ହାଇଦ୍ରାବାଦ:ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଶ୍ରେଷ୍ଠ ଟି-୨୦ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ । ଦୁଇ ଥରର ଇଣ୍ଡିଆନ ପ୍ରିମିୟର ଲିଗ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(KKR)ର ପ୍ରଦର୍ଶନ ଉପରେ ପୁଣି ସମସ୍ତଙ୍କ ନଜର ରହିବ । ୨୦୨୧ ସଂସ୍କରଣର ରନର୍ସଅପ୍ ଏଥର ଶ୍ରେୟସ ଆୟରଙ୍କ ରୂପରେ ନୂଆ ଅଧିନାୟକ ପାଇଛି । ଫେବୃଆରୀରେ ଅନୁଷ୍ଠିତ ନିଲାମରେ କିଛି ଷ୍ଟାର ଖେଳାଳି ଓ ମ୍ୟାଚ୍ ବିଜେତା ରିଟେନ ଖେଳାଳିଙ୍କୁ ନେଇ ଟିମ ଶକ୍ତିଶାଳୀ ରହିଛି । ଫଳରେ ୨୦୧୨ ଓ ୨୦୧୪ରେ ଟାଇଟେଲ ବିଜେତା ସଂସ୍କରଣର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିବ କେକେଆର ।
ଶାହାରୁଖ ଖାନଙ୍କ ମାଲିକାନାରେ ଥିବା KKR ମାର୍ଚ୍ଚ ୨୬ରେ ଅନ୍ୟତମ ହାଇପ୍ରୋଫାଇଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସ(CSK) ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି IPL ୨୦୨୨ ଅଭିଯାନ ଆରମ୍ଭ କରିବ । ଗତବର୍ଷ CSK ବିପକ୍ଷରେ ଫାଇନାଲ ମୁକାବିଲା ଖେଳିଥିଲା କୋଲକାତା ଓ ପରାସ୍ତ ହୋଇଥିଲା । ଫଳରେ ଏଥର ପ୍ରଥମ ମ୍ୟାଚ୍ରୁ ହିଁ ବିଜୟ ଉପରେ ଫୋକସ କରିବ କୋଲକାତା ନାଇଟ ରାଇଡର୍ସ ।
ଗ୍ରୁପ 'A' ରେ ସ୍ଥାନ ପାଇଥିବା KKR, ଦୁଇଟି ଲେଖାଏଁ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ସେହିପରି ଟୁର୍ନାମେଣ୍ଟର ଗ୍ରୁପ 'B' ରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଲିଗ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ ।
ନଜର ପକାନ୍ତୁ କୋଲକାତା ନାଇଟ ରାଇଡର୍ସ(KKR)ର ସଂପୂର୍ଣ୍ଣ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ସୂଚୀ ଉପରେ:
ମାର୍ଚ୍ଚ ୧, ମାର୍ଚ୍ଚ ୨୬, ଶନିବାର: ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ ରାଇଡର୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦
ମ୍ୟାଚ୍ ୨, ମାର୍ଚ୍ଚ ୩୦, ବୁଧବାର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ)ସନ୍ଧ୍ୟା ୭.୩୦
ମ୍ୟାଚ୍ ୩, ଏପ୍ରିଲ ୧, ଶୁକ୍ରବାର: କୋଲକାତା ନାଇଟ ରାଇଡର୍ସ ବନାମ ପଞ୍ଜାବ କିଙ୍ଗ୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭.୩୦
ମ୍ୟାଚ୍ ୪, ଏପ୍ରିଲ ୬, ବୁଧବାର: କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(MCA ଷ୍ଟାଡିୟମ, ପୁନେ)ସନ୍ଧ୍ୟା ୭.୩୦
ମ୍ୟାଚ୍ ୫, ଏପ୍ରିଲ ୧୦, ରବିବାର: କୋଲକାତା ନାଇଟ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ଅପରାହ୍ନ ୩:୩୦ ।
ମ୍ୟାଚ୍ ୬, ଏପ୍ରିଲ ୧୫, ଶୁକ୍ରବାର: କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ବ୍ରାବୋର୍ନୋ ଷ୍ଟାଡିୟମ-CCI, ମୁମ୍ବାଇ) ସନ୍ଧ୍ୟା ୭:୩୦ ।