ETV Bharat / entertainment

ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନରେ ୩୦୦ କୋଟି ପାର୍ - Kalki 2898 AD BO Collection Day 6

author img

By ETV Bharat Odisha Team

Published : Jul 3, 2024, 2:16 PM IST

Kalki 2898 AD BO Collection Day 6: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'କଲ୍କି ୨୮୯୮AD' । ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିବା ବେଳେ ଏହାର କଲେକ୍ସନରେ ମଧ୍ୟ ବୃଦ୍ଧି ପାଉଛି । ଫିଲ୍ମ ରିଲିଜର ୬ ଦିନ ମଧ୍ୟରେ ୩୦୦ କୋଟି ପାର୍ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ,

ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନ ମଧ୍ୟରେ ୩୦୦ କୋଟି ପାର୍ କଲା ଫିଲ୍ମ
ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନ ମଧ୍ୟରେ ୩୦୦ କୋଟି ପାର୍ କଲା ଫିଲ୍ମ (ETV Bharat Odisha)

ହାଇଦ୍ରାବାଦ: ଦୀପିକା ପାଦୁକୋନ୍ ଏବଂ ପ୍ରଭାସଙ୍କ ଚଳଚ୍ଚିତ୍ର 'କଲ୍କି 2898 AD' ରିଲିଜ୍ ହେବା ଦିନଠାରୁ ପରଦାରେ ଧମାକା କରୁଛି । ଫିଲ୍ମ ଦିନକୁ ଦିନ କ୍ରେଜ ବଢୁଥିବା ବେଳେ ଥିଏଟରରେ ଭିଡ଼ ଜମୁଛି । ଫଳରେ ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଧୂଆଁଧାର କଲେକ୍ସନ କରୁଛି । ଏହିପରି ଫିଲ୍ମ ରିଲିଜର ଏକ ସପ୍ତାହ ମଧ୍ୟ ପୂରିନଥିବା ବେଳେ ଫିଲ୍ମ ନିଜ ବଜେଟର ଅଧା ଟଙ୍କା କଲେକ୍ସନ କରିସାରିଲାଣି । ୬୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ୬ଷ୍ଠ ଦିନରେ ୩୦୦ କୋଟିରୁ ଅଧିକ ଟଙ୍କା ଆୟ କରି ସଫଳତା ହାସଲ କରିଛି ।

ରିଲିଜ୍ ହେବାର ଷଷ୍ଠ ଦିନରେ 'କଲ୍କି 2898 AD' କେତେ ରୋଜଗାର କଲା?

'କଲ୍କି 2898 AD' ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ ଭଳି ଭାଷାରେ ରିଲିଜ କରିଥିବା ବେଳେ ସମସ୍ତ ଭାଷାରେ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ପ୍ରଥମ ଦିନରେ ୯୫.୩ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ୬ଷ୍ଠ ଦିନରେ ମଧ୍ୟ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ଫିଲ୍ମ ୬ଷ୍ଠ ଦିନରେ ସମସ୍ତ ଭାଷାରେ ୨୭. ୯୫ କୋଟି କଲେକ୍ସନ କରିଥିବା ବେଳେ ମୋଟ ୩୭୧ କୋଟି ଆୟ କରି ସଫଳତା ହାସଲ କରିଛି ।

କଲ୍କି 2898 AD: ବକ୍ସ ଅଫିସ କଲେକ୍ସନ

  • ଜୁନ ୨୭, ପ୍ରଥମ ଦିନ- ୯୫.୩ କୋଟି
  • ଜୁନ ୨୮, ଦ୍ୱିତୀୟ ଦିନ- ୫୯.୩ କୋଟି
  • ଜୁନ ୨୯, ତୃତୀୟ ଦିନ- ୬୬.୨ କୋଟି
  • ଜୁନ ୩୦, ଚତୁର୍ଥ ଦିନ- ୮୮.୨ କୋଟି
  • ଜୁଲାଇ ୧, ପଞ୍ଚମ ଦିନ- ୩୪.୧୫ କୋଟି
  • ଜୁଲାଇ ୨, ୬ଷ୍ଠ ଦିନ- ୨୭. ୯୫ କୋଟି

ଫିଲ୍ମର ମୋଟ କଲେକ୍ସନ ୩୭୧.୧ କୋଟି ଟଙ୍କାକୁ ବୃଦ୍ଧି

'କଲ୍କି' ଏହି ଫିଲ୍ମର ରେକର୍ଡ ଭାଙ୍ଗିଛି

'କଲ୍କି' ରିଲିଜ୍ ହେବାର ଷଷ୍ଠ ଦିନରେ ମଧ୍ୟ 27.85 କୋଟି ଟଙ୍କା ଆୟ କରି ଚଳଚ୍ଚିତ୍ରଟି ଆନିମଲ, ବାହୁବଲୀ ୨, ପଠାନ, ଧୁମ 3 ଏବଂ ଜବାନର ଷଷ୍ଠ ଦିନର ରୋଜଗାରର ରେକର୍ଡ ଭାଙ୍ଗିଛି ।

  • ଷଷ୍ଠ ଦିନରେ 'ଆନିମଲ' ୨୭.୮ କୋଟି ଟଙ୍କା ଆୟ କରିଥିଲା
  • 'ବାହୁବଲୀ ୨' ଷଷ୍ଠ ଦିନରେ ୨୬ କୋଟି ଟଙ୍କା ରୋଜଗାର କରିଥିଲା
  • ଷଷ୍ଠ ଦିନରେ 'ପଠାନ' ୨୫.୫ କୋଟି ଟଙ୍କା ଆୟ କରିଥିଲା।
  • ରିଲିଜର ଷଷ୍ଠ ଦିନରେ 'ଧୁମ୍ ୩' ର ଆୟ ୨୪.୫୭ କୋଟି ଟଙ୍କା ଥିଲା
  • ଷଷ୍ଠ ଦିନରେ ଜବାନ ୨୪ କୋଟି ଟଙ୍କା ଆୟ କରିଥିଲା

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ 'କଲ୍କି' କ୍ରେଜ; ଭୁବନେଶ୍ୱର-ବ୍ରହ୍ମପୁରରେ ଶୋ' ହାଉସଫୁଲ, ଶ୍ରେଷ୍ଠ ଫିଲ୍ମ ଟ୍ୟାଗ ଦେଲେ ଦର୍ଶକ

ଖୁବଶୀଘ୍ର ବଜେଟ ମୂଲ୍ୟ ଆୟ କରିପାରେ 'କଲ୍କି'

‘କଲ୍କି 2898 AD’ 600 କୋଟି ଟଙ୍କା ବଜେଟ୍ ସହିତ ନିର୍ମିତ ଏକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ୬ ଦିନରେ ୩୭୦ କୋଟି ଆୟ କରି ଏହାର ବଜେଟ ମୂଲ୍ୟର ଅଧାରୁ ଅଧିକ ଆୟ କରିଛି । ତେବେ ଯଦି ଚଳଚ୍ଚିତ୍ରଟି ଯେଉଁ ଦୈନିକ ୨୦କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛି ତାହା ହେଲେ ଫିଲ୍ମ ଖୁବଶୀଘ୍ର ନିଜ ବଜେଟ ମୂଲ୍ୟ ଆୟ କରିପାରିବ । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.