ETV Bharat / state

ସରିଲା କୁମ୍ଭୀର ଗଣନା, ଭିତରକନିକାରେ ବଢ଼ିଛନ୍ତି ବଉଳା କୁମ୍ଭୀର - BHITARKANIKA CROCODILE CENSUS

ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ବଢିଛି କୁମ୍ଭୀର ସଂଖ୍ୟା । ୧୫ ବଉଳା କୁମ୍ଭୀର ସଂଖ୍ୟା ବଢିଛି । ଚଳିତବର୍ଷ ୧୮୨୬ କୁମ୍ଭୀର ଚିହ୍ନଟ ।

ଭିତରକନିକା ଜାତୀୟ ଉଦ୍ୟାନ
ଭିତରକନିକା ଜାତୀୟ ଉଦ୍ୟାନ (ETV Bharat Odisha)
author img

By ETV Bharat Odisha Team

Published : Jan 23, 2025, 7:20 AM IST

କେନ୍ଦ୍ରାପଡା: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଭିତରକନିକା ଜାତୀୟ ଉଦ୍ୟାନରେ ବଢ଼ିଲେ ବଉଳା କୁମ୍ଭୀର । ଗତବର୍ଷ ତୁଳନାରେ ଚଳିତବର୍ଷ ପନ୍ଦରଟି କୁମ୍ଭୀର ବଢିଥିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।

ବଢିଲେ 15 ବଉଳା କୁମ୍ଭୀର:

ଭିତରକନିକାରେ ବଢିଲେ କୁମ୍ଭୀର (ETV Bharat Odisha)

ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ‘ଚଳିତବର୍ଷ 22ଟି ଟିମ୍ ଗଠନ କରାଯାଇ 19 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଗଣନା କରାଯାଇଥିଲା । ଦିନ ବେଳେ ବଡ଼ ଓ ରାତିରେ ଟର୍ଚ୍ଚ ଲାଇଟ୍ ମାଧ୍ୟମରେ 6 ଫୁଟରୁ କମ୍ କୁମ୍ଭୀର ଗଣନା କରାଯାଇଥିଲା । ଗତବର୍ଷ 1811ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତବର୍ଷ 1826କୁ ଏହି କୁମ୍ଭୀର ସଂଖ୍ୟା ବୃଦ୍ଧି ହୋଇଛି ।’

ବଢିଛି କୁମ୍ଭୀର ସଂଖ୍ୟା
ବଢିଛି କୁମ୍ଭୀର ସଂଖ୍ୟା (ETV Bharat Odisha)
  • ବଢିଲେ ବଉଳା କୁମ୍ଭୀରଙ୍କ ସଂଖ୍ୟା
  • ଗତବର୍ଷ ଥିଲେ 1811 କୁମ୍ଭୀର
  • ଚଳିତ ବର୍ଷ ଏହି ସଂଖ୍ୟା ପହଞ୍ଚିଛି 1826କୁ

3 ଦିନ ଚାଲିଥିଲା କୁମ୍ଭୀର ଗଣନା:

ଭିତରକନିକାରେ 3 ଦିନ ଧରି ଚାଲିଥିଲା କୁମ୍ଭୀର ଗଣନା । ଗତ 19 ଜାନୁଆରୀରୁ 21 ଜାନୁଆରୀ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଇଥିଲା । ଏଥିପାଇଁ 22ଟି ଟିମ ନିୟୋଜିତ ଥିଲେ । ତେବେ କୁମ୍ଭୀର ଗଣନା ପାଇଁ ଗତ 14ରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା ।

କୁମ୍ଭୀର ଗଣନା ରିପୋର୍ଟ (2025):

  1. ହାଚେଲିଂ(2 ଫୁଟିଆ) 585ଟି
  2. ୟାର୍ଲେଲିଂ (ବର୍ଷକର 2 ରୁ 3 ଫୁଟ) 403ଟି
  3. ଜୁଭେନାଇଲ (3ରୁ 6 ଫୁଟ) 328ଟି
  4. ସବ୍‌ଆଡଲ୍ଟ(6 ଫୁଟରୁ8 ଫୁଟ) 164ଟି
  5. ଆଡଲ୍ଟ(8 ଫୁଟରୁ ଅଧିକ) 346ଟି
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର (ETV Bharat Odisha)

କୁମ୍ଭୀର ଗଣନା ରିପୋର୍ଟ (2024)

  1. ହାଚେଲିଂ(2 ଫୁଟିଆ) 582ଟି
  2. ୟାର୍ଲେଲିଂ (ବର୍ଷକର 2 ରୁ 3 ଫୁଟ) 387ଟି
  3. ଜୁଭେନାଇଲ (3ରୁ 6 ଫୁଟ) 327ଟି
  4. ସବ୍‌ଆଡଲ୍ଟ(6 ଫୁଟରୁ 8 ଫୁଟ) 167ଟି
  5. ଆଡଲ୍ଟ(8 ଫୁଟରୁ ଅଧିକ) 348ଟି

କେବେଠୁ ହେଉଛି କୁମ୍ଭୀର ଗଣନା ?

1975 ମସିହାରେ ଭିତରକନିକାକୁ ବଉଳା କୁମ୍ଭୀର ମାନଙ୍କର ଅଭୟାରଣ୍ୟ ବା RAMSAR ସାଇଡ ଘୋଷଣା କରାଯିବା ପରେ 1976 ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା ହୋଇଆସୁଛି । ପ୍ରତିବର୍ଷ ଜାନୁଆରୀ ମାସରେ 8 ରୁ 10 ଦିନ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇ ବନ୍ଦର ଶେଷ 3 ଦିନରେ କୁମ୍ଭୀର ବିଶାରଦ,ପ୍ରାଣୀ ବିଶାରଦ,ବନ କର୍ମଚାରୀ ମାନଙ୍କ ସହାୟତାରେ ଏହି କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ:

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୨୨ଟି ଟିମ୍ ସାମିଲ

କୁମ୍ଭୀର ଗଣନା ପ୍ରହସନ ! ନିଷେଧାଦେଶ ସତ୍ତ୍ବେ ଭିତରକନିକାରେ ବୁଲିଲେ ଇକୋ-ରିଟ୍ରିଟ ପର୍ଯ୍ୟଟକ

ମଝି ସମୁଦ୍ରରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ଅଟକ ୮ ମତ୍ସ୍ୟଜୀବୀଙ୍କୁ ନେଇଗଲେ ମାଛ ମାଫିଆ

କିପରି କରାଯାଏ କୁମ୍ଭୀର ଗଣନା:

ଭିତରକନିକାକୁ ଜାତୀୟ ଉଦ୍ୟାନ ତଥା କୁମ୍ଭୀର ମାନଙ୍କର ଏନ୍ତୁଡ଼ିଶାଳ ଭାବରେ ପରିଚୟ ଦେବାକୁ ଚେଷ୍ଟା କରିଥିବା ଡଃ ସୁଧାକର କର କହିଛନ୍ତି,"ସାଧାରଣତଃ ଶୀତ ଦିନରେ କୁମ୍ଭୀର ମାନଙ୍କର ଗଣନା କରାଯାଏ । ଦିନରେ ଓ ରାତିରେ ମଧ୍ୟ କୁମ୍ଭୀର ମାନଙ୍କୁ ଗଣାଯାଏ । ଦିନବେଳେ ବଡ ବୋଟ ସାହାଯ୍ୟରେ ବଡ କୁମ୍ଭୀର ମାନଙ୍କର ଗଣନା କରାଯାଉଥିବା ବେଳେ ରାତିରେ ଆହୁଲାମରା ଡଙ୍ଗା ସାହାଯ୍ୟରେ ଛୋଟଛୋଟ କୁମ୍ଭୀର ମାନଙ୍କର ଗଣନା ହୁଏ । ବୋଟ, ଡଙ୍ଗା, ବାଇନାକୁଲାର,GPS,କ୍ୟାମେରା ଆଦି ଗଣନା ବେଳେ ବ୍ୟବହାର କରାଯାଏ । ’

ସେହିପରି ସେଞ୍ଚୁରିଆନ ୟୁନିଭରସିଟିର ପ୍ରାଣୀବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ଼ଃ ଶିବପ୍ରସାଦ ପରିଡ଼ା କହିଛନ୍ତି,"ନିର୍ଦ୍ଦିଷ୍ଟ ସ୍ଥାନରେ GPS ଟ୍ରାକ ମାଧ୍ୟମରେ ଗଣନା କରାଯାଏ । ରାତିରେ କୁହୁଡି ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ ତାହାରି ମଧ୍ୟରେ ଗଣାଯାଏ ।’

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.