ETV Bharat / state

ଓଡ଼ିଶାରେ ମୂଷଳଧାରାରେ ବର୍ଷା ସମ୍ଭାବନା, ଲଘୁଚାପ ପରେ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ - Heavy Rain Alert

author img

By ETV Bharat Odisha Team

Published : 2 hours ago

Heavy Rain Due to Low Pressure: ସକ୍ରିୟ ରହିଛି ଲଘୁଚାପ । ରାଜ୍ୟରେ ଘଡ଼ଘଡ଼ି ସହ ହୋଇପାରେ ମୂଷଳଧାରା ବର୍ଷା । ୨୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Rain Alert
Rain Alert (ETV Bharat Odisha)

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

24 ଜିଲ୍ଲାକୁ ୟେଲୋ ଆଲର୍ଟ:

ଆଜି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟା ଯାଏଁ ଏହିଭଳି ପାଗ ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। 24 ଘଣ୍ଟା ପାଇଁ 24 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ।

26ରୁ କମିବ ବର୍ଷା:

ସେହିପରି 26 ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ । ଯାହାକୁ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ୨୬ ତାରିଖ ପରଠାରୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ।

Rain Alert
Rain Alert (IMD)

ଏହା ମଧ୍ୟ ପଢନ୍ତୁ...୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ବିଜୁଳି ଘଡଘଡି ସହ ଭୀଷଣ ବର୍ଷା ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ ୩ ଦିନ ଓଡ଼ିଶାରେ କୁଟିବ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି - Odisha Weather Update

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ: ଲଘୁଚାପ ଟ୍ରପଲାଇନ ପ୍ରଭାବରେ 24ରୁ ବଢିବ ବର୍ଷା - ODISHA WEATHER LATEST UPDATES

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ବଢ଼ିବ ବର୍ଷା ! - LOW PRESSURE RAINFALL

ଲଗାଣ ବର୍ଷା ସତ୍ତ୍ବେ ଏହି ଜିଲ୍ଲାରେ ପ୍ରବଳ ଗରମ:

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଗତ 24 ଘଣ୍ଟାରେ ଏଠାରେ ସର୍ବାଧିକ 35.8 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହପରି ଭୁବନେଶ୍ବରରେ 32.2 ଡିଗ୍ରୀ ସେଲସିୟସ ଓ କଟକରେ 33.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହାସହ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା 20.0 ତାପମାତ୍ରା ରେକର୍ଡ କରାଯାଇଥିଲା ।

Rainfall Record
Rainfall Record (IMD)

ଚାନ୍ଦବାଲିରେ ଅଧିକ ବର୍ଷା:

ଗତ 24 ଘଣ୍ଟାରେ ଭଦ୍ରକ ଚାନ୍ଦବାଲିରେ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି। ଚାନ୍ଦବାଲିରେ 49.3 ମିଲିମିଟର, ତାଳଚେରରେ 36.0ମିଲିମିଟର ଭଦ୍ରକରେ 32 ଓ ବଲାଙ୍ଗୀରରେ 25 ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.