ETV Bharat / sports

ଦିଲ୍ଲୀରେ ଜବରଦସ୍ତ ସେଲିବ୍ରେସନ: ଭାଙ୍ଗଡା ନାଚିଲେ ରୋହିତ-ପାଣ୍ଡ୍ୟା, କୋହଲି କାଟିଲେ ସ୍ପେଶାଲ୍ କେକ୍‌ - TEAM INDIA RECEIVE GRAND WELCOME

author img

By ETV Bharat Odisha Team

Published : Jul 4, 2024, 1:06 PM IST

Rohit Sharma bhangra moves: ଦିଲ୍ଲୀରେ ଟିମ୍‌ ଇଣ୍ଡିଆକୁ ଗ୍ରାଣ୍ଡ ଓ୍ବେଲକମ୍‌ । ଢୋଲର ତାଳେ ଭାଙ୍ଗଡା ନାଚିଲେ ରୋହିତ । ଅଧିକ ପଢନ୍ତୁ

Rohit Sharma bhangra moves
Rohit Sharma bhangra moves (ETV BHARAT ODISHA)

ନୂଆଦିଲ୍ଲୀ: ଟି20 ଚମ୍ପିଆନ ଟିମ୍‌ ଇଣ୍ଡିଆ ଦିଲ୍ଲୀରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ବିଜୟ ଉତ୍ସବ । ଖେଳାଳିଙ୍କୁ ଦେଖି ଉତ୍ସାହିତ କ୍ରୀଡା ପ୍ରେମୀ । ଧୁମଧାମର ସହ ପ୍ରତି ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦର ଠାରୁ ଆରମ୍ଭ କରି ITC ମୌର୍ଯ୍ୟ ହୋଟେଲ ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପି ଉଠିଥିଲା । ସ୍ବାଗତ ସମୟରେ ଭାଙ୍ଗଡା ନାଚିଥିଲେ ଅଧିନାୟକ ରୋହିତ ଶର୍ମା । ସେହିପରି ଆଇଟିସି ମୋର୍ଯ୍ୟ ହୋଟେଲରେ ଖେଳାଳି ମାନେ କେକ୍‌ କାଟିଥିଲେ ।

ଭାଙ୍ଗଡା ନାଚିଲେ ରୋହିତ: ଭାରତୀୟ ଖେଳାଳିଙ୍କୁ ନେଇ ଗତକାଲି ବାର୍ବାଡସରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଆଜି ସକାଳ ସମୟରେ ଚମ୍ପିଆନ ଦଳ ଟ୍ରଫି ଧରି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ହଜାର ହଜାର କ୍ରୀଡାପ୍ରେମୀ ଖେଳାଳି ଓ ଟ୍ରଫି ଦେଖିବାକୁ ବିମାନ ବନ୍ଦରରେ ଭିଡ ଜମାଇଥିଲେ । ଭାରତୀୟ ଖେଳାଳି ବିମାନବନ୍ଦରରୁ ସିଧା ଆଇଟିସି ମୌର୍ଯ୍ୟ ହୋଟେଲକୁ ଏକ ବସ ଯୋଗେ ଯାଇଥିଲେ । ସେଠାରେ ଓହ୍ଲାଇବା ପରେ ଟିମ୍‌ ଇଣ୍ଡିଆକୁ ଢୋଲ ବାଜାରେ ସ୍ବାଗତ କରାଯାଇଥିଲା । ଏହି ସମୟରେ ରୋହିତ ଶର୍ମା ବସ୍‌ରୁ ଓହ୍ଲାଇବା ମାତ୍ରେ ଭାଙ୍ଗଡାରେ ନାଚି ଉଠିଥିଲେ । କେବଳ ରୋହିତ ନୁହଁନ୍ତି ପାଣ୍ଡ୍ୟା ମଧ୍ୟ ନାଚିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ; ଆଜି ଚମ୍ପିଆନ ଦଳକୁ ଭେଟିବେ ପ୍ରଧାନମନ୍ତ୍ରୀ, ମୁମ୍ବାଇରେ ରୋଡ ସୋ’ - Indian Cricket Team lands at Delhi

ହୋଟେଲରେ କେକ୍‌ କାଟିଲେ ଖେଳାଳି: ଖେଳାଳିଙ୍କ ପାଇଁ ଆଇଟିସି ମୋର୍ଯ୍ୟ ହୋଟେଲରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ବିଜୟ ଖୁସିରେ ହୋଟଲ ତରଫରୁ ଏକ ସ୍ବତନ୍ତ୍ର କେକ୍‌ ତିଆରି କରାଯାଇଥିଲା । ଟ୍ରାଇ କଲର ଏକ ତିନି ଥାକର କେକ୍‌ ଓ ତାଉପରେ ଟ୍ରଫିକୁ ରଖାଯାଇଛି । ଏହି କେକ୍‌କୁ ଦଳର ଅଧିନାୟକ, କୋଚ ଅନ୍ୟ ଖେଳାଳି ମାନେ କାଟି ଥିଲେ ।

140 କୋଟି ଭାରତୀୟ ଖୁସି: ଦୀର୍ଘ 17 ବର୍ଷ ପରେ ଭାରତକୁ ବିଶ୍ବକପ ଫେରିଥିବାରୁ 140 କୋଟି ଭାରତୀୟଙ୍କ ଛାତି ଖୁସିରେ କୁଣ୍ଢୋମୋଟ । ଭାରତୀୟ ଦଳ ସ୍ବଦେଶ ଫେରିବା ଖୁସିରେ ସବୁଠି ଉତ୍ସାହ ଉଦ୍ଦିପନା । ଖେଳାଳଙ୍କ ହାତରେ ଟ୍ରଫି ଦେଖି କ୍ରୀଡା ପ୍ରେମୀ ଖୁସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.