ETV Bharat / sports

ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ; ଆଜି ଚମ୍ପିଆନ ଦଳକୁ ଭେଟିବେ ପ୍ରଧାନମନ୍ତ୍ରୀ, ମୁମ୍ବାଇରେ ରୋଡ ସୋ’ - Indian Cricket Team lands at Delhi

author img

By ETV Bharat Odisha Team

Published : Jul 4, 2024, 6:49 AM IST

Updated : Jul 4, 2024, 7:04 AM IST

Team India lands at Delhi airport: ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ ବିଶ୍ବ ବିଜୟୀ ଟିମ୍‌ ଇଣ୍ଡିଆ । ଖେଳାଳିଙ୍କୁ ସ୍ବାଗତ କରିବାକୁ ବିମାନ ବନ୍ଦରରେ ଫ୍ୟାନ୍ସଙ୍କ ଭିଡ । ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପୁଛି ଆଇଜିଆଇ ଏୟାରପୋର୍ଟ । ଅଧିକ ପଢନ୍ତୁ

INDIAN CRICKET TEAM
INDIAN CRICKET TEAM (ICC)

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ । ବାର୍ବାଡସରୁ ବିଶ୍ବ ଚାମ୍ପିଅନ ଟିମକୁ ଧରି ଉଡାଣ ଭରିଥିବା ବିମାନ ଆଜି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି । ଖେଳାଳିଙ୍କୁ ସ୍ବାଗତ କରିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିଛି ବିମାନବନ୍ଦରରେ । ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପୁଛି ଆଇଜିଆଇ ଏୟାରପୋର୍ଟ । 17 ବର୍ଷ ପରେ ଭାରତକୁ ବିଶ୍ବକପ ଟ୍ରଫି ଆସିଛି । ବିଦେଶ ମାଟିରେ ଟିମ୍‌ ଇଣ୍ଡିଆ ବିଜଯୀ ହୋଇଥିବା ବେଳେ ଭାରତ ମାଟିରେ ଜମିଥିଲା ବିଜୟ ଉତ୍ସବ । 140 କୋଟି ଭାରତୀୟ ଟିମ ଇଣ୍ଡିଆ ବିଜୟର ସେଲିବ୍ରେସନ କରିଥିଲେ ।

ଚମ୍ପିଆନ ଦଳକୁ ଭେଟିବେ ମୋଦି: ଗତକାଲି ବାର୍ବାଡସରୁ ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନ ଖେଳାଳିଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ଆଜି ଭୋର 6ଟା ସମୟରେ ବିମାନ ଅବତରଣ କରିଛି । ଏହାପରେ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲକୁ ଯିବେ ସମସ୍ତ ଖେଳାଳି । ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚମ୍ପିଆନ ଦଳକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୋଦି ଖେଳାଳିଙ୍କୁ ଭେଟି ଅଭିନନ୍ଦନ ଜଣାଇବେ ।

ଏହା ମଧ୍ୟ ପଢନ୍ତୁ-କାଲି ସକାଳେ ଦିଲ୍ଲୀରେ ପହଞ୍ଚିବେ ଟିମ୍ ଇଣ୍ଡିଆ କ୍ରିକେଟର; ଜମିବ ସେଲିବ୍ରେସନ୍, ବାରବାଡୋସରେ ଘୂର୍ଣ୍ଣିଝଡରେ ଫସିଥିଲେ - Indian team to arrive Delhi

ଭିକ୍ଟ୍ରି ପରେଡରେ କମ୍ପିବ ମାୟନଗରୀ: ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଯାତ୍ରା କରିବେ ସମସ୍ତ ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ନରିମାନ ପଏଣ୍ଟକୁ ନିଆଯିବ । ସନ୍ଧ୍ୟା 5ଟା ସମୟରେ ଭିକ୍ଟ୍ରି ସସେଲିବ୍ରେସନରେ କମ୍ପିବ ମାୟାନଗରୀ ମୁମ୍ବାଇ । ନରିମାନ ଠାରୁ ଓ୍ବାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଭିକ୍ଟ୍ରି ପରେଡ ବା ବିଜୟ ଶୋଭାଯାତ୍ରା କରିବେ ଚମ୍ପିଆନ ଦଳ । ଏହାପରେ ଷ୍ଟାଡିୟମରେ ଖେଳାଳାଙ୍କୁ ସମ୍ମାନିତ କରାଯିବ ।

ବିଜୟ ଶୋଭାଯାତ୍ରାରେ ସାମିଲ ହେବାକୁ ଫ୍ୟାନ୍ସଙ୍କୁ ରୋହିତଙ୍କ ନିମନ୍ତ୍ରଣ: ଚଳିତ ଟି 20 ବିଶ୍ବକପ ସଂସ୍କରଣରେ ଭାରତ ବିଶ୍ବ ଚମ୍ପିଆନ ହେବା ପରେ 4 ଦିନ ଧରି ବାରବାଡୋସରେ ଝଡରେ ଫସିଥିଲା ଟିମ୍ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚମ୍ପିଆନ ହୋଇଛି ରୋହିତଙ୍କ ଟିମ୍ । ଆଜି ଆୟୋଜିତ ହେବାକୁ ଥିବା ବିଜୟ ଶୋଭାଯାତ୍ରାରେ ଯୋଗ ଦେବାକୁ ପ୍ରଶଂସକଙ୍କୁ ନିମନ୍ତ୍ରଣ କରିଛନ୍ତି କ୍ୟାପଟେନ ରୋହିତ ଶର୍ମା ଓ ବିସିସିଆଇ ସଚିବ ଜୟ ଶାହ।

Last Updated : Jul 4, 2024, 7:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.