ETV Bharat / international

ଫ୍ରାନ୍ସରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି, କ'ଣ ହେବ ମାକ୍ରୋନଙ୍କ ଭାଗ୍ୟ - France national election

author img

By ETV Bharat Odisha Team

Published : Jun 30, 2024, 1:21 PM IST

Updated : Jun 30, 2024, 2:30 PM IST

French Parliamentary Election 2024: ଫ୍ରାନ୍ସ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି । ତିନି ବର୍ଷ ପୂର୍ବରୁ ସରକାର ଭାଙ୍ଗିଥିଲେ ରାଷ୍ଟ୍ରପତି ମାକ୍ରୋନ । ଅଧିକ ପଢନ୍ତୁ

ଫ୍ରାନ୍ସରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି, କ'ଣ ହେବ ମାକ୍ରୋନଙ୍କ ଭାଗ୍ୟ
ଫ୍ରାନ୍ସରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି, କ'ଣ ହେବ ମାକ୍ରୋନଙ୍କ ଭାଗ୍ୟ (ETV Bharat Odisha)

ହାଇଦ୍ରାବାଦ: ଫ୍ରାନ୍ସରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ 577 ଆସନ ବିଶିଷ୍ଟ ଫ୍ରାନ୍ସ ଜାତୀୟ ବ୍ୟବସ୍ଥାପିକା (ସଂସଦ) ପାଇଁ ସଂଖ୍ୟା ଗରିଷ୍ଠତା ରହିଛି 289 ଆସନ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆସନ୍ତା ମାସ (ଜୁଲାଇ) 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ଫ୍ରାନ୍ସରେ ଚଳିତ ସରକାରର କାର୍ଯ୍ୟକାଳ 2027ରେ ଶେଷ ହେବାକୁ ଥିବାବେଳେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନେତୃତ୍ବାଧୀନ ସରକାର ନିର୍ଦ୍ଧାରିତ ଅବଧିର ଦୀର୍ଘ 3ବର୍ଷ ପୂର୍ବରୁ ସଂସଦ ଭଙ୍ଗ କରି ସାଧାରଣ ନିର୍ବାଚନ ଆହ୍ବାନ କରିଥିଲେ ।

ଫ୍ରାନ୍ସର ମତଦାନ ଓ ନିର୍ବାଚନ ପ୍ରକ୍ରିୟା ସାମାନ୍ୟ ଭିନ୍ନ । ଏଥିରେ ଏକକ ପର୍ଯ୍ୟାୟକ୍ରମିକ ଭୋଟିଂ ପରିବର୍ତ୍ତେ ଭିନ୍ନ ଶୈଳୀରେ ଭୋଟିଂ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ ପାଇଥିବା ପ୍ରାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥାନ୍ତି । ତେବେ ମାକ୍ରୋନଙ୍କ ଦଳ ରିନାଇସାନ୍ସ (Renaissance) ବାମପନ୍ଥୀ ବିଚାରଧାରାର ଦଳ । ଏବେ ଫ୍ରାନ୍ସରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳର ଲୋକପ୍ରିୟତା ଓ ପ୍ରଭାବ ବଢିଥିବାକ ପରି ସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଯଦି ମାକ୍ରୋନ ଓ ତାଙ୍କ ଦଳ ନିର୍ବାଚନରେ ପରାଜୟ ବରଣ କରେ, ତେବେ ଫରାସୀ ରାଜନୀତିରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇପାରେ । ଫ୍ରାନ୍ସରେ ପ୍ରଥମଥର ଦକ୍ଷିଣ ପନ୍ଥୀ ପାର୍ଟିର ସରକାର ଗଠନ ହୋଇପାରେ । ଫ୍ରାନ୍ସ ଜାତୀୟ ବ୍ୟବସ୍ଥାପିକାର ନିମ୍ନସଦନରେ ମୋଟ 577 ସଦସ୍ୟ ରହିଛନ୍ତି । 289 ଆସନ ସଂଖ୍ୟା ଗରିଷ୍ଠତା ପାଇଁ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ମଦ ଦୁର୍ନୀତି ମାମଲା: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ - Kejriwal sent to Judicial Custody

ଜୁନ 9 ତାରିଖରେ ୟୁରୋପୀୟ ସଂଘ ନିର୍ବାଚନରେ ପରାଜୟ ପରେ ମୋକ୍ରାନ ସରକାର ଜାତୀୟ ସଂସଦ ଭଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ସହ ଦେଶରେ ନିର୍ବାଚନ ଆହ୍ବାନ କରାଯାଇଥିଲା । ତେବେ ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ମାକ୍ରୋନ ଓ ତାଙ୍କ ଦଳ ସହ ଗଠ ବନ୍ଧନରେ ଥିବା ଦଳମାନଙ୍କୁ ମୋଟ 125 ରୁ 155 ଆସନ ମିଳିପାରେ । ଏହା ଯଦି ବାସ୍ତବରେ ପରିଣତ ହୁଏ, ତେବେ ମାକ୍ରୋନ କ୍ଷମତାରୁ ହଟିପାରନ୍ତି । ଯଦି ମାକ୍ରୋନଙ୍କ ଦଳ କ୍ଷମତାଚ୍ୟୁତ ହୁଏ, ତେବେ ଫ୍ରାନ୍ସରେ ପ୍ରଥମ ଥର ପାଇଁ ଦକ୍ଷିଣପନ୍ଥୀ ସରକାର ଗଠନ ହେବ । ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଆସନ୍ତାମାସ ଜୁଲାଇ 7 ତାରିଖରେ ଦ୍ବିତୀୟ ପର୍ଯାୟ ଭୋଟିଂ ଶେଷ ହେବା ପରେ ଫଳାଫଳ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.