ETV Bharat / sports

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; ମୁମ୍ବାଇରେ ହେବ ଟିମ୍ ଇଣ୍ଡିଆର ‘ଭିକ୍ଟ୍ରି ପରେଡ୍’! ଜାଣନ୍ତୁ କେବେ ହୋଇଥିଲା ସିଟି ଟୁର୍ ସେଲିବ୍ରେସନ୍ - INDIAN TEAM CITY TOUR IN MUMBAI

author img

By ETV Bharat Odisha Team

Published : Jul 3, 2024, 11:05 AM IST

Updated : Jul 3, 2024, 12:32 PM IST

INDIAN TEAM LIKELY TO DO A CITY TOUR WITH OPEN BUS IN MUMBAI: ମୁମ୍ବାଇରେ ହେବ ରୋହିତ ବ୍ରିଗେଡଙ୍କ ଭିକ୍ଟି ପରେଡ । 17 ବର୍ଷ ପରେ ଭିକ୍ଟ୍ରି ସେଲିବ୍ରେସନରେ ପଡିବ ଉଠିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ଅଧିକ ପଢନ୍ତୁ

INDIAN TEAM
INDIAN TEAM (@BCCI)

ହାଇଦ୍ରାବାଦ: ଘରକୁ ଆସୁଛି କପ । ଝୁମିବ ଦେଶ । ଝୁମିବେ କ୍ରିକେଟ ପ୍ରେମୀ । ଟିମ୍ ଇଣ୍ଡିଆ ଟି-20 ବିଶ୍ବକପ ଚମ୍ପିଆନ ହେବା ପରେ କ୍ରିକେଟ ଫ୍ୟାନ୍ସଙ୍କ ଖୁସିରେ ଲାଗିବ ଚାର ଚାନ୍ଦ । ମୁମ୍ବାଇରେ ହେବ ରୋହିତ ବ୍ରିଗେଡଙ୍କ ଭିକ୍ଟ୍ରି ପରେଡ । 17 ବର୍ଷ ପରେ ଭିକ୍ଟ୍ରି ସେଲିବ୍ରେସନରେ ପଡିବ ଉଠିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ଖୋଲା ବସରେ ହବ ନଗର ପରିଭ୍ରମଣ । ନଗର ପରିକ୍ରମା ସମୟରେ କ୍ରିକେଟରଙ୍କ ସହିତ ସେଲଫି ଏବଂ ଫଟୋ ପୋଜ୍ କରିପାରିବେ ପ୍ରଶଂସକ ।

ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟି-20 ବିଶ୍ବବିଜୟୀ ଭାରତୀୟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଟିମ୍ ସଦସ୍ୟ ମୁମ୍ବାଇରେ ଖୋଲା ବସରେ ଭିକ୍ଟି ସେଲିବ୍ରେସନରେ ସାମିଲ ହେବେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଟିମ୍ ବିଶ୍ବକପରେ ଚମ୍ପିଆନ ହେବା ପରେ ଭିକ୍ଟ୍ରି ପରେଡ ହୋଇଥାଏ । ଯେଉଁଥିଲେ ଫ୍ୟାନ୍ସଙ୍କ ସହିତ ସେଲିବ୍ରେସନ କରିଥାନ୍ତି ଟିମର କ୍ରିକେଟର ।

17 ବର୍ଷ ତଳେ ଭାରତ ଯେତେବେଳେ 2007ରେ ପାକିସ୍ତାନକୁ ମାତ ଦେଇ ଟି-20 ବିଶ୍ବ ଚମ୍ପିଆନ ହୋଇଥିଲା, ସେତେବେଳେ ଧୋନୀ ବାହିନୀ ମୁମ୍ବାଇରେ ସିଟି ଟୁର କରିଥିଲେ । ଖୋଲା ବସରେ ଫ୍ୟାନ୍ସଙ୍କ ସହିତ ଝୁମିଥିଲେ ଟିମର ସଦସ୍ୟ । 2007ରେ ଫାଇନାଲ ମ୍ୟାଚରେ ଭାରତ 5 ରନରେ ପାକିସ୍ତାନକୁ ପରାସ୍ତ କରିଥିଲା । ଯୋଗିନ୍ଦର ଶର୍ମାଙ୍କ ବଲରେ ସ୍କୁପ୍ ସର୍ଟ ଖେଳିବାକୁ ଯାଇ ଶ୍ରୀସନ୍ଥ ହାତରେ କ୍ୟାଚ ହୋଇଥିଲେ ପାକିସ୍ତାନ କ୍ରିକେଟର ମିସବା ଉଲ୍ ହକ୍ ।

INDIAN TEAM LIKELY TO DO A CITY TOUR WITH OPEN BUS IN MUMBAI. 🇮🇳

- The T20I World Cup Trophy is coming home. [Abhishek Tripathi] pic.twitter.com/gGkIDG0yXD

— Johns. (@CricCrazyJohns) July 3, 2024

ପରେ ଭାରତରେ ଦମଦାର ସେଲିବ୍ରେସନ ହୋଇଥଲା । ପ୍ରଥମ ସଂସ୍କରଣରେ ଭାରତ ଚମ୍ପିଆନ ହୋଇଥିଲା । ୟଙ୍ଗ ଟିମ ବ୍ରିଗେଡ ସହିତ ଚମ୍ପିଆନ ହୋଇଥିଲେ କ୍ୟାପଟେନ୍ ଧୋନୀ । ଫାଇନାଲରେ ଗୌତମ ଗମ୍ଭୀର 75 ରନର ଦର୍ଶନୀୟ ଇନିଂସ ଖେଳିଥିଲ ।

ତେବେ ଚଳିତ ବିଶ୍ବକପ ସଂସ୍କରଣରେ ଭାରତ ବିଶ୍ବ ଚମ୍ପିଆନ ହେବା ପରେ 4 ଦିନ ଧରି ବାରବାଡୋସରେ ଝଡରେ ଫସିଥିଲା ଟିମ୍ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚମ୍ପିଆନ ହୋଇଛି ରୋହିତଙ୍କ ଟିମ୍ । ଫାଇନାଲରେ ବିରାଟ କୋହଲି 76 ରନର ଇନିଂସ ଖେଳିଥିଲେ । ଆସନ୍ତାକାଲି ଦିଲ୍ଲୀରେ ସକାଳେ ପହଞ୍ଚିବେ ଟିମ୍ ଇଣ୍ଡିଆ କ୍ରିକେଟର । ବିସିସିଆଇ ପକ୍ଷରୁ ଖେଳାଳି ଫେରାବା ପାଇଁ ସ୍ବତନ୍ତ୍ର ବିମାନ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ଘରକୁ ଆସୁଛି କପ । ଝୁମିବ ଦେଶ । ଝୁମିବେ କ୍ରିକେଟ ପ୍ରେମୀ । ଟିମ୍ ଇଣ୍ଡିଆ ଟି-20 ବିଶ୍ବକପ ଚମ୍ପିଆନ ହେବା ପରେ କ୍ରିକେଟ ଫ୍ୟାନ୍ସଙ୍କ ଖୁସିରେ ଲାଗିବ ଚାର ଚାନ୍ଦ । ମୁମ୍ବାଇରେ ହେବ ରୋହିତ ବ୍ରିଗେଡଙ୍କ ଭିକ୍ଟ୍ରି ପରେଡ । 17 ବର୍ଷ ପରେ ଭିକ୍ଟ୍ରି ସେଲିବ୍ରେସନରେ ପଡିବ ଉଠିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ଖୋଲା ବସରେ ହବ ନଗର ପରିଭ୍ରମଣ । ନଗର ପରିକ୍ରମା ସମୟରେ କ୍ରିକେଟରଙ୍କ ସହିତ ସେଲଫି ଏବଂ ଫଟୋ ପୋଜ୍ କରିପାରିବେ ପ୍ରଶଂସକ ।

ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟି-20 ବିଶ୍ବବିଜୟୀ ଭାରତୀୟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଟିମ୍ ସଦସ୍ୟ ମୁମ୍ବାଇରେ ଖୋଲା ବସରେ ଭିକ୍ଟି ସେଲିବ୍ରେସନରେ ସାମିଲ ହେବେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଟିମ୍ ବିଶ୍ବକପରେ ଚମ୍ପିଆନ ହେବା ପରେ ଭିକ୍ଟ୍ରି ପରେଡ ହୋଇଥାଏ । ଯେଉଁଥିଲେ ଫ୍ୟାନ୍ସଙ୍କ ସହିତ ସେଲିବ୍ରେସନ କରିଥାନ୍ତି ଟିମର କ୍ରିକେଟର ।

17 ବର୍ଷ ତଳେ ଭାରତ ଯେତେବେଳେ 2007ରେ ପାକିସ୍ତାନକୁ ମାତ ଦେଇ ଟି-20 ବିଶ୍ବ ଚମ୍ପିଆନ ହୋଇଥିଲା, ସେତେବେଳେ ଧୋନୀ ବାହିନୀ ମୁମ୍ବାଇରେ ସିଟି ଟୁର କରିଥିଲେ । ଖୋଲା ବସରେ ଫ୍ୟାନ୍ସଙ୍କ ସହିତ ଝୁମିଥିଲେ ଟିମର ସଦସ୍ୟ । 2007ରେ ଫାଇନାଲ ମ୍ୟାଚରେ ଭାରତ 5 ରନରେ ପାକିସ୍ତାନକୁ ପରାସ୍ତ କରିଥିଲା । ଯୋଗିନ୍ଦର ଶର୍ମାଙ୍କ ବଲରେ ସ୍କୁପ୍ ସର୍ଟ ଖେଳିବାକୁ ଯାଇ ଶ୍ରୀସନ୍ଥ ହାତରେ କ୍ୟାଚ ହୋଇଥିଲେ ପାକିସ୍ତାନ କ୍ରିକେଟର ମିସବା ଉଲ୍ ହକ୍ ।

ପରେ ଭାରତରେ ଦମଦାର ସେଲିବ୍ରେସନ ହୋଇଥଲା । ପ୍ରଥମ ସଂସ୍କରଣରେ ଭାରତ ଚମ୍ପିଆନ ହୋଇଥିଲା । ୟଙ୍ଗ ଟିମ ବ୍ରିଗେଡ ସହିତ ଚମ୍ପିଆନ ହୋଇଥିଲେ କ୍ୟାପଟେନ୍ ଧୋନୀ । ଫାଇନାଲରେ ଗୌତମ ଗମ୍ଭୀର 75 ରନର ଦର୍ଶନୀୟ ଇନିଂସ ଖେଳିଥିଲ ।

ତେବେ ଚଳିତ ବିଶ୍ବକପ ସଂସ୍କରଣରେ ଭାରତ ବିଶ୍ବ ଚମ୍ପିଆନ ହେବା ପରେ 4 ଦିନ ଧରି ବାରବାଡୋସରେ ଝଡରେ ଫସିଥିଲା ଟିମ୍ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚମ୍ପିଆନ ହୋଇଛି ରୋହିତଙ୍କ ଟିମ୍ । ଫାଇନାଲରେ ବିରାଟ କୋହଲି 76 ରନର ଇନିଂସ ଖେଳିଥିଲେ । ଆସନ୍ତାକାଲି ଦିଲ୍ଲୀରେ ସକାଳେ ପହଞ୍ଚିବେ ଟିମ୍ ଇଣ୍ଡିଆ କ୍ରିକେଟର । ବିସିସିଆଇ ପକ୍ଷରୁ ଖେଳାଳି ଫେରାବା ପାଇଁ ସ୍ବତନ୍ତ୍ର ବିମାନ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2024, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.