ETV Bharat / state

ସୋଫିଆଙ୍କ ଅଭିଯୋଗ, ମନମାନୀ କରୁଛନ୍ତି ଅଧିକାରୀ - PENSION IRREGULARITIES

କଟକ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ । ନିର୍ଦ୍ଦେଶ ପରେ ବି ବିଧାୟିକାଙ୍କ କଥା ଶୁଣିଲେ ନାହିଁ ଅତିରିକ୍ତ ନିର୍ଦ୍ଦେଶିକା ରଜନି ଜାନୀ ।

SURVEY AND MAP PUBLISHING CENTER
SURVEY AND MAP PUBLISHING CENTER (ETV BHARAT ODISHA)
author img

By ETV Bharat Odisha Team

Published : Jan 16, 2025, 6:22 PM IST

କଟକ: ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ କାର୍ଯ୍ୟାଳୟରେ ଚାଲିଛି ଅଫିସର ରାଜ । ହାଇକୋର୍ଟଙ୍କ ଅର୍ଡର ପରେ ବି ପୂର୍ବତନ କର୍ମଚାରୀଙ୍କୁ ଦିଆଯାଉନି ପେନସନ୍‌ । ଏପରି ଅଭିଯୋଗ କରିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ପେନସନ ବନ୍ଦ ବିରୋଧରେ ଧାରଣାରେ ବସିଥିବା ପୂର୍ବତନ କର୍ମଚାରୀଙ୍କ ସହ ଆଲୋଚନା ପରେ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶିକା ରଜନି ଜାନୀ କାର୍ଯ୍ୟରେ ଅବହେଳା ମନମାନି କରୁଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସୋଫିଆ ।

  • ପେନସନ ବନ୍ଦ ବିରୋଧରେ ଧାରଣାରେ ବସିଥିଲେ କର୍ମଚାରୀ

କଟକ ଯୋବ୍ରାସ୍ଥିତ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର କର୍ମଚାରୀମାନେ ପେନସନ ପାଇଁ ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ପ୍ରଦାନ କରାଯାଉନାହିଁ । ଦୁର୍ନୀତିମୂଳକ କାର୍ଯ୍ୟ, ପେନସନ ବନ୍ଦ ଓ ଜିପିଏଫ ବନ୍ଦକୁ ବିରୋଧ କରି ଦୀର୍ଘ ଧାରଣାରେ ବସିଛନ୍ତି । ଏହା ଜାଣିବା ପରେ କଟକ ବିଧାୟିକା ନିଜେ ସଂସ୍ଥାକୁ ଯାଇ ଅତିରିକ୍ତ ନିର୍ଦ୍ଦେଶିକାଙ୍କୁ ଭେଟି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ସମୟରେ ନିର୍ଦ୍ଦେଶିକା ରଜନି ଜାନୀ ସୋଫିଆଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା କହିଛନ୍ତି ସୋଫିଆ । ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ୪୦ ବର୍ଷ ଧରି ଉକ୍ତ ସଂସ୍ଥାରେ କାର୍ଯ୍ୟ କରିଥିବା କର୍ମଚାରୀମାନେ ଅବସର ପରେ ପାଉଥିବା ପେନସନକୁ ୨୦୨୩ ଅଗଷ୍ଟ ମାସରୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯାଇଛି । ଏପରିକି ଚାକିରି କରିଥିବା କର୍ମଚାରୀମାନଙ୍କ ଜିପିଏଫ୍ ପରିବର୍ତ୍ତେ ଏନ୍‌ପିଏସ୍ ଲାଗୁ କରିବା, ଦରମା କାଟ କରିବା, କାର୍ଯ୍ୟାଳୟର ଲାମିନେସନ ମେସିନ୍ କ୍ରୟରେ ବ୍ୟାପକ ଦୁର୍ନୀତି ହେବା ଏବଂ ମେସିନ କିଣାଯିବା ପରେ ମଧ୍ୟ ଏହାର ବ୍ୟବହାର କରାଯାଉନଥିବା ଅଭିଯୋଗ ହୋଇଛି ।

SURVEY AND MAP PUBLISHING CENTER (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସୀତା ପାହାଡରେ ମକର ଉତ୍ସବ, ପ୍ରଭୁଙ୍କ ଦର୍ଶନ ସହ ଟ୍ରେକିଂର ମଜା ନେଉଛନ୍ତି ଶ୍ରଦ୍ଧାଳୁ - SITA PAHAD

ଏହା ମଧ୍ୟ ପଢନ୍ତୁ-ବଡ଼ବିଲ ‘ମିନି ଭାରତ’, ଭାଇଚାରା ସଂସ୍କୃତି ଓ ପରମ୍ପରା ଅନନ୍ୟ: ମୁଖ୍ୟମନ୍ତ୍ରୀ - BARBIL MOHATSAV 2025

ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି, ''ସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ଅଗଷ୍ଟ ମାସରୁ ବନ୍ଦ କରାଯାଇଛି । ସେମାନଙ୍କ ପରିବାର କେମିତି ଚାଲିବ । ଯେଉଁ ମାନଙ୍କୁ ସସପେଣ୍ଡ କରାଯାଇଛି ସେମାନଙ୍କୁ ମଧ୍ୟ ସସପେଣ୍ଡ ଆଲାଉସେନ୍ସ ମଧ୍ୟ ଦିଆୟାଇନାହିଁ । ଏହା ଜାଣିବା ପରେ ସଂସ୍ଥାକୁ ଆସି ଅତିରିକ୍ତ ନିର୍ଦ୍ଦେଶିକା ରଜନି ଜାନୀଙ୍କୁ ଭେଟିଥିଲି । କଥା ହେବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଯାହା ବି ଅଭିଯୋଗ ଆସିଥିଲା ସତ । ତାଙ୍କ ବିରୋଧରେ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଯେତେବେଳେ ରାଜସ୍ୱ ମନ୍ତ୍ରୀ ହାଇକୋର୍ଟଙ୍କ ଅର୍ଡର ପାଳନ କରିବାକୁ ବିଧାନସଭାରେ ସେ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ଅର୍ଡର ଦେଇଥିଲେ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନ ଯେଉଁଦିନ ଠାରୁ ବନ୍ଦ ହୋଇଛି ଆପଣ ପେ କରିବ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ । ଏସବୁ ବିଷୟରେ ତାଙ୍କୁ ବୁଝାଇଲା ପରେ ମଧ୍ୟ ସେ ଅର୍ଡର ନମାନିବାକୁ କହୁଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ନିଶ୍ଚୟ ସରକାରଙ୍କ ପାଖରେ ଉଥାପନ କରାଯିବ ।''

  • ଅଭିଯୋଗକୁ ସଂସ୍ଥାର ନିର୍ଦ୍ଦେଶିକାଙ୍କ ଖଣ୍ଡନ

ଅନ୍ୟପଟେ ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅତିରିକ୍ତ ନିର୍ଦ୍ଦେଶିକା । ସେ କହିଛନ୍ତି, ଯେଉଁମାନେ ପେନସନ ପାଇବା ଯୋଗ୍ୟ ସେମାନ ପେନସନ ପାଇବେ। କିନ୍ତୁ ପୁରୁଣା ସ୍କିମରେ ନୁହଁ ବରଂ ନୂଆ ସ୍କିମରେ ପାଇବେ। ସରକାରଙ୍କ ପକ୍ଷରୁ ୧୫ ଦିନ ମଧ୍ୟରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ଏଥିରେ କୌଣସି ବିବାଦ କିମ୍ବା ଠକାମୀ ନାହିଁ । '' ଏହାବ୍ୟତୀତ ଯଦି ଏହି ଘଟଣା ଉପରେ ତ୍ୱରିତ ଠୋସ ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ଅନଶନ କରିବା ପାଇଁ ଦାବି କରିଛନ୍ତି ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ପୂର୍ବତନ କର୍ମଚାରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.