ETV Bharat / international

ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁଙ୍କ ଉପରେ କଳାଯାଦୁ; ମନ୍ତ୍ରୀ ଫାତିମା ଗିରଫ - BLACK MAGIC ON MALDIVES PRESIDENT

author img

By ETV Bharat Odisha Team

Published : Jun 28, 2024, 5:22 PM IST

BLACK MAGIC ON MALDIVES PRESIDENT: ମାଳଦ୍ବୀପ ସରକାରର ଖୋଦ ମନ୍ତ୍ରୀ କରୁଥିଲେ ରାଷ୍ଟ୍ରପତି ମୁଇଜୁଙ୍କ ଉପରେ କଳାଯାଦୁ । ସାମିଲ ଥିଲେ ମନ୍ତ୍ରୀଙ୍କ ପୂର୍ବ ସ୍ବାମୀ । ଏମିତି ରଚିଥିଲେ ଷଡ଼ଯନ୍ତ୍ର । ଅଧିକ ପଢନ୍ତୁ

BLACK MAGIC ON MALDIVES PRESIDENT
BLACK MAGIC ON MALDIVES PRESIDENT (ETV Bharat)

ମାଲେ: ଭାରତ ସହିତ କୂଟନୈତିକ ବିବାଦକୁ ନେଇ କିଛି ଦିନ ତଳେ ଚର୍ଚ୍ଚାରେ ଥିବା ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଉପରେ କଳା ଯାଦୁ । ଏଭଳି ଅଭିଯୋଗରେ ମାଳଦ୍ବୀପ ପୋଲିସ ମୁଇଜୁ ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଗିରଫ କରିଛି । ବ୍ଲାକ ମ୍ୟାଜିକ୍‌ କରିବା ଅଭିଯୋଗରେ ମୁଇଜୁ ସରକାରରେ ଥିବା ପରିବେଶ ରାଷ୍ଟ୍ର ମନ୍ତ୍ରୀ ଫାତିମା ଶମନାଜ ଅଲ୍ଲୀ ସଲିମ ସମେତ 3 ଜଣଙ୍କୁ ଗିରଫ କରାଯାଇଛି ।

ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁଙ୍କ ଉପରେ କଳାଯାଦୁ
ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁଙ୍କ ଉପରେ କଳାଯାଦୁ (ETV Bharat Odisha)

ମାଳଦ୍ବୀପ ପୋଲିସର କହିବାନୁସାରେ, ଗିରଫ ପରେ 3 ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ 7 ଦିନ ଲାଗି ପୋଲିସ ହେପାଜତକୁ ପଠାଇଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ମୁଇଜୁ ସରକାରଙ୍କ ମନ୍ତ୍ରୀ ଶମନାଜଙ୍କ ଭାଇ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହି ଘଟଣାରେ ଫାତିମାଙ୍କ ପୂର୍ବତନ ସ୍ବାମୀ ଆଦାମ ରମିଜ ମଧ୍ୟ ସାମିଲ ଅଛନ୍ତି । ଯିଏକି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ କାମ କରନ୍ତି । ଫାତିମାଙ୍କ ସମେତ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହଜାତ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଳା ଯାଦୁ କିପରି କରାଯାଉଥିଲା ସେ ସମ୍ପର୍କରେ ପୋଲିସ ସବିଶେଷ ତଥ୍ୟ ଦେଇନଥିଲେ ସୁଦ୍ଧା ଏହି ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ- ଭାରତ ପ୍ରତି ନରମିଲା ମାଳଦ୍ବୀପର ସ୍ବର, ଜାଣନ୍ତୁ ହଠାତ୍ କାହିଁକି ବଦଳିଗଲେ ରାଷ୍ଟ୍ରପତି ମୁଇଜୁ

ମାଳଦ୍ବୀପ ରାଜନୀତିରେ ଫାତିମା ଶମନାଜ ସଲିମ ଓ ଆଦାମ ରମିଜ ହେଉଛନ୍ତି ପ୍ରମୁଖ ଚେହେରା । କିଛି ମିଡିଆ ରିପୋର୍ଟ ମୁତାବକ ମହିଳା ମନ୍ତ୍ରୀ ଫାତିମା ରାଷ୍ଟ୍ରପତି ମୁଇଜୁଙ୍କ ଗୁଡ୍‌ ବୁକ୍ସରେ ରହିବାକୁ ଚାହୁଁଥିଲେ । ଏହାସହ ସେ କ୍ୟାବିନେଟରେ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଚାହୁଁଥିଲେ । ଅସାଧୁ ଉପାୟରେ ସେ ହୁଏତ ନିଜ ଇଚ୍ଛା ପୂରଣ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ଅନ୍ୟପଟେ ଫାତିମାଙ୍କ ଘରେ ଚଢାଉ ବେଳେ କଳା ଯାଦୁ ସହ ଜଡିତ କିଛି ପଦାର୍ଥ ଜବତ କରାଯାଇଛି ।

ପୂର୍ବତନ ସ୍ବାମୀ ରମିଜଙ୍କ ସହ ଫାତିମା
ପୂର୍ବତନ ସ୍ବାମୀ ରମିଜଙ୍କ ସହ ଫାତିମା (X)

ଫାତିମା ଶମନାଜ କିଏ ?

ମୁଇଜୁ ସରକାରରେ ଫାତିମା ପରିବେଶ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି । ସେ ପୂର୍ବରୁ ମାଲେ ସିଟି କାଉନସିଲରେ ହେନବାରୁ ସାଉଥରୁ କାଉନସିଲର ଥିଲେ । ଏହାପରେ ସେ ମନ୍ତ୍ରୀ ପଦ ସମ୍ଭାଳିବା ଲାଗି କାଉନସିଲ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଭବନରେ ଫାତିମାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଫାତିମା ଶମନାଜ ହେଉଛନ୍ତି ରାଷ୍ଟ୍ରପତି ମୁଇଜୁ ଓ ତାଙ୍କ ପତ୍ନୀଙ୍କ ଘନିଷ୍ଠ ଅଧିକାରୀ ଏଡମ ରମିଜଙ୍କ ପୂର୍ବ ପତ୍ନୀ । ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି । ଫାତିମା ଶମନାଜଙ୍କ 3ଟି ସନ୍ତାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କେବଳ ଦେଢ ବର୍ଷ । ମୁଇଜୁଙ୍କ ଉପରେ କଳାଯାଦୁ କରିବା ଲାଗି ଫାତିମା ପୂର୍ବ ସ୍ବାମୀ ରମିଜଙ୍କ ସହାୟତା ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.