ETV Bharat / sports

ଧୋନି-ସାକ୍ଷୀଙ୍କ ବିବାହ ବାର୍ଷିକ, ଶୁଭେଚ୍ଛା ଜଣାଇଲେ ଅନୁଷ୍କା-ଆଥିଆ - DHONI SAKSHI WEDDING ANNIVERSARY

author img

By ETV Bharat Odisha Team

Published : Jul 4, 2024, 12:56 PM IST

MS Dhoni Sakshi 15th Wedding Anniversary: ଧୋନିଙ୍କୁ 15ତମ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଲେ ସାକ୍ଷୀ । ଦମ୍ପିତ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ବହୁ ବଲିଉଡ କଳାକାର । ଅଧିକ ପଢନ୍ତୁ

MS Dhoni Sakshi 15th Wedding Anniversary
MS Dhoni Sakshi 15th Wedding Anniversary (ANI)

ମୁମ୍ବାଇ: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଓ ପତ୍ନୀ ସାକ୍ଷୀଙ୍କ ଆଜି 15ତମ ବିବାହ ବାର୍ଷିକ । ସାକ୍ଷୀ ଇନଷ୍ଟାଗ୍ରାମରେ ଉଭୟଙ୍କ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ଧୋନିଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେର ଏହି ଦମ୍ପତ୍ତିଙ୍କୁ ବଲିଉଡ ବହୁ କଳାକାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଧୋନିଙ୍କୁ ଶୁଭେଚ୍ଛା ଜଣାଇଲେ ସାକ୍ଷୀ: ବୁଧବାର ରାତିରେ ସାକ୍ସି ଏକ କୋଲାଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିବାହର 14 ବର୍ଷ ପୂରଣ ହୋଇ 15 ତମ ବର୍ଷ ଆରମ୍ଭ ହୋଇଥିବା ସେ କ୍ୟାପସନରେ ଲେଖି ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ 4ଟି ଫଟୋ ରହିଛି । ଯେଉଁଥିରେ ଧୋନି ଓ ସାକ୍ଷୀଙ୍କ ଖୁସି ସମୟରେ ଫଟୋ ରହିଛି ।

MS Dhoni Sakshi 15th Wedding Anniversary
MS Dhoni Sakshi 15th Wedding Anniversary (Instagram)

ଏହା ମଧ୍ୟ ପଢନ୍ତୁ-IPLରୁ ଧୋନିଙ୍କ ଅବସର ! RCB ଠାରୁ ହାରିବା ପରେ ଏମିତି ହେଉଛି ଚର୍ଚ୍ଚା - MS Dhoni

ଅନୁଷ୍କା-ଆଥିଆ ଜଣାଇଲେ ଶୁଭେଚ୍ଛା: ବଲିଉଡର ବହୁ ତାରକା ଧୋନି ଓ ସାକ୍ଷୀଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ଅନୁଷ୍କା ଶର୍ମା, ଆଥିଆ ଶେଟ୍ଟୀ, ଅନନ୍ୟା ପାଣ୍ଡେ, ରାମ ଚରଣଙ୍କ ପତ୍ନୀ ଉପସାନା କାମେନି, ସାଉଥ ନିର୍ଦ୍ଦେଶକ ବିଗ୍ନେଶ ଶିବନ, ଶାହାରୁଖଙ୍କ ମ୍ୟାନେଜର ପୂଜା ଦାଦଲାନି, ଅଭିନେତ୍ରୀ ପ୍ରୀତି ଜିଣ୍ଟା ଓ ଚହଲଙ୍କ ପତ୍ନୀ ଧନଶ୍ରୀ ଦମ୍ପତିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ସମସ୍ତଙ୍କୁ ଚକିତ କରିଥିଲା ଧୋନି ଓ ସାକ୍ଷୀଙ୍କ ବିବାହ: 2010ରେ ସାକ୍ଷୀଙ୍କୁ ବିବାହ କରିଥିଲେ ମହେନ୍ଦ୍ର ସିଂ ଧୋନି । ଏହି ଖବର କ୍ରୀଡାପ୍ରେମୀଙ୍କୁ ଚକିତ କରିଥିଲା । ଉଭୟ କାହାକୁ ନଜଣାଇ ବିବାହ କରିଥିଲେ । କ୍ରିକେଟରେ ବଳିଷ୍ଠ ଅବଦାନ ପାଇଁ ମାହିଙ୍କୁ 2018ରେ ପଦ୍ମଭୂଷଣ, 2009ରେ ପଦ୍ମଶ୍ରୀ, 2008ରେ ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହେନ୍ଦ୍ର ସିଂହ ଧୋନି 1981 ମସିହା ଜୁଲାଇ 7 ତାରିଖରେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପାନ ସିଂହ ଓ ମାତାଙ୍କ ନାମ ଦେବକୀ ଦେବୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.