ଓଡିଶା

odisha

ଦ୍ବିତୀୟ ବିଦେଶୀ ଖେଳାଳି ଭାବେ 4,500 ଆଇପିଏଲ ରନ କ୍ଳବରେ ଡିଭିଲିୟର୍ସ

By

Published : Sep 29, 2020, 4:00 PM IST

ଦକ୍ଷିଣ ଆଫ୍ରିକୀୟ ଖେଳାଳି ଡି ଭିଲିୟର୍ସ ଆଇପିଏଲ ଇତିହାସରେ 4500 ପୂରଣ କରିବାରେ ଷଷ୍ଠ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଏଥିସହିତ ଡେଭିଡ ୱାର୍ଣ୍ଣରଙ୍କ ପରେ ଦ୍ବିତୀୟ ବିଦେଶୀ ଖେଳାଳି ଭାବେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

IPL 2020: MI vs RCB, AB de Villiers becomes 2nd overseas batsman to score 4500 ipl runs
ଦ୍ବିତୀୟ ବିଦେଶୀ ଖେଳାଳି ଭାବେ 4,500 ଆଇପିଏଲ ରନ କ୍ଳବରେ ଡିଭିଲିୟର୍ସ

ହାଇଦ୍ରାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଷ୍ଟାର ଖେଳାଳି ଏବି ଡି ଭିଲିୟର୍ସ ଆଇପିଏଲ କ୍ୟାରିୟରରେ ଏକ ବଡ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଦକ୍ଷିଣ ଆଫ୍ରିକୀୟ ଖେଳାଳି ଡିଭିଲିୟର୍ସ ଆଇପିଏଲ ଇତିହାସରେ 4500 ପୂରଣ କରିବାରେ ଷଷ୍ଠ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଏଥିସହିତ ଡେଭିଡ ୱାର୍ଣ୍ଣରଙ୍କ ପରେ ଦ୍ବିତୀୟ ବିଦେଶୀ ଖେଳାଳି ଭାବେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

ଦ୍ବିତୀୟ ବିଦେଶୀ ଖେଳାଳି ଭାବେ 4,500 ଆଇପିଏଲ ରନ କ୍ଳବରେ ଡିଭିଲିୟର୍ସ

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ଡିଭିଲିୟର୍ସ । ଏହାପୂର୍ବରୁ ବିରାଟ କୋହଲି, ସୁରେଶ ରାଇନା, ରୋହିତ ଶର୍ମା, ଡେଭିଡ ୱାର୍ଣ୍ଣର, ଓ ଶିଖର ଧାୱନ ଏହି କ୍ଲବରେ ସାମିଲ ହୋଇସାରିଛନ୍ତି ।

ଡିଭିଲିୟର୍ସ 157 ମ୍ୟାଚରୁ 4529 ରନ ନିଡ ନାମରେ କରିଛନ୍ତି । ଆରସିବି କ୍ୟାମ୍ପରେ 9ବର୍ଷ ରହିଛନ୍ତି । ସୋମବାର ମୁମ୍ବାଇ ବିପକ୍ଷରେ 4ଟି ଚୌକା ଓ 4ଟି ଛକା ସହାୟତାରେ 55 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ।

ବର୍ଷ 2008ରେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଆରମ୍ଭ କରିଥିଲେ । ପ୍ରଥମ 3 ବର୍ଷ ଦିଲ୍ଲୀ ଡେୟାରଡେଭିଲ୍ସ ଖେଳିବା ପରେ 2011 ସଂସ୍କରଣର ଆଇପିଏଲରେ ଆରସିବି କ୍ୟାମ୍ପରେ ସାମିଲ ହୋଇଥିଲେ । ପରେ ଆରସିବି ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details