ଓଡିଶା

odisha

By ETV Bharat Odisha Team

Published : Jul 13, 2024, 4:14 PM IST

ETV Bharat / snippets

ଟ୍ରେନରୁ ଖସି ଯୁବକ ମୃତ ! ରେଳ ଧାରଣା କଡ଼ରେ ପଡ଼ିଛି ମୃତଦେହ

DEAD BODY DETAINED NEAR TRAIN LINE
DEAD BODY DETAINED NEAR TRAIN LINE (ETV Bharat Odisha)

ଢେଙ୍କାନାଳ: ପୂର୍ବତଟ ରେଳପଥର ଢେଙ୍କାନାଳ ରେଳ ଷ୍ଟେସନଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ପଡିଛି ଏକ ମୃତଦେହ । ଢେଙ୍କାନାଳ ଜିଲ୍ଲା ରସାସିଂହ ଗ୍ରାମ ନିକଟ ଟ୍ରେନ ଲାଇନ ପାର୍ଶ୍ବରେ ଏହି ମୃତଦେହ ପଡ଼ି ରହିଛି । ମୃତ ଯୁବକଙ୍କ ସଠିକ ପରିଚୟ ମିଳିପାରି ନଥିବାବେଳେ ସେ କୌଣସି ଯାତ୍ରିବାହୀ ଟ୍ରେନରୁ ଖସି ପଡିଥିବା ସନ୍ଦେହ କରାଯାଉଛି । ଶନିବାର ସକାଳେ ଏହି ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ଲେଖାହେବା ବେଳକୁ ମୃତଦେହ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ରେଳ ବିଭାଗର କୌଣସି ଅଧିକାରୀ ପହଞ୍ଚିନଥିବା ଜଣାପଡିଛି । ତୁରନ୍ତ ଏହି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details