ETV Bharat / sports

ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ବଦଳିଲା ଭାରତୀୟ ଦଳ: ଜାଣନ୍ତୁ କାହାକୁ ମିଳିଲା ମୌକା, କିଏ ପଡ଼ିଲେ ବାଦ ? - Indian Team tour of Zimbabwe

author img

By ETV Bharat Odisha Team

Published : Jul 2, 2024, 7:03 PM IST

Indian Team tour of Zimbabwe: ଜିମ୍ବାୱେ ବିପକ୍ଷ ପ୍ରଥମ 2ଟି ମ୍ୟାଚ୍‌ ପାଇଁ ବଦଳିଲା ଭାରତୀୟ ସ୍କ୍ବାଡ୍‌ । ଜାଣନ୍ତୁ କାହା ବଳରେ କାହାକୁ ମିଳିଲା ସୁଯୋଗ,

Indian Team tour of Zimbabwe
Indian Team tour of Zimbabwe (ETV Bharat Odisha)

ନୂଆଦିଲ୍ଲୀ: ଟି20 ବିଶ୍ବକପ୍‌ 2024 ଚମ୍ପିଆନ ହୋଇଛି ଭାରତ । ଏହାପରେ ଅନ୍ତର୍ଜାତୀୟ ଟି20 କ୍ରିକେଟରୁ ଅବସର ନେଇଛନ୍ତି ଭାରତୀୟ ଭେଟେରାନ କ୍ରିକେଟର ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି । ଏହାପରେ ଭାରତୀୟ ଟି20 କ୍ରିକେଟ୍‌ରେ ଆରମ୍ଭ ହେବ ପରବର୍ତ୍ତୀ ଅଧ୍ୟାୟ । ଏହି ଅଧ୍ୟାୟରେ ପ୍ରଥମ ମ୍ୟାଚ୍‌ ଜିମ୍ବାୱେ ସହ ଖେଳିବ ଭାରତ । ଆସନ୍ତା 6ରୁ 14 ଜୁଲାଇ ପର୍ଯ୍ୟନ୍ତ 5 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ ଖେଳିବା ପାଇଁ ଜିମ୍ବାୱେ ଗସ୍ତ କରିଛି ଟିମ୍‌ ଇଣ୍ଡିଆ । ଟି20 ବିଶ୍ବକପ୍‌ ସ୍କ୍ବାଡ୍‌ରେ ଥିବା ଖେଳାଳିଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଥିବାବେଳେ ଏଥିରେ ଯୋଡ଼ି ହୋଇଛନ୍ତି ଆଉ 3 ଯୁବ ତାରକା ।

ଜିମ୍ବାୱେ ବିପକ୍ଷ ଟି20 ଶୃଙ୍ଖଳା ଖେଳିବା ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଛନ୍ତି । ଏହାରି ଭିତରେ ଆସିଛି ଏକ ବଡ଼ ଅପ୍‌ଡେଟ୍‌ । ଜିମ୍ବାୱେ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦଳରେ ପରିବର୍ତ୍ତନ କରିଛି ବିସିସିଆଇ । ବିସିସିଆଇର ଆଧିକାରିକ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ସଦ୍ୟ ପ୍ରକାଶିତ ଖବର ଅନୁଯାୟୀ ବାମହାତି ବ୍ୟାଟର ସାଇ ସୁଦର୍ଶନ, ୱିକେଟ୍‌ କିପର ଓ ବ୍ୟାଟର ଜିତେଶ ଶର୍ମା ଓ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ଟି20 ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଏହି 3 ଖେଳାଳିଙ୍କୁ ଭାରତୀୟ ବିଶ୍ବକପ୍‌ ଦଳରେ ରହିଥିବା ସଞ୍ଜୁ ସାମ୍‌ସନ୍‌, ଶିବମ ଦୁବେ ଓ ଯଶସ୍ବୀ ଜୟସ୍ବାଲଙ୍କ ସ୍ଥାନରେ ସାମିଲ କରାଯାଇଛି । ଘୂର୍ଣ୍ଣିଝଡ଼ କାରଣରୁ ବାରବାଡୋସରେ ବିଶ୍ବ ବିଜୟୀ ଭାରତୀୟ ଦଳ ଫସି ରହିଛି । ତେଣୁ ସାମ୍‌ସନ୍‌, ଦୁବେ ଓ ଜୟସ୍ବାଲ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଏବେ ଭାରତୀୟ ଦଳରେ ଯୋଗ ଦେବା ସମ୍ଭବ ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଡୋସରେ ଭୟଙ୍କର ଘୂର୍ଣ୍ଣିଝଡ; ସ୍ବଦେଶ ଫେରିବା ଚିନ୍ତାରେ ବିଶ୍ୱ ଚମ୍ପିଆନ ଟିମ୍‌ ଇଣ୍ଡିଆ, ଚାର୍ଟାଡ୍ ବିମାନ ପଠାଇବ ବିସିସିଆଇ - Hurricane Beryl

ଏହି ଖବର ପ୍ରକାଶ କରି ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ପୁରୁଷ କ୍ରିକେଟ ଚୟନ କମିଟି ଜିମ୍ବାୱେ ବିପକ୍ଷ ପ୍ରଥମ ଦୁଇଟି ଟି20 ମ୍ୟାଚ୍‌ ପାଇଁ ଦଳରେ ସଞ୍ଜୁ ସାମସନ୍‌, ଶିବମ୍‌ ଦୁବେ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ସାମିଲ କରିଛନ୍ତି । ଜିମ୍ବାୱେ ଯାଉଥିବା ଦଳରେ ସାମସନ୍‌, ଦୁବେ ଏବଂ ଜୟସ୍ବାଲ ସାମିଲ କରାଯାଇଥିଲା । ହେଲେ ଝଡ଼ ତୋଫାନ କାରଣରୁ ସେମାନେ ଟି20 ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳ ସହ ବାରବାଡୋସ୍‌ରେ ଫସିଯାଇଛନ୍ତି । ଏହି ତିନି ଖେଳାଳି ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ହରାରେ (ଜିମ୍ବାୱେର ରାଜଧାନୀ) ଗସ୍ତ କରିବା ପୂର୍ବରୁ ଭାରତୀୟ ଦଳ ସହ ପ୍ରଥମେ ଭାରତ ଫେରିବେ । 5 ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ 6ରୁ 14 ଜୁଲାଇ ମଧ୍ୟରେ ହରାରେ ସ୍ପୋର୍ଟ୍ସ କ୍ଲବ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଦଳର ଅନ୍ତରୀଣ ପ୍ରଶିକ୍ଷକ ଭିଭିଏସ୍‌ ଲକ୍ଷ୍ଣଣଙ୍କ ସହ ଭାରତୀୟ ଦଳ ସୋମବାର ବିଳମ୍ବିତ ରାତିରେ ଜିମ୍ବାୱେ ଗସ୍ତ କରିଛି ।

ଅନ୍ୟପଟେ, ଟି20 ବିଶ୍ବକପ୍‌ ବିଜେତା ଭାରତୀୟ ଦଳ ବୁଧବାର ସନ୍ଧ୍ୟାରେ ବାରବାଡୋସରୁ ଆସି ଦିଲ୍ଲୀରେ ପହଞ୍ଚିବାର ସମ୍ଭାବନା ରହିଛି ।

ପ୍ରଥମ 2ଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ୍‌ (ଅଧିନାୟକ), ଋତୁରାଜ ଗାଏକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ (ୱିକେଟ କିପର), ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅଭେଶ ଖାନ, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ଜିତେଶ ଶର୍ମା (ୱିକେଟ କିପର), ହର୍ଷିତ ରାଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.