ETV Bharat / sports

ରୋହିତଙ୍କ ପରେ T20 ଫର୍ମାଟର କିଏ ନେବ ନେତୃତ୍ବ ? ରେସରେ 4 ଖେଳାଳି - Team India next Captain

author img

By ETV Bharat Odisha Team

Published : Jul 2, 2024, 12:53 PM IST

India next T20I captain: ଟି 20 ଫର୍ମାଟରେ କାହା କାନ୍ଧରେ ରହିବ ଟିମ୍‌ ଇଣ୍ଡିଆର କମାଣ । ରେସରେ 4 ଖେଳାଳି । ସବୁଠାରୁ ଆଗରେ ହାର୍ଦ୍ଦିକ । ଅଧିକ ପଢନ୍ତୁ

Team India Captain
Team India Captain (ETV BHARAT ODISHA)

ନୂଆଦିଲ୍ଲୀ: ବିଶ୍ବ ଚମ୍ପିଆନ ହେବା ପରେ ଅନ୍ତର୍ଜାତୀୟ ଟି 20 କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା । ରୋହିତଙ୍କ ଅବସର ଘୋଷଣା ପରେ ଏବେ ଟି-20 ଫର୍ମାଟରେ କିଏ ହେବ କ୍ୟାପଟେନ ସନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । କାହା କାନ୍ଧରେ ରହିବ ଟିମ୍‌ ଇଣ୍ଡିଆର କମାଣ କଳ୍ପଜଳ୍ପନା ଆରମ୍ଭ ହୋଇଛି । ରେସରେ ରହିଛନ୍ତି ଏକାଧିକ ଖେଳାଳି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମରା । ଏହି ଚାରି ଖେଳାଳି ପୂର୍ବରୁ ଅନେକ ମ୍ୟାଚରେ ଟିମ୍‌ ଇଣ୍ଡିଆର ନେତୃତ୍ବ ନେଇସାରିଛନ୍ତି ।

ରେସରେ 4 ଖେଳାଳି
ରେସରେ 4 ଖେଳାଳି (ETV Bharat Odisha)

ଯଦି ଦେଖାଯାଏ, ଏହି ରେସରେ ସବୁଠାରୁ ଆଗରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ପାଖରେ ଅଧିନାୟକ ହେବାର ଢେର ଅଭିଜ୍ଞତା ରହିଛି । ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଦୁଇ ଥର ଚମ୍ପିଆନ ହୋଇଛି । ଚଳିତ ବର୍ଷ ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଦାୟିତ୍ବରେ ରହିଛନ୍ତି । ନ୍ୟିୁଜଲାଣ୍ଡ ଓ ଶ୍ରୀଲଙ୍କା ଟି-20 ସିରିଜରେ ଟିମ ଇଣ୍ଡିଆର ନେତୃତ୍ବ ନେଇ ଦଳକୁ ବିଜୟୀ ମଧ୍ୟ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଶୁଭ ଶନିବାର, ଏହି ଦିନ 3ଟି ବିଶ୍ୱକପ୍ ଜିତିଛି ଟିମ୍‌ ଇଣ୍ଡିଆ - saturday lucky for team india

ବିସିସିଆଇ ସଚିବ ଜୟ ଶାହ ହାର୍ଦ୍ଦିକଙ୍କୁ ନେଇ କହିଛନ୍ତି ଯେ, ଆପଣ ମାନେ ହାର୍ଦ୍ଦିକଙ୍କ ବିଷୟରେ ପଚାରୁଛନ୍ତି । ପୂର୍ବରୁ ତାଙ୍କ ଫର୍ମକୁ ନେଇ ଅନେଇ ପ୍ରଶ୍ନ ଉଠିଥିଲା । ଏହା ସତ୍ତ୍ବେ ମଧ୍ୟ ତାଙ୍କୁ ଚଯନକର୍ତ୍ତା ବିଶ୍ବକପ ପାଇଁ ଚୟନ କରିଥିଲେ । କିନ୍ତୁ ଟି 20 ଫର୍ମାଟରେ କିଏ ଅଧିନାୟକ ହେବେ ତାହା ଚୟନକର୍ତ୍ତା ନିଷ୍ପତ୍ତି ନେବେ । ଏନେଇ ଆଲୋଚନା ହେବା ପରେ ଘୋଷଣା କରାଯିବ ।

ଦିନିକିଆ ବିଶ୍ବକପରେ ଆହତ ହେବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ ପାଣ୍ଡ୍ୟା । ଏହାପରେ ଆଇପିଏଲରେ ଗୁଗୁରାଟ ଦଳ ଛାଡି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ । କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଟ୍ରୋଲ କରାଯାଉଥିଲା । କିନ୍ତୁ ଟି 20 ବିଶ୍ବକପରେ ସେ ଫର୍ମକୁ ଫେରିଥିଲେ । ଅଲରାଉଣ୍ଡ ଭାବେ ପ୍ରତି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା । ବିଶେଷ ଭାବରେ ଫାଇନାଲ ମ୍ୟାଚରେ ତାଙ୍କର ବୋଲିଂର ଯାଦୁରେ ଫସିଥିଲା ଦକ୍ଷିଣ ଆଫ୍ରିକା । ଡେଥ ଓଭରରେ ଘାତକ ବୋଲିଂ କରି ସେ ଦଳକୁ ବିଜୟ ଭେଟିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.