ETV Bharat / sports

Thank you Rohit; ନଭେମ୍ବରରେ ରୋହିତଙ୍କ ଫୋନ ପାଇଁ କୋଚ ପଦ ଛାଡିନଥିଲେ ଦ୍ରାବିଡ, ବିଦାୟୀ ଭାଷଣରେ ଗୁମର ଖୋଲିଲେ - Rahul Dravid final speech

author img

By ETV Bharat Odisha Team

Published : Jul 2, 2024, 2:30 PM IST

Rahul Dravid farewell speech: ବିଦାୟୀ ଭାଷଣରେ ରୋହିତଙ୍କୁ ଥ୍ୟାଙ୍କ ୟୁ କହିଲେ ରାହୁଲ ଦ୍ରାବିଡ । କୋଚ ଦାୟିତ୍ବ କାର୍ଯ୍ୟକାଳ ବୃଦ୍ଧିର ଗୁମର ଖୋଲିଲେ । ଅଧିକ ପଢନ୍ତୁ

Rahul Dravid
Rahul Dravid (ETV BHARAT ODISHA)

ହାଇଦ୍ରାବାଦ: ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଟି 20 ବିଶ୍ବକପ ଶେଷ ହେବା ପରେ ବିଦାୟୀ ଭାଷଣ ଦେଇଛନ୍ତି ଦ୍ରାବିଡ । କୋଚ ଭାବେ ନିଜ କାର୍ଯ୍ୟକାଳ ବୃଦ୍ଧିର ଗୁମର ଖୋଲିଛନ୍ତି ସେ । ଏଥି ପାଇଁ ସେ ଥ୍ୟାଙ୍କ ୟୁ ରୋହିତ ବୋଲି କହିଛନ୍ତି । ଗତ ନଭେମ୍ବର ମାସରେ ରୋହିତ ଶର୍ମାଙ୍କ ତାଙ୍କୁ କଲ କରି ଏହି ଗୁରୁଦାୟିତ୍ବ ଜାରି ରଖିବାକୁ କହିଥିବା ସେ ବିଦାୟୀ ଭାଷଣରେ କହିଛନ୍ତି ।

କାର୍ଯ୍ୟକାଳ ବୃଦ୍ଧି କରିବାକୁ ଦ୍ରାବିଡଙ୍କୁ କହିଥିଲେ ରୋହିତ: ଦିନିକିଆ ବିଶ୍ବକପ ଶେଷ ହେବା ପରେ ରାହୁଲ ଦ୍ରାବିଡଙ୍କ କୋଚ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ଦଳର ମୁଖ୍ୟ ପ୍ରଶିକ୍ଷକ କିଏ ହେବ ସେନେଇ କଳ୍ପଜଳ୍ପନା ଲାଗି ରହିଥିଲା । ଏହି ସମୟରେ ରୋହିତ ଶର୍ମା ଦ୍ରାବିଡଙ୍କୁ ଫୋନ କରି କାର୍ଯ୍ୟକାଳ ବୃଦ୍ଧି କରିବାକୁ କହିଥିଲେ । ଏଥି ପାଇଁ ରୋହିତଙ୍କୁ ଶେଷ ଭାଷଣରେ ଦ୍ରାବିଡ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରୋହିତଙ୍କ ପରେ T20 ଫର୍ମାଟର କିଏ ନେବ ନେତୃତ୍ବ ? ରେସରେ 4 ଖେଳାଳି - Team India next Captain

'ଥ୍ୟାଙ୍କ ୟୁ ରୋହିତ': ଦ୍ରାବିଡ କହିଛନ୍ତି, ''ମୁଁ ରୋହିତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ସେ ମୋତେ ନଭେମ୍ବର ମାସରେ କଲ କରି କୋଚ ଦାୟିତ୍ବ ଜାରି ରଖିବାକୁ କହିଥିଲେ । ସମସ୍ତଙ୍କ ସହ କାର୍ଯ୍ୟ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ବହୁତ ଖୁସି ଅନୁଭବ କରୁଛି । ମୁଁ ଜାଣେ ଜଣେ କ୍ୟାପଟେନ ଓ କୋଚ ଭାବରେ ଆମ ଦୁଇ ଜଣଙ୍କୁ ବହୁତ ଥର କଥା ହେବାକୁ ପଡେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଲୋଚନା କରୁ , ଯେଉଁଥିରେ ଉଭୟଙ୍କ ସହମତି ରହିଥାଏ । ହୃଦୟରୁ ରୋହିତଙ୍କୁ ଧନ୍ୟବାଦ ।''

ବିସିସିଆଇ ଆଜି ରାହୁଲ ଦ୍ରାବିଡଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଟିମ ଇଣ୍ଡିଆରୁ ବିଦାୟ ନେବା ପୂର୍ବରୁ ଶେଷ ଅଭିଯାଷଣ ଦେଇ ଦଳର ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଜଣାଇ ଭାବବିହ୍ବଳ ହୋଇପଡିଛନ୍ତି । ଦ୍ରାବିଡ କହିଛନ୍ତି, ''ମୋ ପାଖରେ ବ୍ୟାଖ୍ୟା କରିବାକୁ ଶବ୍ଦ ନାହିଁ । ଏତିକି କହୁଛି ମୋର ଚମତ୍କାର ଯାତ୍ରାରେ ସମସ୍ତେ ଅଂଶ ଗ୍ରହଣ କରିଥିବାକୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମୋର ଆଶା ସମସ୍ତେ ଏହି ମୁହୁର୍ତ୍ତକୁ ମନେ ରଖିବେ । ନିଜ କ୍ୟାରିୟରକୁ ହୁଏତ ମନେ ରଖିପାରିବ ନାହିଁ , କିନ୍ତୁ ଏହି ମୁହୁର୍ତ୍ତ ମନେ ରଖିବେ । ମୁଁ ଏହା ଠାରୁ ଆପଣ ମାନଙ୍କ ପାଇଁ ଅଧିକ ଗର୍ବିତ ହୋଇପାରିବି ନାହିଁ । ଗତ କିଛି ବର୍ଷ ମଧ୍ୟରେ ଆମେ ନିରାଶ ମଧ୍ୟ ହେଉଛି, ଯେଉଁଠି ଆମେ ସଫଳତାର ନିକଟତର ହୋଇ ମଧ୍ୟ ଏକ ପାଦ ପଛରେ ରହିଯାଇଛି । କିନ୍ତୁ ଆମର ଟିମ ବର୍ତ୍ତମାନ ଯାହା ହାସଲ କରିଛି ତାହା ପ୍ରତିଟି ଭାରତୀୟ ପାଇଁ ଗର୍ବର ବିଷୟ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.