ୱାଶିଂଟନ: ହ୍ବାଇଟ ହାଉସର ଜଣେ କର୍ମଚାରୀ କୋଭିଡ ସଂକ୍ରମିତ ହୋଇଛନ୍ତି । ଯିଏକି ଡିସେମ୍ବର ୧୭ରେ ବାଇଡେନଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।
ହ୍ବାଇଟ ହାଉସର ଜଣେ ନିୟମିତ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତିନି ଦିନ ପୂର୍ବରୁ କର୍ମଚାରୀ ଜଣକ ବାଇଡେନଙ୍କ ସହ ପାଖାପାଖି ଅଧଘଣ୍ଟା ବାର୍ତ୍ତାଳପ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ମୁଖପାତ୍ର ଜେନ ପାସାକି । ଶନିବାର ବାଇଡେନ କୋଭିଡ ପରୀକ୍ଷା କରିଥିଲେ । ରିପୋର୍ଟ ନେଗେଟିଭ ଆସିଥିଲା । ହ୍ବାଇଟ ହାଉସରେ ସମସ୍ତେ ଟିକା ନେଇ ସାରିଛନ୍ତି ।