ETV Bharat / entertainment

ତେଲୁଗୁ ଇଣ୍ଡିଆନ ଆଇଡଲରେ କମାଲ କଲେ ଓଡ଼ିଆ ଝିଅ, ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଅନୁରାଧା - Anuradha Panigrahi Success

author img

By ETV Bharat Odisha Team

Published : Jul 3, 2024, 4:54 PM IST

Anuradha Panigrahi In Telugu Indian Idol: ଟଲିଉଡରେ ଜଲୱା ଦେଖାଇଛନ୍ତି ଓଡ଼ିଆ ତାରକା ଅନୁରାଧା ପାଣିଗ୍ରାହୀ । ରାୟଗଡ଼ା ବାସିନ୍ଦା ଅନୁରାଧା ଓଲିଉଡରେ ନିଜ କଣ୍ଠ ଏବଂ ଅଭିନୟର ଯାଦୁ ଦେଖାଇ ଲୋକଙ୍କ ମନ ଜିତିଥିବା ବେଳେ ଏବେ ଟଲିଉଡରେ ନିଜର ଜଲୱା ଦେଖାଇଛନ୍ତି । ଅନୁରାଧା ଏବେ ତେଲୁଗୁ ଲୋକପ୍ରିୟ ସଙ୍ଗୀତ କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡଲ ସିଜନ ୩ରେ ନିଜ କଣ୍ଠର ଯାଦୁ ଦେଖାଇ ଗୋଲ୍ଡେନ ଟିକେଟ ପାଇଛନ୍ତି । ଏହି ସଫଳତା ହାସଲ କରି ଅନୁରାଧା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢନ୍ତୁ,

ତେଲଗୁ ଇଣ୍ଡିଆନ ଆଇଡିଆଲରେ ରାୟଗଡ଼ା ଝିଅ ଅନୁରାଧା ପାଣିଗ୍ରାହୀ, ଗୋଲ୍ଡେନ ଟିକେଟ ପାଇ ଏବେ ଚର୍ଚ୍ଚାରେ
ତେଲଗୁ ଇଣ୍ଡିଆନ ଆଇଡିଆଲରେ ରାୟଗଡ଼ା ଝିଅ ଅନୁରାଧା ପାଣିଗ୍ରାହୀ, ଗୋଲ୍ଡେନ ଟିକେଟ ପାଇ ଏବେ ଚର୍ଚ୍ଚାରେ (ETV Bharat Odisha, @panigrahi_anuradha)

ତେଲଗୁ ଇଣ୍ଡିଆନ ଆଇଡିଆଲରେ ରାୟଗଡ଼ା ଝିଅ ଅନୁରାଧା ପାଣିଗ୍ରାହୀ, ଗୋଲ୍ଡେନ ଟିକେଟ ପାଇ ଏବେ ଚର୍ଚ୍ଚାରେ (ETV Bharat Odisha)

ଭୁବନେଶ୍ୱର: ସାଉଥରେ ଚମକିଲେ ଓଡ଼ିଆ ତାରକା ଅନୁରାଧା ପାଣିଗ୍ରାହୀ । ତେଲୁଗୁ ଇଣ୍ଡିଆନ ଆଇଡିଆଲରେ ସିଜନ ୩ରେ ଅନୁରାଧା ନିଜ କଣ୍ଠର ଯାଦୁ ଦେଖାଇ ସଫଳତା ହାସଲ କରିଛନ୍ତି । ରାୟଗଡ଼ା ବାସିନ୍ଦା ଅନୁରାଧା ଓଲିଉଡରେ ନିଜ କଣ୍ଠ ଏବଂ ଅଭିନୟର ଯାଦୁ ଦେଖାଇ ଲୋକଙ୍କ ମନ ଜିତିଥିବା ବେଳେ ଏବେ ଟଲିଉଡରେ ନିଜର ଜଲୱା ଦେଖାଇଛନ୍ତି । ତେଲୁଗୁ ଇଣ୍ଡିଆନ ଆଇଡିଆଲରେ ଗୀତ ଗାଇ ସମସ୍ତ ଜଜଙ୍କ ମନ ଜିତିଥିବା ବେଳେ ଗୋଲ୍ଡେନ ଟିକେଟ ପାଇ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ଏବେ ଅନୁରାଧା ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ତେଲୁଗୁ ଇଣ୍ଡିଆ ଆଇଡଲରେ ଗୋଲ୍ଡେନ ଟିକେଟ୍

ଓଲିଉଡର ଜଣାଶୁଣା ନାୟିକା ଏବଂ ଗାୟିକା ଅନୁରାଧା ଲୋକପ୍ରିୟ ସଙ୍ଗୀତ ସୋ' ଇଣ୍ଡିଆନ ଆଇଡଲ ସିଜନ ୩ରେ ସାମିଲ ହୋଇଛନ୍ତି । ଏହି ଶୋ'ରେ ଭାରତର ପ୍ରାୟ ୩୯ଟି ଦେଶର ଅଡିସନ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ପ୍ରତିଯୋଗୀ ଅଡିସନ ଦେଇଥିଲେ । ଏଥିରେ ଅନୁରାଧା ନିଜର ଗୀତରେ ଜଜଙ୍କ ମନ ଜିତି ସମସ୍ତଙ୍କୁ ପଛରେ ପକାଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ଭିତରେ ମନୋନୀତ ହୋଇଛନ୍ତି । ଏହି ଶୋ'ରେ ତାଙ୍କୁ ଗୋଲ୍ଡେନ ଟିକେଟ ପାଇ ସଫଳତା ହାସଲ କରିଛନ୍ତି ।

ଫାଇନାଲରେ ଯିବାକୁ ଲକ୍ଷ୍ୟ

ତେଲୁଗୁ ଚ୍ୟାନେଲ ମା' ଟିଭିରେ ଆୟୋଜିତ ତେଲୁଗୁ ଇଣ୍ଡିଆ ଆଇଡଲ ଶୋ' ରେ ଜଜ ଭାବେ ସାଉଥ କଣ୍ଠଶିଳ୍ପୀ କାର୍ତ୍ତିକ, ଗୀତା ମାଧୁରୀ ଏବଂ ତମନ ନଜର ଆସିଛନ୍ତି । ପ୍ରଥମ ଅଡିସନରେ ଜାତୀୟ ପୁରସ୍କାରର ପ୍ରାପ୍ତ ତେଲୁଗୁ ସଙ୍ଗୀତକାର ତଥା ଏହି ଶୋ'ର ଜଜ ତମନଙ୍କ ଏକ ତେଲୁଗୁ ଗୀତ ଶୁଣାଇଥିଲେ । ଯାହା ପରେ ସମସ୍ତ ଜଜ ତାଙ୍କ ଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ଏବଂ ତାଙ୍କୁ ଗୋଲ୍ଡେନ ଟିକେଟ ଦେଇ ଶ୍ରେଷ୍ଠ ୧୮ ପ୍ରତିଯୋଗୀ ମଧ୍ୟରେ ମନୋନୀତ କରିଥିଲେ । ବର୍ତ୍ତମାନ ଶେଷ ରାଉଣ୍ଡ ଖୁବଶୀଘ୍ର ଅନୁଷ୍ଠିତ ହେବ । ଯେଉଁଥିରେ ୧୨ଜଣଙ୍କୁ ମନୋନୀତ କରାଯିବ । ଯାହା ପରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ସହ ଗ୍ରାଣ୍ଡ ଫାଇନାଲ ହେବ । ତେବେ ସେ ଏହିପରି ଜଜଙ୍କ ମନ ଜିତି ବିଜେତା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ ସେ ବେଶ ପରିଶ୍ରମ କରିବେ ବୋଲି ମଧ୍ୟ କହିଛନ୍ତି ।

ଓଡ଼ିଶା ବାସୀଙ୍କ ଆଶୀର୍ବାଦ ଲୋଡିଲେ ଅନୁରାଧା

ଏହି ସଫଳତା ପରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ''ମୁଁ ଇଣ୍ଡିଆନ ଆଇଡଲରେ ସାମିଲ ହୋଇଥିବା ବେଳେ ମୋ ଗୀତକୁ ଜଜ ବେଶ ପସନ୍ଦ କରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗୀତ ବେଶ ଭାଇରାଲ ହୋଇଥିବା ବେଳେ ଲୋକ ପ୍ରଶଂସା କରିଥିଲେ । ଏଣୁ ମୁଁ ଆଶା କରୁଛି ଯେ ଓଡ଼ିଶା ବାସୀଙ୍କ ଆଶୀର୍ବାଦ ଓ ଭଲପାଇବା ମୋ ଉପରେ ସର୍ବାଦ ରହିଛି ଏବଂ ଆଗକୁ ମଧ୍ୟ ରହିବ । ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ, ଯେତେବେଳେ ଭୋଟିଂ ଆରମ୍ଭ ହେବ ଦୟାକରି ମୋତେ ଭୋଟ ଦେବେ । ମୁଁ ଆପଣଙ୍କ ରାୟଗଡ଼ା ଝିଏ ଏବଂ ଓଡ଼ିଶା ଝିଅ, ଏଣୁ ମୋତେ ସମର୍ଥନ କରିବେ ଏବଂ ମୋର ବିଜୟ ପାଇଁ କାମନା କରିବେ ।''

ଏହା ମଧ୍ୟ ପଢନ୍ତୁ: କାନ୍ସରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର, ସମ୍ୱଲପୁରୀ ପୋଷାକ ପିନ୍ଧି ଦେଖାଇଲେ ଜଲୱା

ଅନୁରାଧା ପାଣିଗ୍ରାହୀଙ୍କ କ୍ୟାରିଅର

ଅନୁରାଧା ପାଣିଗ୍ରାହୀ ରାୟଗଡ଼ା ବାସିନ୍ଦା ହୋଇଥିବା ବେଳେ କେବଳ ଗାୟିକା ନୁହନ୍ତି ନାୟିକା ଓ ବୃତ୍ତିଗତ ଡ଼ାକ୍ତର ମଧ୍ୟ । ପେଶାରେ ତାଙ୍କର ଡାକ୍ତରୀ ଥିବା ବେଳେ ନିଶା ତାଙ୍କ ଗୀତ ଗାଇବା ଓ ଅଭିନୟ କରିବା । ସେ ପ୍ରାୟ ତେଲୁଗୁ, ଓଡ଼ିଆ ଏବଂ ସମ୍ୱଲପୁରୀ ଭଳି ୬ଟି ଭାଷାରେ ନିଜର କଣ୍ଠଦାନ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏଥିସହ ସେ ଅନେକ ଓଡ଼ିଆ ଫିଲ୍ମ ଏବଂ ଆଲବମରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ଭାଷା ତାଙ୍କ ପାଇଁ କେବେ ପ୍ରତିବନ୍ଧକ ସାଜି ନଥିବା ବେଳେ ସବୁ ଭାଷାରେ ଗୀତ ଗାଇବାର ଦକ୍ଷତାକୁ ନେଇ ସେ ସଂଗୀତ ମାଧ୍ୟମରେ ଆଜି ଲୋକଙ୍କ ମନରେ ରାଜ କରୁଛନ୍ତି । ତେବେ ଅନୁରାଧା ଆଗକୁ ଜଣେ ଡାକ୍ତର ଭାବେ ଲୋକଙ୍କ ସେବା କରିବା ସହ ସଙ୍ଗୀତର ଯାତ୍ରାକୁ ମଧ୍ୟ ସବୁଦିନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.