ETV Bharat / entertainment

କ୍ୟାନସର୍ ଯୋଦ୍ଧା ହିନା; ପ୍ରଥମ କେମୋଥେରାପିର ବଖାଣିଲେ ଅନୁଭୂତି, ଆଓ୍ୱାର୍ଡ ସୋ’ ପରେ ସିଧା ଯାଇଥିଲେ ମେଡିକାଲ - HINA KHAN ON FIRST CHEMO

author img

By ETV Bharat Odisha Team

Published : Jul 2, 2024, 12:41 PM IST

Hina Khan Chemotherapy: ହିନା ଖାନ ବର୍ତ୍ତମାନ ସ୍ତନ କର୍କଟ ରୋଗ ସହ ସଂଘର୍ଷ କରୁଛନ୍ତି । ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ପ୍ରଥମ କେମୋଥେରାପିର କିଛି ଅନୁଭୂତି ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ,

କ୍ୟାନ୍ସର ଯୁଦ୍ଧରେ ହିନା; ପ୍ରଥମ କେମୋଥେରାପି ବଖାଣିଲେ ଅନୁଭୂତି, ଫ୍ୟାନ୍ସଙ୍କୁ ଏହା କଲେ ଅପିଲ୍
କ୍ୟାନ୍ସର ଯୁଦ୍ଧରେ ହିନା; ପ୍ରଥମ କେମୋଥେରାପି ବଖାଣିଲେ ଅନୁଭୂତି, ଫ୍ୟାନ୍ସଙ୍କୁ ଏହା କଲେ ଅପିଲ୍ (ANI)

ହାଇଦ୍ରାବାଦ: ଟିଭି ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ ସ୍ତନ କର୍କଟ ସହ ସଂଘର୍ଷ କରୁଛନ୍ତି । ନିକଟରେ ଅଭିନେତ୍ରୀ ଏହି ରୋଗର ତୃତୀୟ ଷ୍ଟେଜରେ ଥିବା କହିଥିଲେ । ଏହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ନିଜର ଏକ ଭିଡିଓ ସେୟାର କରିଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ହସ୍ପିଟାଲରୁ ନିଜର ଏକ ଝଲକ ଦେଖାଇଛନ୍ତି । ଏହି ସମୟରେ ସେ ନିଜ ପ୍ରଥମ କେମୋଥେରାପିର କିଛି ଅନୁଭୂତି ବଖାଣିବା ସହ ଫ୍ୟାନ୍ସଙ୍କୁ ମଧ୍ୟ ସକାରାତ୍ମକ ଚିନ୍ତା କରିବା ଏବଂ ହାର ନ ମାନିବାକୁ ନିବେଦନ କରିଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।

ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ ସେ ତାଙ୍କର ପ୍ରଥମ କେମୋଥେରାପି ନେବା ପୂର୍ବରୁ ପୁରସ୍କାର ଶୋ'ରେ ସାମିଲ ହୋଇଥିବା କହିବା ସହ ତାହାର ଝଲକ ଦେଖାଇଛନ୍ତି । ଏହି ଶୋ'ରେ ହିନାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଏହା ସହ ହିନା ତାଙ୍କ ହସ୍ପିଟାଲ୍ ଲୁକ୍ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ସୂଚନା ଥାଉ କି, ହିନା ଖାନଙ୍କ ପ୍ରଥମ କେମୋଥେରାପି ଜୁନ୍ ମାସରେ ହୋଇଥିଲା । ସେ ଜୁନ୍ ମାସରେ ଏକ ପୁରସ୍କାର ଶୋ’ର ଅଂଶବିଶେଷ ଥିଲେ ଏବଂ ଶୋ' ପରେ ସେ ସିଧାସଳଖ ହସ୍ପିଟାଲକୁ ଯାଇଥିଲେ, ଯାହା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି ।

'ସର୍ବଦା ପଜିଟିଭ ରୁହ'

ଅଭିନେତ୍ରୀ ପୋଷ୍ଟରେ ଲେଖିଛନ୍ତି, ଏହି ପୁରସ୍କାର ରାତିରେ ମୁଁ ମୋର କର୍କଟ ବିଷୟରେ ଜାଣିଥିଲି, କିନ୍ତୁ ମୁଁ ସ୍ୱାଭାବିକ ବୋଲି ଭାବିଲି । ମୁଁ ଏହା କେବଳ ମୋ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ କରିଥିଲି । ଏହି ଦିନଟି ସବୁକିଛି ବଦଳାଇ ଦେଇଥିଲା । ମୁଁ ଏହି ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବରେ ଗ୍ରହଣ କଲି ଯାହା ମାଧ୍ୟମରେ ମୁଁ ନିଜକୁ ପରିବର୍ତ୍ତନ କରିପାରିବି । ମୁଁ ମୋ ଜୀବନରେ ପ୍ରଥମ ଅସ୍ତ୍ର ଭାବରେ ସକାରାତ୍ମକତା ରଖିବାକୁ ନିଷ୍ପତ୍ତି ନେଇଛି । ମୋ ପାଇଁ ମୋର ପ୍ରେରଣା, ଉତ୍ସାହ ଏବଂ କଳା ଗୁରୁତ୍ୱପୂର୍ଣ୍ଣ । ମୁଁ ନଇଁବି ନାହିଁ । ଏହି ପୁରସ୍କାର, ଯାହା ମୁଁ ମୋର ପ୍ରଥମ କେମୋ ପୂର୍ବରୁ ପାଇଥିଲି, ଏହା ମୋ ପାଇଁ ପ୍ରେରଣାଦାୟୀ ।''

ଫ୍ୟାନ୍ସଙ୍କୁ କଲେ ନିବେଦନ

ଏଥିସହ ହିନା ସମସ୍ତ ଫ୍ୟାନ୍ସଙ୍କୁ ମଧ୍ୟ ନିବେଦନ କରି କହିଛନ୍ତି ଯେ, ଯେତେ ଅସୁବିଧା ହେଲେ ବି ଜୀବନରେ କେବେ ହାର ମାନନି । ହିନା କହିଛନ୍ତି, ''ମୁଁ ସମସ୍ତଙ୍କୁ ନିବେଦନ କରେ ଯେ ସେମାନଙ୍କ ଜୀବନର ସମସ୍ତ ଅସୁବିଧାକୁ ସରଳ କରି ସେମାନଙ୍କୁ ସ୍ୱାଭାବିକ କର । ଏହା ପରେ ତୁମର ଲକ୍ଷ୍ୟ ସ୍ଥିର କର ଏବଂ ସେଗୁଡିକ ପୂରଣ କରିବାକୁ ଚେଷ୍ଟା କର । ଏହା ଯେତେ କଷ୍ଟସାଧ୍ୟ ହେଉନା କାହିଁକି । କଦାପି ପଛଘୁଞ୍ଚା ହୁଅ ନାହିଁ । କେବେହେଲେ ହାର ମାନନି।''

ଏହା ମଧ୍ୟ ପଢନ୍ତୁ: ବଲିଉଡ୍ ଷ୍ଟାର୍ ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ

ସେଲିବ୍ରିଟି ଏବଂ ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ହିନାଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ପ୍ରତିକ୍ରିୟା ଦେଇ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ଟେଲିଭିଜନ ନିର୍ମାତା ଏକତା କପୁର ଲେଖିଛନ୍ତି, 'ତୁମେ ତାରକାଠାରୁ ଅଧିକ ଉଜ୍ଜ୍ୱଳ । ଶୀଘ୍ର ସୁସ୍ଥ ହୋଇ ଫେରିବ। ରୁବିନା ଦିଲାଇକ ଲେଖିଛନ୍ତି, 'ଅବିଶ୍ୱାସନୀୟ ଲେଡି।' ମୌନି ରୟ ଲେଖିଛନ୍ତି, 'ତୁମର ଶକ୍ତି ଏବଂ ସାହସ ମୋତେ ଆଶ୍ଚର୍ଯ୍ୟ କରିଛି।' ହିନାଙ୍କ ସହ-ତାରକା ଲତା ସାବରୱାଲ ଲେଖିଛନ୍ତି, 'ତୁମେ ପୂର୍ବରୁ ବିଜେତା। ନିଶ୍ଚୟ ଶୀଘ୍ର ସୁସ୍ଥ ହୋଇ ଫେରିବ ।' ସେହିପରି ଜଣେ ଫ୍ୟାନ୍ ଲେଖିଛନ୍ତି, 'ତୁମେ ବହୁତ ଶକ୍ତିଶାଳୀ ବ୍ୟକ୍ତି।' ଅନେକ ଫ୍ୟାନ୍ସ ଅଭିନେତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ଏବଂ ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.