏହି ଖବର ଆସିବା ପରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବାଂଲାଦେଶ ଟିମ୍ ମ୍ୟାଚର ଶେଷ ମୂହୁର୍ତ୍ତରେ ପରିବର୍ତ୍ତନ କରିଥିଲେ । କାରଣ ତସ୍କିନ ଅହମ୍ମଦ ହୋଟେଲରେ ଅଧିକ ସମୟ ଶୋଇପଡିଥିଲେ । 29 ବର୍ଷୀୟ ବୋଲର ଠିକ୍ ସମୟରେ ବସରେ ପହଞ୍ଚିପାରିନଥିଲେ । 10.30 ସମୟରେ ମ୍ୟାଚ ଥିବା ବେଳେ 9ଟା ସମୟରେ ଗ୍ରାଉଣ୍ଡରେ ପହଞ୍ଚିବାର ଥିଲା । କିନ୍ତୁ ଅଧିକ ସମୟ ଶୋଇପଡିବା କାରଣରୁ ଠିକ୍ ସମୟରେ ପହଞ୍ଚିପାରି ନଥିଲେ ତସ୍କିନ । ତେବେ ଏହି ମ୍ୟାଚ ବାଂଲାଦେଶ 50 ରନରେ ଭାରତ ଠାରୁ ହାରିଥିଲା । ଏପଟେ ପରେ ଏହି ଘଟଣା ପାଇଁ ଦଳକୁ କ୍ଷମା ମାଗିଥିଲେ ତସ୍କିନ ଅହମ୍ମଦ । ତେବେ ସୁପର 8 ମ୍ୟାଚରେ ବାଂଲାଦେଶ ପାଇଁ ସେମି ସୁଯୋଗ ଥିବା ବେଳେ ଦଳ ଆଫଗାନିସ୍ତାନଠୁ ହାରି ବିଶ୍ବକପରୁ ବାଦ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2024, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.