ଢାକା:ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିପୁଳ ବିଜୟ ହାସଲ କରିଛି ବାଂଲାଦେଶ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଦଳ ମାତ୍ର ୧୬.୫ ଓଭର ଖେଳି ୬୦ କରିବାକୁ ସକ୍ଷମ ହୋଇପାରିଥିଲା । ନ୍ୟୁଜିଲାଣ୍ଡର ୯ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରିନଥିଲେ । ସେମାନଙ୍କ ମଧ୍ୟରେ ଦୁଇଜଣ ଡକଆଉଟ ହୋଇ ପାଭେଲିୟନ ଫେରିଥିଲେ ।
ବାଂଲାଦେଶର ସମସ୍ତ ବୋଲର ସଠିକ ଲାଇନ ଓ ଲେନ୍ଥରେ ବୋଲିଂ କରିଥିଲେ । ଯାହାଫଳରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଅଧିକ ସଟ ଖେଳିବାର ମଉକା ପାଇ ପାରିନଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ୱିକେଟକିପର ବ୍ୟାଟସମ୍ୟାନ ଲାଥାମ ଓ ହେନେରି ନିକୋଲାସ ସର୍ବାଧିକ ୧୮ ରନ ଲେଖାଏଁ କରିଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ସର୍ବାଧିକ ୩ଟି ୱକେଟ ନେଇଥିଲେ । ନାସୁମ ଅହମ୍ମଦ, ସାକିବ-ଉଲ-ହାସନ ଓ ସୈଫିଦ୍ଦୁନି ଶାହା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଗୋଟିଏ ୱିକେଟ ନେଇଥିଲେ ମହେଦି ହାସନ ।