ETV Bharat / international

ଆମେରିକାରେ ନିର୍ବାଚନୀ ରାଜନୀତି: ପ୍ରଥମ ବିତର୍କରେ ବାଇଡେନ-ଟ୍ରମ୍ପ ଟକରା ଟକରି, ପଦାରେ ପଡ଼ିଲା ପରସ୍ପରର ଦୋଷ ଦୁର୍ବଳତା - Trump Biden Debate

author img

By ETV Bharat Odisha Team

Published : Jun 28, 2024, 1:25 PM IST

Updated : Jun 28, 2024, 1:45 PM IST

Trump-Biden Debate: ନିର୍ବାଚନ ପୂର୍ବରୁ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ ପ୍ରଥମ ପ୍ରେସିଡେନ୍ସିଆଲ୍ ଡିବେଟ୍ (ବିତର୍କ) ହୋଇଛି । କ୍ୟାପିଟାଲ ହିଲ ଦଙ୍ଗା ମାମଲାରେ ଟ୍ରମ୍ପଙ୍କୁ ଦୋଷୀ କହିଲେ ବାଇଡେନ । ଆଫଗାନିସ୍ତାନ ପ୍ରସଙ୍ଗରେ ବାଇଡେନଙ୍କୁ ଘେରିଲେ ଟ୍ରମ୍ପ ।

Etv Bharat
Etv Bharat (ANI)

ଓ୍ବାଂଶିଟନ: ପାଖଉଛି ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ନଭେମ୍ବର 5 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନକୁ ନେଇ ଏବେ ଠାରୁ ସରଗରମ ହୋଇଛି ଦେଶର ରାଜନୀତି । ଏହାରି ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ବିତର୍କ ଆରମ୍ଭ ହୋଇଯାଇଛି। ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରି ତୀବ୍ର ବର୍ଷିଥିଲେ । ଆମେରିକାର ଜର୍ଜିଆ ପ୍ରଦେଶର ଆଟଲାଣ୍ଟା ସହରର ସିଏନଏନ ମୁଖ୍ୟାଳୟରେ ଭାରତୀୟ ସମୟ ସକାଳ 6ଟାରେ 90 ମିନିଟ ଧରି ବିତର୍କ ଚାଲିଥିଲା । 4 ବର୍ଷ ପରେ ଦୁଇ ନେତା ପୁଣି ମୁହାଁମୁହିଁ ହୋଇଥିଲେ। ଏହି ବିତର୍କ ନିର୍ବାଚନ ପାଇଁ ବେଶ ଗୁରୁତ୍ବବହନ କରୁଛି ।

ବିତର୍କ ପୂର୍ବରୁ ପରସ୍ପରକୁ ହାତ ମିଲାଇଲେ ନାହିଂ ଟ୍ରମ୍ପ-ବଇଡେନ: ବିତର୍କ ସମୟରେ ଷ୍ଟୁଡିଓରେ କୌଣସି ଦର୍ଶକ ଉପସ୍ଥିତ ନଥିଲେ । ଦୁଇ ନେତା ପ୍ରତିଦ୍ବନ୍ଦି ପରସ୍ପରକୁ ହାତ ନମିଳାଇ ପୋଡିୟମରେ ଛିଡା ହୋଇ ବିତର୍କ ଆରମ୍ଭ କରିଦେଇଥିଲେ । ବିତର୍କରେ ଦେଶର ଅର୍ଥନୀତି, ବୈଦେଶିକ ନୀତି, ଅନ୍ତର୍ଜାତୀୟ ସଙ୍କଟ, ବିଦେଶନାଗରିଙ୍କ ପ୍ରବେଶ ଓ ଦେଶର ଗଣତନ୍ତ୍ରକୁ ନେଇ ଟ୍ରମ୍ପ ଓ ବାଇଡେନ ମୁହାଁମୁହିଁ ହୋଇଥିଲେ । ଏହି ବିତର୍କରେ 81 ବର୍ଷ ବୟସରେ ମଧ୍ୟ ବାଇଡେନ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହେବାରେ ସକ୍ଷମ ଅଟନ୍ତି ଏବଂ ଦେଶକୁ ପ୍ରତିଟି ସମସ୍ୟାରୁ ବାହାର କରିବାରେ ସକ୍ଷମ ବୋଲି ଦର୍ଶାଇଥିଲେ । ଅନ୍ୟପଟେ 78 ବର୍ଷିୟ ଟ୍ରମ୍ପ ନିଜ ଉପରେ ଲାଗିଥିବା ଥିବା ସମସ୍ତ ମାମଲା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ରାଜନୈତିକ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଥିଲେ । ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମଧ୍ୟ ବିତର୍କ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ବିତର୍କ ଜୋରଦାର ହୋଇଥିଲା । ଉଭୟ ପରସ୍ପର ବିରୁଦ୍ଧରେ ଅଶ୍ଳୀଳ ଭାଷା ମଧ୍ୟ ବ୍ୟବହାର କରିଥିଲେ ।

ଅଧିକ ପଢନ୍ତୁ-ଆମେରିକା ଇତିହାସରେ ପ୍ରଥମ, ନିର୍ବାଚନ ପୂର୍ବରୁ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ - DONALD TRUMP CONVICTED

ପ୍ରଥମାର୍ଦ୍ଧରେ ବାଇଡେନଙ୍କ ଉପରେ ଭାରିପଡିଲେ ଟ୍ରମ୍ପ: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଏବଂ ବାଇଡେନ ସେମାନଙ୍କର ପ୍ରାରମ୍ଭିକ ବିତର୍କ ଅର୍ଥନୀତି ଉପରେ କରିଥିଲେ, ଯେଉଁଥିରେ ଦୁଇ ନେତା ମୁଦ୍ରାସ୍ଫୀତି, ଚାକିରି ଏବଂ ଟିକସ ନୀତି ଉପରେ ପରସ୍ପରକୁ ଟାର୍ଗେଟ କରିଥିଲେ । ରିପୋର୍ଟରେ କୁହାଯାଇଛି ଯେ, ବିତର୍କର ପ୍ରଥମ ଅଧ ଘଣ୍ଟା ମଧ୍ୟରେ ବାଇଡେନ ଟିକେ ନର୍ଭସ ହୋଇଯାଇଥିବା ବେଳେ ଟ୍ରମ୍ପ କିନ୍ତୁ ଗର୍ଜିଥିଲେ । ଟ୍ରମ୍ପ ଦେଶର କ୍ୟାପିଟାଲରେ ହୋଇଥିବା ଦଙ୍ଗା କୁ ନେଇ ନିଜର ଭୂମିକାକୁ ଅସ୍ୱୀକାର କରିଥିଲେ ଏବଂ ଏହି ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଆଚରଣ ବିପଜ୍ଜନକ ଥିଲା ବୋଲି ଅସ୍ୱୀକାର କରି ଦେଇଥିଲେ ।

ବାଇଡେନଙ୍କ ପୁଅକୁ ନେଇ ଟାର୍ଗେଟ କଲେ ଟ୍ରମ୍ପ : କ୍ୟାପିଟାଲ ହିଲ ଦଙ୍ଗାକୁ ନେଇ ବିତର୍କ ସମୟରେ ଜୋ ବାଇଡେନ ଟ୍ରମ୍ପଙ୍କୁ ଦୋଷୀ ବୋଲି କହିଥିଲେ। କ୍ୟାପିଟାଲ ହିଲ ହିଂସାକୁ ରୋକିବା ପାଇଁ ସେ କିଛି କରିନାହାଁନ୍ତି। ଯେଉଁମାନେ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ଟ୍ରମ୍ପ ନିନ୍ଦା କରିବେ କି ? ଏହାର ଜବାବରେ ଟ୍ରମ୍ପ କହିଥିଲେ, ''ତୁମର ପୁଅ ଜଣେ ଦୋଷୀ।' ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ଯାହା କରିଛନ୍ତି ସେଥିପାଇଁ ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଏହି ବ୍ୟକ୍ତି ଜଣେ ଅପରାଧୀ । ମୁଁ କିଛି ଭୁଲ କରି ନାହିଁ। '' ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପ ବାଇଡେନଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ଯିଦ ମୁଁ ରାଷ୍ଟ୍ରପତି ହୋଇଥାନ୍ତି ତେବେ ୟୁକ୍ରେନ ଯୁଦ୍ଧ କେବେ ବି ଆରମ୍ଭ ହୋଇନଥାନ୍ତା।

ମୁଦ୍ରାସ୍ଫୀତି ଏବଂ ଆଫଗାନିସ୍ତାନ ପ୍ରସଙ୍ଗରେ ବିତର୍କ: ବିତର୍କ ଆରମ୍ଭ ହେବା ପୂର୍ବରୁ ଦୁଇ ନେତା ପରସ୍ପରକୁ ମଞ୍ଚରେ ହାତ ମିଳାଇ ନଥିଲେ। ଯାହା ଦୁଇ ନେତାଙ୍କ ମଧ୍ୟରେ ଥିବା ତିକ୍ତତା ସ୍ପଷ୍ଟ ବାରି ହୋଇପଡୁଥିଲା। ଟ୍ରମ୍ପ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ବାଇଡେନ ସରକାରଙ୍କୁ ଘେରିଥିଲେ । ମୁଦ୍ରାସ୍ଫୀତି ଆମେରିକାକୁ ହତ୍ୟା କରିଛି ବୋଲି କହିଥିଲେ। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଟ୍ରମ୍ପ ବାଇଡେନଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ''ଯେଉଁ ଦିନ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରାଯାଇଥିଲା ତାହା ଆମ ଇତିହାସର ସବୁଠାରୁ ଲଜ୍ଜାଜନକ ଦିନ ଥିଲା। ଯଦି ମୁଁ ସେନାକୁ ସେଠାରୁ ପ୍ରତ୍ୟାହାର କରିଥାନ୍ତି ତେବେ ପୂର୍ଣ୍ଣ ସମ୍ମାନ, ଶକ୍ତି ଏବଂ ଶୁଦ୍ଧତା ସହିତ ଫେରିଥାନ୍ତେ ।''

ଗର୍ଭପାତକୁ ନେଇ ବିତର୍କ: ବିତକ୍ର ସମୟରେ ଟ୍ରମ୍ପ କହିଥିଲେ ଯେ, ଯଦି ମୁଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଏ ତେବେ ଗର୍ଭପାତ ପାଇଁ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବେ ନାହିଁ। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବାଇଡେନ ସମାଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଗାଳିଗୁଲଜ ହୋଇଥିଲା ଏବଂ ଦୁହେଁ ପରସ୍ପରକୁ ମିଥ୍ୟାବାଦୀ, ଏବଂ ମୂର୍ଖ ବୋଲି କହିଥିଲେ।

ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କ ସହ ଜଡ଼ିତ ମାମଲାରେ ଟ୍ରମ୍ପଙ୍କୁ ଟାର୍ଗେଟ କଲେ ବାଇଡେନ: ବାଇଡେନ ଟ୍ରମ୍ପଙ୍କୁ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ସମ୍ପର୍କକୁ ନେଇ ଗର୍ଜିଥିଲେ । କିନ୍ତୁ ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । କହିଥିଲେ ଯେ ଏହି ମାମଲାରେ ଡେମୋକ୍ରାଟିକ୍ ଓକିଲମାନେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଇଡେନ ଟ୍ରମ୍ପଙ୍କ ଇମିଗ୍ରେସନ ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ଟ୍ରମ୍ପଙ୍କ ସରକାର ସମୟରେ ପିଲାମାନେ ସେମାନଙ୍କ ମା’ଙ୍କଠାରୁ ଅଲଗା କରାଯାଇଥିଲା ଏବେ ଏବଂ ପରିବାରକୁ ଭାଗ ଭାଗ କରି ଦିଆଯିବା ଉପାୟ ନୁହେଁ ।

Last Updated : Jun 28, 2024, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.