ETV Bharat / international

ଓଃ କି ଗରମ ! ବସି ବସି ତରଳି ଗଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି, ଶରୀରରୁ ଅଲଗା ହୋଇଗଲା ମୁଣ୍ଡ - Abraham lincoln wax statue melts

author img

By ETV Bharat Odisha Team

Published : Jun 26, 2024, 9:40 PM IST

Abraham lincoln wax statue melts: ବସି ବସି ତରଳି ଗଲେ ‘ଅବ୍ରାହମ ଲିଙ୍କନ’ । ସୂର୍ଯ୍ୟଙ୍କ ତେଜ ସହିପାରିଲାନି ମୂର୍ତ୍ତି । ଘଟିଲା ଏମିତି କିଛି । ଫଟୋ ହେଉଛି ଭାଇରାଲ । ଅଧିକ ପଢନ୍ତୁ

abraham lincoln
abraham lincoln (Credit Twitter@volcaholic1)

ୱାଶିଂଟନ: ଓଃ କି ଗରମ ! ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପରୁ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ତ୍ରାହି ତ୍ରାହି ଡାକୁଛନ୍ତି । କେବଳ ଜୀବିତ ନୁହେଁ ନିର୍ଜୀବଙ୍କ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡିଲାଣି । ନିର୍ଜୀବ ବି ସହିପାରୁନାହାନ୍ତି ତାତି । ଏପରିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଅବ୍ରାହମ ଲିଙ୍କନଙ୍କ ମଧ୍ୟ ଏଥିରୁ ବର୍ତ୍ତିପାରିନାହାନ୍ତି । ଆପଣଙ୍କ ମନରେ ଏ ପ୍ରଶ୍ନ ଆସୁଥିବ ମୃତଲୋକଟି କିପରି ସୂର୍ଯ୍ୟଙ୍କ ତାପରୁ ବର୍ତ୍ତି ପାରିନି । ଘଟଣାଟି କିଛି ଏପରି ଘଟିଛି ୱାଶିଂଟନ ଡିସିରେ । ଅବ୍ରାହମ ଲିଙ୍କନଙ୍କ ମହମ ମୂର୍ତ୍ତିଟି ସୂର୍ଯ୍ୟଙ୍କ ତାପରେ ତରଳି ଯାଇଛି । ଯାହାକୁ ନେଇ ଏବେ ଇଣ୍ଟରନେଟରେ ଜୋରଦାର ଚର୍ଚ୍ଚା ।

ବିବିସି ରିପୋର୍ଟ ଅନୁସାରେ, ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଅବ୍ରାହମ ଲିଙ୍କନଙ୍କ ଏକ 6 ଫୁଟର ମହମ ମୂର୍ତ୍ତି ସ୍ଥାପନ କରାଯାଇଛି । ଯାହା ଲିଙ୍କନ ମେମୋରିଆଲ ଭାବେ ଜଣାଶୁଣା । ଅବ୍ରାହମ ଲିଙ୍କନଙ୍କ ସୁନ୍ଦର ପ୍ରତିମୂର୍ତ୍ତିଟି ଅତି ଆକର୍ଷଣ ଥିବା ବେଳେ ଏହାକୁ ମହମରେ ନିର୍ମାଣ କରାଯାଇଛି । ହେଲେ ସୂର୍ଯ୍ୟଙ୍କ ତେଜ ସହିପାରିବାରେ ବିଫଳ ହୋଇଛି ଏହି ପ୍ରତିମୂର୍ତ୍ତି । ଅତ୍ୟଧିକ ଗରମ କାରଣରୁ ମୂର୍ତ୍ତିଟି ତରଳି ଯାଇଛି । ମୂର୍ତ୍ତିଟି ବସିଥିବା ଆକୃତିର କରାଯାଇଥିବା ବେଳେ ଏବେ ମୁଣ୍ଡଟି ତରଳି ନଇଁ ଯାଇଛି । ଫଳରେ ପୁରା ପ୍ରତିମୂର୍ତ୍ତିର ଆକୃତି ବଦଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ: ମକ୍କାରେ ବଢୁଛି ମୃତ୍ୟୁସଂଖ୍ୟା, ଆଖି ବୁଜିଲେଣି 13ଶହରୁ ଅଧିକ ହଜ୍‌ ତୀର୍ଥଯାତ୍ରୀ

ଆଗରୁ ବି ତରଳିଛି ମୂର୍ତ୍ତି: ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ମୂର୍ତ୍ତି ତରଳି ଥିବା ନଜିର ରହିଛି । ଏବେ ଏହାର ମରାମତି କାର୍ଯ୍ୟ କରାଯାଉଛି । ସୂଚନା ଥାଉକି ଅବ୍ରାହମ ଲିଙ୍କନଙ୍କ ଏହି ମୂର୍ତ୍ତିଟି ମେମୋରିଆଲ କ୍ୟାମ୍ପ ୱାର୍କର ନାମକ ଏକ ସ୍ଥାନରେ ରହିଛି । ଏହି ସ୍ଥାନରେ ପୂର୍ବରୁ ଆଫ୍ରିକା ଲୋକେ ଶରଣ ନେଉଥିଲେ । ଏହା ନିକଟରେ ଏକ ସ୍କୁଲ ମଧ୍ୟ ରହିଛି । ଏହି ମୂର୍ତ୍ତିର ବିଶେଷତା ହେଉଛି ଏହା ଲୋକଙ୍କୁ ଆକର୍ଷିତ କରିବା ସହ ମହମବତୀ ରୂପେ ମଧ୍ୟ କାର୍ଯ୍ୟ କରେ । ଗତ ସେପ୍ଟେମ୍ବର ମାସରେ ଏହି ମୂର୍ତ୍ତିଟି ଏଠାରେ ସ୍ଥାପନ କରାଯାଇଥିଲା ।

ଏହା ବି ପଢନ୍ତୁ: ଏଭଳି ଦେଶ; ମାଟିତଳେ ହୀରା ଖଣି, ହେଲେ ଦାରିଦ୍ର୍ୟରେ ସଢୁଛନ୍ତି ଦେଶବାସୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.