ଇସଲାମାବାଦ: ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ସୂଚନା ଅନୁଯାୟୀ କିୱି ଟିମ ବର୍ଷ 2022 ଓ 2023ରେ ଦୁଇଥର ପାକିସ୍ତାନ ଗସ୍ତ କରିବ । ନ୍ୟୁଜିଲାଣ୍ଡ ଟିମ ଡିସେମ୍ବର-ଜାନୁଆରୀ 2022-23ରେ ଦୁଇଟି ଟେଷ୍ଟ ଓ 3ଟି ଏକଦିବସୀୟ ମ୍ୟାଚ୍ ପାଇଁ ପାକିସ୍ତାନ ଗସ୍ତ କରିବ । ପରେ 2023ରେ ସୀମିତ ଓଭର ସିରିଜ ପାଇଁ କିୱି ଟିମ ପାକିସ୍ତାନ ଗସ୍ତ କରିବ ।
2021ରେ ବାତିଲ ହୋଇଥିବା ଗସ୍ତର ଭରଣା କରିବାକୁ ଏହି ସିରିଜ ଖେଳାଯିବ । ପାକିସ୍ତାନ କ୍ରିକେଟ ବୋର୍ଡ(PCB) ସୋମବାର ଏହି ଘୋଷଣା କରିଛି ।
ଏହାମଧ୍ୟ ପଢନ୍ତୁ: Ashes: ବଟଲର୍ଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ହାରିଲା ଇଂଲଣ୍ଡ, 2-0ରେ ଆଗୁଆ ଅଷ୍ଟ୍ରେଲିଆ