ETV Bharat / state

ରାଜ୍ୟରେ ଶିଳ୍ପାୟନ ପାଇଁ ବଡ଼ ସୁଯୋଗ, '୧୭ ପ୍ରକଳ୍ପରେ ୩୮୮୩ କୋଟି ନିବେଶ' - INVESTMENT IN ODISHA

ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ଶିଳ୍ପାୟନ ନେଇ ବଡ଼ ନିଷ୍ପତ୍ତି । ୩୮୮୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ୧୨, ୨୮୦ ନିଯୁକ୍ତି ସୁଯୋଗ ।

ODISHA GOVT APPROVED 17 PROJECTS
ODISHA GOVT APPROVED 17 PROJECTS (ETV Bharat Odisha)
author img

By ETV Bharat Odisha Team

Published : Jan 23, 2025, 7:11 AM IST

Updated : Jan 23, 2025, 10:15 AM IST

ଭୁବନେଶ୍ବର: ମେକ ଇନ କନକ୍ଲେଭ 2025 ପୂର୍ବରୁ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ଲାଗିଛି ଡେଣା । ରାଜ୍ୟରେ ପ୍ରାୟ 3883 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ 17ଟି ନୂଆ ଶିଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସମଗ୍ର ରାଜ୍ୟରେ 12 ହଜାର 280 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦନ ଲାଗି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ତଥ୍ୟ ଉପସ୍ଥାପନ କରିଛନ୍ତି ।

ODISHA GOVT APPROVED 17 PROJECTS
ODISHA GOVT APPROVED 17 PROJECTS (ETV Bharat Odisha)

ଶିଳ୍ପାୟନର ନୂଆ ଅଧ୍ୟାୟ:

ନୂଆବର୍ଷ ଆରମ୍ଭରୁ ରାଜ୍ୟ ସରକାର ଶିଳ୍ପାୟନର ନୂଆ ଅଧ୍ୟାୟ । ଜାନୁଆରୀ 1ରେ ରାଜ୍ୟରେ 4 ହଜାର 222 କୋଟି 24 ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ମଞ୍ଜୁରୀ ଦେଇଥିଲା । 25ଟି ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ 14 ହଜାର 497 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଜାନୁଆରୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି 44,793.03 କୋଟି ନିବେଶକୁ ମଞ୍ଜୁରୀ ଦେଇଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 23,005 ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।

17ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ:

ଗତକାଲି (ବୁଧବାର) ଦିନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ 17ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 12 ହଜାର 280 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ମଧ୍ୟରେ ଚାରିଟି ଗଞ୍ଜାମ, ଚାରିଟି ଯାଜପୁର, ତିନୋଟି ସମ୍ବଲପୁର, ଖୋର୍ଦ୍ଧାରେ ଦୁଇଟି, ରାୟଗଡା ଗୋଟେ, ଝାରସୁଗୁଡା ଗୋଟେ, ଅନୁଗୋଳରେ ଗୋଟେ ଓ ଢେଙ୍କାନାଳରେ ଗୋଟେ ପ୍ରକଳ୍ପ ରହିଛି । 871 କୋଟି ଟଙ୍କା ନିବେଶରେ ବିଆର ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ସମ୍ବଲପୁରରେ ଇସ୍ପାତ କାରଖାନା ବସାଇବାକୁ ଯୋଜନା କରିଛି । 5137 ନିଯୁକ୍ତି ସୁଯୋଗ 5 ସୃଷ୍ଟି ହେବ । 57 କୋଟି ଟଙ୍କା ବ୍ୟୟରେ କ୍ୱାଣ୍ଟ ସୋଲାର ଟେକ୍ନୋଲୋଜି ସମ୍ବଲପୁରରେ ସୌର ପ୍ରକଳ୍ପ ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନିର୍ମାଣ କରିବ । 350 ନିଯୁକ୍ତି ସୁଯୋଗ ରହିଛି ।

ଏହା ମଧ୍ୟ ପଢନ୍ତୁ...ଗଠନ ହେଲା ‘ଷଷ୍ଠ ରାଜ୍ୟ ଅର୍ଥ କମିଶନ’, ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ - 6TH STATE FINANCE COMMISSION

ଏହା ମଧ୍ୟ ପଢନ୍ତୁ...28ରୁ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ, ଆସିବେ 5ଶହ ବିଦେଶୀ ନିବେଶକ - UTKARSH ODISHA CONCLAVE

ଏହା ମଧ୍ୟ ପଢନ୍ତୁ...କ୍ୟାବିନେଟରେ 10 ପ୍ରସ୍ତାବକୁ ମୋହର, ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ମଞ୍ଜୁରୀ - ODISHA CABINET

ଗଞ୍ଜାମ ପାଇଁ ଚାରୋଟି ପ୍ରକଳ୍ପ :

ସେହିଭଳି ଆଲପ୍ସ ମାଇନିଂ ସର୍ଭିସେସ ସମ୍ବଲପୁରରେ 61 କୋଟି 50 ଲକ୍ଷ ଟଙ୍କା ବ୍ୟୟରେ 20 ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ କୋଲ ଓ୍ୱାସେରୀ ପ୍ରତିଷ୍ଠା କରିବ । 450 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ଚାରୋଟି ପ୍ରକଳ୍ପ ରହିଛି । ସେଥିମଧ୍ୟରୁ 300 କୋଟି ଟଙ୍କା ନିବେଶରେ ହେଟେରୋ ଡଗ୍ରସ ଔଷଧ ପ୍ରସ୍ତୁତି କରିବ । ଏଥିରେ 1500 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ଅନର ଲ୍ୟାବ ଲିମିଟେଡ 300 କୋଟି ଟଙ୍କା ବ୍ୟୟରେ ଔଷଧ ପ୍ରସ୍ତୁତି ପାଇଁ ଯୋଜନା ରଖିଛି । ଏଥିରେ ମଧ୍ୟ 1500 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ବିକାଶ ହସ୍ପିଟାଲିଟି ସଂସ୍ଥା 60 କୋଟି ଟଙ୍କା ବ୍ୟୟରେ ହୋଟେଲ ନିର୍ମାଣ କରାଯିବ । ଫଳରେ 155 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିବ । ସେହିପରି ଶ୍ରୀଜଗନ୍ନାଥ ଲାଇମ ଆଣ୍ଡ କେମିକାଲ 59.02 କୋଟି ଟଙ୍କା ବ୍ୟୟରେ କୁଇକ ଲାଇମ କାରଖାନା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ 150 ନିଯୁକ୍ତି ସୁଯୋଗ ରହିଛି । ସେହିଭଳି ଯାଜପୁର ଜିଲ୍ଲାରେ 4ଟି ପ୍ରକଳ୍ପ ଥିବା ବେଳେ ରାୟଗଡା, ଝାରସୁଗୁଡା, ଅନୁଗୋଳ ଓ ଢେଙ୍କାନାଳରେ ଗୋଟିଏ ଲେଖାଏଁ ଏବଂ ଖୋର୍ଦ୍ଧାରେ ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 23, 2025, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.