ଓଡିଶା

odisha

ପ୍ରଥମ ଦିନିକିଆ ଶତକ ପରେ କ’ଣ କହିଲେ ଆୟର ?

By

Published : Feb 6, 2020, 4:51 PM IST

ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Shreyas Iyer
'ଦେଶପାଇଁ ଶତକୀୟ ଇଂନିସ ସ୍ବତନ୍ତ୍ର'

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ ପରେ ଦିନିକିଆ ସିରିଜରେ ଦମଦାର ଇଂନିସ ଖେଳିଛନ୍ତି ଶ୍ରେୟସ ଆୟର । ବୁଧବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶତକୀୟ ଇଂନିସ ଖେଳିଛନ୍ତି ସେ । ଏଥିସହିତ ସେ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି । ଭାରତୀୟ ଜର୍ସିରେ ଦେଶ ପାଇଁ ଶତକୀୟ ଇଂନିସ ଖେଳିବା ସର୍ବଦା ଆତ୍ମସନ୍ତୋଷ ଦେଇଥାଏ କହିଛନ୍ତି ଏହି ଯୁବ ବ୍ୟାଟ୍ସମ୍ୟାନ ।

ଶ୍ରେୟସ ଆୟର

25 ବର୍ଷିୟ ଶ୍ରେୟସ 103 ରନର ଶତକୀୟ ଇଂନିସ ଖେଳିଥିଲେ । ଫଳରେ ଭାରତ 347 ରନର ବଡ ସ୍କୋର କରିବାରେ ସମର୍ଥ ହୋଇଥିଲା । ଲୋକେଶ ରାହୁଲଙ୍କ ସହ 4ର୍ଥ ୱିକେଟ ଯୋଡିରେ ଶ୍ରେୟସ ଆୟର 136 ରନର ପାର୍ଟନିରସିପ କରିଥିଲେ । ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହ 88 ରନର ଇଂନିସ ଖେଳିଥିଲେ । ତେବେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ ଟେଲର ଶତକ, କ୍ୟାପଟେନ ଟମ ଲାଥମଙ୍କ 69 ଓ ହେନରୀ ନିକୋଲାସଙ୍କ 78 ରନ ସହାୟତାରେ ପ୍ରଥମ ଦିନିକିଆକୁ ଜିତିନେଇଛି ନ୍ୟୁଜିଲାଣ୍ଡ । 2ୟ ଦିନିକିଆ ରବିବାର ଫେବୃୟାରୀ 8ରେ ଖେଳାଯିବ ।

ଶ୍ରେୟସ ଆୟର

3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ 1-0ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details