ETV Bharat / entertainment

ଓଡ଼ିଆ ଫିଲ୍ମ କେବେ କରିବେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି, ଜାଣନ୍ତୁ - Sunny Leone In Bhubaneswar

author img

By ETV Bharat Odisha Team

Published : Jul 2, 2024, 10:42 AM IST

Sunny Leone In Odisha: ଭୁବନେଶ୍ୱରରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି । ଏହି ସମୟରେ ଅଭିନେତ୍ରୀ ଜୟ ଜଗନ୍ନାଥ କହିବା ସହ ଓଡିଶାକୁ ଆସି ମୁଁ ବହୁତ ଖୁସି ଓ ଉତ୍ସାହିତ ଥିବା କହିଛନ୍ତି । ଅଧିକ ପଢନ୍ତୁ,

ଓଡ଼ିଶା ପ୍ରଶଂସାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି, କହିଲେ 'ଓଡ଼ିଆ ଫିଲ୍ମ ମିଳିଲେ ନିଶ୍ଚୟ କରିବି'
ଓଡ଼ିଶା ପ୍ରଶଂସାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି, କହିଲେ 'ଓଡ଼ିଆ ଫିଲ୍ମ ମିଳିଲେ ନିଶ୍ଚୟ କରିବି' (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି । ସନ୍ନି ଲିଓନି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଛନ୍ତି । ସେ ଏହି ସମୟରେ ଜୟ ଜଗନ୍ନାଥ କହିବା ସହ ଓଡ଼ିସାର ବେଶ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ''ଓଡିଶାକୁ ଆସି ମୁଁ ବହୁତ ଖୁସି ଓ ଉତ୍ସାହିତ।'' ଏଥିସହ ଅଭିନେତ୍ରୀ ଓଡ଼ିଆ ଫ୍ୟାନ୍ସଙ୍କ ଭଲପାଇବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

'ଓଡ଼ିଶା ନିଶ୍ଚୟ ବୁଲିବି'

ଭୁବନେଶ୍ୱରରେ ଏକ କମ୍ପାନୀର ବିଉଟି ପ୍ରଡକ୍ଟ ଲଞ୍ଚ ପାଇଁ ଆସିଥିବା ବେଳେ ସ୍ୱାମୀ ଡାନିଏଲ ୱେବେର ତାଙ୍କ ସହ ସାମିଲ ହୋଇଥିଲେ । ଏହି ସମୟରେ ସେ ଓଡ଼ିସା ବୁଲିନଥିବା କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ବହୁତ କମ ସମୟ ପାଇଁ ମୁଁ ଓଡ଼ିଶା ଆସିଛି । ତେଣୁ ଏହାର କଳା ସଂସ୍କୃତି ବେଶ ଉଚ୍ଚକୋଟୀର ହୋଇଥିଲେ ବି ମୁଁ ଦେଖିନାହିଁ କିନ୍ତୁ ଆଗାମୀ ଦିନରେ ମୁଁ ନିଶ୍ଚୟ ଆସିବି ଓ ଓଡ଼ିଶା ଭୁଲିବି ବୋଲି କହିଛନ୍ତି ।

'ଓଡ଼ିଆ ଫିଲ୍ମ ମିଳିଲେ କରିବି'

ସେହିପରି ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ମିଳିଲେ ନିଶ୍ଚୟ କରିବି ବୋଲି ସେ କହିଛନ୍ତି । ସେ କହିଛନ୍ତି, ''ଯଦି ମୋତେ ଓଡ଼ିଆ ସିନେମା ମିଳେ ଆଉ ଭଲ କଣ୍ଟେଣ୍ଟ ମିଳେ ମୁଁ ନିହାତି କରିବି। ଏଥିସହ ଓଡ଼ିଆ ଫ୍ୟାନ୍ସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଶୁଣିବାକୁ ପାଇଲି ଯେ, ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶାରେ ମୋର ଅନେକ ଫ୍ୟାନ୍ସ ରହିଛନ୍ତି ଯେଉଁମାନେ ମୋତେ ପସନ୍ଦ କରିଛନ୍ତି ଏବଂ ମୋତେ ଭଲପାଇବା ଦେଇଆସିଛନ୍ତି । ମୁଁ ଓଡ଼ିଶାର ସମସ୍ତ ପ୍ରଶଂସକଙ୍କୁ ମୋର ଧନ୍ୟବାଦ ଜଣାଉଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାର ଆତିଥ୍ୟତାକୁ ପ୍ରଶଂସା କଲେ ଜରିନ ଖାନ, କାହିଁକି ଫିଲ୍ମଠୁ ଦୂରେଇଛନ୍ତି ଖୋଲିଲେ ରାଜ୍‌

ଏହାସହ ସେ ଜଣେ ଆଗଧାଡିର ଅଭିନେତ୍ରୀ ହୋଇ ମଧ୍ୟ ଜଣେ ମହିଳା ଇଣ୍ଟରପ୍ରିନର ରହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଗୋଟେ ନୂଆ କରିବାର ଓ ବ୍ୟବସାୟରେ ସଫଳ ହେବାର ଆପଣଙ୍କର ଯଦି ସ୍ବପ୍ନ ଅଛି। ତେବେ ଆପଣଙ୍କ ସ୍ୱପ୍ନ ବା ଭାବନା ଉପରେ ଗବେଷଣା କରନ୍ତୁ ନିଷ୍ଠାର ସହ ପରିଶ୍ରମ କରନ୍ତୁ ନିଶ୍ଚୟ ସଫଳ ହେବେ । ସେପଟେ ନିଜ ବ୍ୟୁଟି ନେଇ ମଧ୍ୟ କହିଛନ୍ତି ଯେ, ମୋ ମାଆଙ୍କ ଠାରୁ ମେକଅପ ଲଗାଇବା ଶିଖିଛି ବୋଲି କହିଛନ୍ତି । ଏବଂ ସେ କହିଛନ୍ତି ମୋ ସୁନ୍ଦରତର ଉତ୍ସ ମୋ ସ୍ୱାମୀ କହିବା ଭଲ । କାରଣ ମୁଁ ତାଙ୍କ ପାଇଁ ସଫଳ ମହିଳା ଉଦ୍ୟୋଗପତି ହୋଇପାରିଛି ବୋଲି କହିଛନ୍ତି । ସେପଟେ ଡାନିଏଲ କହିଛନ୍ତି, ମୋତେ ସେ ମେକଅପରେ ମୋତେ ବହୁତ ସୁନ୍ଦର ଲାଗନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.