ହାଇଦ୍ରାବାଦ:ସୀତା ନବମୀରେ ଆଦିପୁରୁଷର 'ସୀତା'ଙ୍କ ମୋସନ୍ ପୋଷ୍ଟର୍ ରିଲିଜ୍ । ଫିଲ୍ମ ନିର୍ମାତା ମୋସନ୍ ପୋଷ୍ଟର୍ ରିଲିଜ୍ କରି ଥିବାବେଳେ ପୋଷ୍ଟରରେ ଅଭିନେତ୍ରୀ କ୍ରିତି ସନନ୍ ମାତା ଜାନକୀଙ୍କ ବେଶରେ ନଜର୍ ଆସିଛନ୍ତି । ଅକ୍ଟୋବର 2022ରେ ଚଳଚ୍ଚିତ୍ରର ଟିଜର ଉନ୍ମୋଚନ ହେବା ପର ଠାରୁ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ନୂଆ ନୂଆ ପୋଷ୍ଟର୍ ଓ ମୋସନ୍ ପୋଷ୍ଟର୍ ରିଲିଜ୍ କରୁଛନ୍ତି । ଅପ୍ରେଲ୍ 22 ପର୍ଶୁରାମ ଜୟନ୍ତୀ ଅବସରରେ ଚଳଚ୍ଚିତ୍ରର ଆଉ ଏକ ମୋସନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ:-Jiah khan suicide case: ସୁରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ
ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ରାମାୟଣ କାହାଣୀରୁ ସଂଗୃହିତ ବୋଲି କୁହାଯାଉଛି । ଏହି ସିନେମା ଆସନ୍ତା ଜୁନ୍ 16ରେ ରିଲିଜ୍ ହେବ । ଏହାର ଦୁଇ ଦିନ ପୂର୍ବରୁ ଜୁନ୍ 13 ରେ ୱାର୍ଲ୍ଡ ପ୍ରିମିୟର୍ ପାଇଁ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ ସିନେମାର ସ୍କ୍ରିନିଂ କରାଯିବ । ନିର୍ଦ୍ଦେଶକ ଓମ୍ କହିଛନ୍ତି, "ଆମେ ପ୍ରଭୁ ଶ୍ରୀ ରାମ ଏବଂ ରାମାୟଣର କାହାଣୀକୁ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱର ଯୁବପିଢିଙ୍କ ନିକଟରେ ଚିତ୍ରଣ କରିବାକୁ ଚାହୁଁଥିଲୁ । ଏହି ମାଧ୍ୟମରେ ଆମେ ସମଗ୍ର ବିଶ୍ବରେ ଭାରତର ପୌରାଣିକ କିମ୍ବଦନ୍ତୀକୁ ଚିତ୍ରଣ କରିପାରିବୁ । "