ETV Bharat / sports

T20 ବିଶ୍ୱକପ ଚମ୍ପିଆନ୍ସ ରୋହିତ ବାହିନୀଙ୍କୁ ଭେଟିଲେ ମୋଦି, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହେଲା ଭେଟଘାଟ - PM Modi Meets Team India

author img

By ETV Bharat Odisha Team

Published : Jul 4, 2024, 1:02 PM IST

Updated : Jul 4, 2024, 2:03 PM IST

PM Modi Meet T20 World Cup 2024 Champion Team India: ବିଶ୍ବ ବିଜୟୀ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 17 ବର୍ଷ ପରେ ଟ୍ରିଫି ଭାରତକୁ ଫେରିଥିବାରୁ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

PM Modi Meets T20 world Champion Team India
PM Modi Meets T20 world Champion Team India (ETV BHARAT ODISHA)

ନୂଆଦିଲ୍ଲୀ: ବିଶ୍ବ ବିଜୟୀ ଟିମ୍‌ ଇଣ୍ଡିଆକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚମ୍ପିଆନ୍ସ ଦଳକୁ ସାକ୍ଷାତ କରି ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ସ୍ଥିତ ସାତ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଟିମ୍‌ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି । ଦିନିକିଆ ବିଶ୍ବକପରେ ଭାରତ ପରାଜୟ ପରେ ମୋଦି ଖେଳାଳିଙ୍କୁ ସାନ୍ତ୍ବନା ଦେଇଥିଲେ ଏବେ ବିଶ୍ବ ଚାମ୍ପିଅନ୍ସ ହୋଇଥିବାରୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭିକ୍ଟ୍ରି ପରେଡ ପାଇଁ ଆଉ କିଛି ସମୟ ପରେ ମୁମ୍ବାଇରେ ପହଞ୍ଚିବେ ଖେଳାଳି । ମୋଦିଙ୍କୁ ଭେଟିବା ପରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌ ।

PM MODI MEETS TEAM INDIA
PM MODI MEETS TEAM INDIA (ANI)

ଟିମ୍‌ ଇଣ୍ଡିଆ-ଟ୍ରଫି ସହ ମୋଦିଙ୍କ ଫଟୋ ସୁଟ: ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ସମସ୍ତ ଖେଳାଳିଙ୍କ ସହ ମନ ଖୋଲି କଥା ହୋଇଥିଲେ । କୋହଲିଙ୍କ ଠାରୁ ଆରମ୍ଭ କରି ରୋହିତ, ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡ ବିଜୟ ସମୟର ସେ ମୂହୁର୍ତ୍ତକୁ ମୋଦିଙ୍କୁ କହିଥିଲେ । ଏଥି ସହ ବିଜୟ ପାଇଁ ସମସ୍ତ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଖେଳାଳି ଓ ଟ୍ରଫି ସହ ଫଟୋ ସୁଟ କରିଥିଲେ ।

PM MODI MEETS TEAM INDIA
PM MODI MEETS TEAM INDIA (ANI)

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଜବରଦସ୍ତ ସେଲିବ୍ରେସନ: ଭାଙ୍ଗଡା ନାଚିଲେ ରୋହିତ-ପାଣ୍ଡ୍ୟା, କୋହଲି କାଟିଲେ ସ୍ପେଶାଲ୍ କେକ୍‌ - TEAM INDIA RECEIVE GRAND WELCOME

ପରାଜୟରେ ଭେଟିଥିଲେ, ବିଜୟ ଖୁସିରେ ବି ଭେଟିଥିଲେ: 2023 ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ୟାହା ଫଳରେ ଖେଳାଳିଙ୍କ ସହ କୋଟି କୋଟି କ୍ରୀଡା ପ୍ରେମିଙ୍କ ହୃଦଯ ଭାଙ୍ଗିଯାଇଥିଲା । ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ ଡ୍ରେସିଂ ରୁମ୍‌ରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

#WATCH | Delhi: Indian Cricket Team reaches 7, Lok Kalyan Marg, to meet Prime Minister Narendra Modi.

Team India with the T20 World Cup trophy arrived at Delhi airport today morning after winning the second T20I title. pic.twitter.com/fbmVpL2eWs

— ANI (@ANI) July 4, 2024

ମୁମ୍ବାଇରେ ବିଜୟ ଭିକ୍ଟ୍ରି ପରେଡ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଦିଲ୍ଲୀ ବିମାନବନ୍ଦର ଅଭିମୁଖେ ବାହାରିଥିଲେ । ଏହାପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ଖେଳାଳି ।ବିମାନବନ୍ଦରରେ ପହଞ୍ଚିବା ପରେ ନରିମାନ ପଏଣ୍ଟକୁ ନିଆଯିବ । ସନ୍ଧ୍ୟା 5ଟା ସମୟରେ ଭିକ୍ଟ୍ରି ସସେଲିବ୍ରେସନରେ କମ୍ପିବ ମାୟାନଗରୀ ମୁମ୍ବାଇ । ନରିମାନ ଠାରୁ ଓ୍ବାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଖୋଲା ବଲରେ ଭିକ୍ଟ୍ରି ପରେଡ ବା ବିଜୟ ଶୋଭାଯାତ୍ରା କରିବେ ଚମ୍ପିଆନ ଦଳ । ଏହାପରେ ଷ୍ଟାଡିୟମରେ ଖେଳାଳାଙ୍କୁ ସମ୍ମାନିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ବିଶ୍ବ ବିଜୟୀ ଟିମ୍‌ ଇଣ୍ଡିଆକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚମ୍ପିଆନ୍ସ ଦଳକୁ ସାକ୍ଷାତ କରି ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ସ୍ଥିତ ସାତ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଟିମ୍‌ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି । ଦିନିକିଆ ବିଶ୍ବକପରେ ଭାରତ ପରାଜୟ ପରେ ମୋଦି ଖେଳାଳିଙ୍କୁ ସାନ୍ତ୍ବନା ଦେଇଥିଲେ ଏବେ ବିଶ୍ବ ଚାମ୍ପିଅନ୍ସ ହୋଇଥିବାରୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭିକ୍ଟ୍ରି ପରେଡ ପାଇଁ ଆଉ କିଛି ସମୟ ପରେ ମୁମ୍ବାଇରେ ପହଞ୍ଚିବେ ଖେଳାଳି । ମୋଦିଙ୍କୁ ଭେଟିବା ପରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌ ।

PM MODI MEETS TEAM INDIA
PM MODI MEETS TEAM INDIA (ANI)

ଟିମ୍‌ ଇଣ୍ଡିଆ-ଟ୍ରଫି ସହ ମୋଦିଙ୍କ ଫଟୋ ସୁଟ: ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ସମସ୍ତ ଖେଳାଳିଙ୍କ ସହ ମନ ଖୋଲି କଥା ହୋଇଥିଲେ । କୋହଲିଙ୍କ ଠାରୁ ଆରମ୍ଭ କରି ରୋହିତ, ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡ ବିଜୟ ସମୟର ସେ ମୂହୁର୍ତ୍ତକୁ ମୋଦିଙ୍କୁ କହିଥିଲେ । ଏଥି ସହ ବିଜୟ ପାଇଁ ସମସ୍ତ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଖେଳାଳି ଓ ଟ୍ରଫି ସହ ଫଟୋ ସୁଟ କରିଥିଲେ ।

PM MODI MEETS TEAM INDIA
PM MODI MEETS TEAM INDIA (ANI)

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଜବରଦସ୍ତ ସେଲିବ୍ରେସନ: ଭାଙ୍ଗଡା ନାଚିଲେ ରୋହିତ-ପାଣ୍ଡ୍ୟା, କୋହଲି କାଟିଲେ ସ୍ପେଶାଲ୍ କେକ୍‌ - TEAM INDIA RECEIVE GRAND WELCOME

ପରାଜୟରେ ଭେଟିଥିଲେ, ବିଜୟ ଖୁସିରେ ବି ଭେଟିଥିଲେ: 2023 ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ୟାହା ଫଳରେ ଖେଳାଳିଙ୍କ ସହ କୋଟି କୋଟି କ୍ରୀଡା ପ୍ରେମିଙ୍କ ହୃଦଯ ଭାଙ୍ଗିଯାଇଥିଲା । ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ ଡ୍ରେସିଂ ରୁମ୍‌ରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ମୁମ୍ବାଇରେ ବିଜୟ ଭିକ୍ଟ୍ରି ପରେଡ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଦିଲ୍ଲୀ ବିମାନବନ୍ଦର ଅଭିମୁଖେ ବାହାରିଥିଲେ । ଏହାପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ଖେଳାଳି ।ବିମାନବନ୍ଦରରେ ପହଞ୍ଚିବା ପରେ ନରିମାନ ପଏଣ୍ଟକୁ ନିଆଯିବ । ସନ୍ଧ୍ୟା 5ଟା ସମୟରେ ଭିକ୍ଟ୍ରି ସସେଲିବ୍ରେସନରେ କମ୍ପିବ ମାୟାନଗରୀ ମୁମ୍ବାଇ । ନରିମାନ ଠାରୁ ଓ୍ବାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଖୋଲା ବଲରେ ଭିକ୍ଟ୍ରି ପରେଡ ବା ବିଜୟ ଶୋଭାଯାତ୍ରା କରିବେ ଚମ୍ପିଆନ ଦଳ । ଏହାପରେ ଷ୍ଟାଡିୟମରେ ଖେଳାଳାଙ୍କୁ ସମ୍ମାନିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2024, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.