ETV Bharat / bharat

କେନ୍ଦ୍ର ବଜେଟ: ପୁଣି ପାରମ୍ପରିକ ଲୁକ୍‌ରେ ନିର୍ମଳା ସୀତାରମଣ; ଏଥର କେଉଁ କାହାଣୀ କହୁଛି ଶାଢୀ - NIRMALA SITHARAMAN BUDGET DAY SAREE

କେନ୍ଦ୍ର ବଜେଟ୍‌ ଉପସ୍ଥାପନ ଦିନ ପ୍ରତି ଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାରମ୍ପରିକ ଶାଢୀ ପିନ୍ଧିଥାନ୍ତି । ଆଜି ସେ କେଉଁ ଖାସ୍‌ ଶାଢୀ ପିନ୍ଧିଛନ୍ତି ଓ କେଉଁ କାହାଣୀ ବଖାଣୁଛି ଶାଢୀ ଜାଣନ୍ତୁ...

NIRMALA SITHARAMAN BUDGET DAY SAREE
NIRMALA SITHARAMAN BUDGET DAY SAREE (ANI)
author img

By ETV Bharat Odisha Team

Published : Feb 1, 2025, 10:47 AM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ 11ଟାରେ ସଂସଦରେ ଚଳିତ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହାସହ ଲଗାତାର ଅଷ୍ଟମ ବଜେଟ୍‌ ଉପସ୍ଥାପନ କରି ଇତିହାସ ରଚିବେ ନିର୍ମଳା । ତେବେ ବଜେଟ୍‌ ଦିନ ପ୍ରତି ଥର ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ପାରମ୍ପରିକ ଶାଢୀ ପିନ୍ଧି ସଂସଦରେ ନିର୍ମଳା ବଜେଟ ପେଡି ଖୋଲିଥାନ୍ତି । ଏହାସହିତ ଭାରତର ସମୃଦ୍ଧ କଳାକୁ ପ୍ରଦର୍ଶିତ କରିଥାନ୍ତି ।

Union Budget 2025 2026
ମଧୁବାଣୀ ପେଣ୍ଟିଂ ଥିବା ଶାଢୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (ANI)

କେଉଁ କାହାଣୀ କହୁଛି ନିର୍ମଳାଙ୍କ ଶାଢୀ ?

ପ୍ରତି ଥର ବଜେଟ ସମୟରେ ନିର୍ମଳାଙ୍କ ଶାଢୀ ଏକ ସ୍ବତନ୍ତ୍ର କାହାଣୀ କହିଥାଏ । ଅର୍ଥମନ୍ତ୍ରୀଙ୍କ ଶାଢୀ ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତି ଓ ପରମ୍ପରାକୁ ପ୍ରତିପାଦିତ କରିଥାଏ । ଚଳିତ ବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ନିର୍ମଳା ଧଳା ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଶାଢୀର ଧଡ଼ିରେ ଗୋଲ୍ଡେନ ୱାର୍କ ହୋଇଥିବା ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀଙ୍କୁ ଏହି ଶାଢୀ, ପଦ୍ମଶ୍ରୀ ଦୁଲାରି ଦେବୀ ଉପହାର ଆକାରରେ ପ୍ରଦାନ କରିଥିଲେ । ଏହି ଶାଢୀରେ ବିହାରର ପ୍ରସିଦ୍ଧ ମଧୁବାଣୀ ପେଣ୍ଟିଂ କରାଯାଇଛି । ପଦ୍ମଶୀ ଦୁଲାରି ଦେବୀ ନିଜେ ଏହି ଶାଢୀକୁ ବୁଣିଛନ୍ତି ।

ମଧୁବାଣୀ କଳା ଓ ପଦ୍ମଶ୍ରୀ ଦୁଲାରି ଦେବୀ

ମଧୁବାଣୀ କଳା ହେଉଛି ବିହାରର ମିଥିଳା ​​ଅଞ୍ଚଳର ଏକ ପାରମ୍ପାରିକ ଲୋକକଳା । ଏହାର ଉଜ୍ଜ୍ବଳ ରଙ୍ଗ ଏବଂ ସାଙ୍କେତିକ ଉପସ୍ଥାପନା ପାଇଁ ଏହା ଦେଶବ୍ୟାପୀ ପ୍ରସିଦ୍ଧି ଲାଭ କରିଛି । ଦୁଲାରି ଦେବୀ ତାଙ୍କ ନିଯୁକ୍ତିଦାତ୍ରୀ ତଥା ସଫଳ ଚିତ୍ରକାର କର୍ପୁରୀ ଦେବୀଙ୍କଠାରୁ ଏହି କଳାକୁ ଶିଖିଥିଲେ । ତାଙ୍କ ଜୀବନରେ କଠିନ ଆହ୍ବାନର ସମ୍ମୁଖୀନ ହୋଇ ସେ ନିଜ ଚିତ୍ର ମାଧ୍ୟମରେ ବାଲ୍ୟ ବିବାହ, ଏଡସ୍ ଏବଂ ଗର୍ଭଧାରଣ ଭଳି ପ୍ରସଙ୍ଗରେ ସଚେତନତା ବାର୍ତ୍ତା ଦେଇଥିଲେ । ଦୁଲାରି ଦେବୀ ଅତି କମରେ 10,000 ପେଣ୍ଟିଂ କରିଛନ୍ତି ଯାହାକି 50ରୁ ଅଧିକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ।

କାହିଁକି ବଜେଟ୍‌ ଶାଢୀକୁ ନେଇ ଚର୍ଚ୍ଚା ?

ନୀତି ନିର୍ଦ୍ଧାରଣ ବ୍ୟତୀତ ନିର୍ମଳାଙ୍କ ଶାଢୀ ପସନ୍ଦ ଭାରତର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରଦର୍ଶିତ କରିଥାଏ । ବର୍ଷ ବର୍ଷ ଧରି ସେ କ୍ରମାଗତ ଭାବରେ ନିଜର 'ବଜେଟ୍ ଡେ ଶାଢୀ' ମାଧ୍ୟମରେ ବିଭିନ୍ନ ହସ୍ତତନ୍ତ ପରମ୍ପରା ଓ କଳାକୁ ପ୍ରଦର୍ଶିତ କରି ଦେଶର ସାଂସ୍କୃତିକ ଉତ୍ତରାଧିକାରୀଙ୍କୁ ପ୍ରୋତ୍ସାହିତ କରୁଥିବାବେଳେ କୁଶଳୀ କାରିଗର ତଥା ଆଞ୍ଚଳିକ କାରିଗରୀ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିଥାନ୍ତି ।

Budget Day Saree
2019ରୁ ଏଯାବତ ନିର୍ମଳାଙ୍କ 'ବଜେଟ୍‌ ଡେ ଶାଢୀ' (ANI)

ପୂର୍ବରୁ କେଉଁ ସ୍ବତନ୍ତ୍ର ଶାଢୀ ପିନ୍ଧିଥିଲେ ନିର୍ମଳା ?

  • 2024 ସାଧାରଣ ବଜେଟ୍‌ରେ ସେ ଏକ ବାଇଗଣୀ-ସୁବର୍ଣ୍ଣ ଧଡି ସହ ଧଳା ମହୀଶୂର ରେଶମ ଶାଢୀ ପିନ୍ଧିଥିଲେ । ଏହା ଭାରତୀୟ ସଂସ୍କୃତିର ଶୁଦ୍ଧତା, ସୌହାର୍ଦ୍ଦ୍ୟ ଏବଂ ନୂତନ ଆରମ୍ଭର ପ୍ରତୀକ ଥିଲା ।
  • ଅନ୍ତରୀଣ ବଜେଟ 2024ରେ ନୀଳ ରଙ୍ଗର ଶାଢୀ ପିନ୍ଧି ଚଞ୍ଚଳ, ଗତିଶୀଳତାର ବାର୍ତ୍ତା ଦେଇଥିଲେ ।
  • 2023ରେ ଲାଲ ଓ କଳା ରଙ୍ଗର ଶାଢୀ ସହ ସାହାସ, ପ୍ରେମ ଓ ପ୍ରତିଶୃତିର ବାର୍ତ୍ତା ଦେଇଥିଲେ ।
  • 2022ରେ ଓଡ଼ିଶାର ପାରମ୍ପରିକ ବୋମକାଇ ଶାଢୀ ସହ ନିରାପତ୍ତାର ବାର୍ତ୍ତା ଦେଇଥିଲେ ନିର୍ମଳା ।
  • 2021ରେ ପୋଞ୍ଚାମପଲ୍ଲି ଶାଢୀ ସହ ନିଷ୍ଠାର ବାର୍ତ୍ତା ଦେଇଥିଲେ ।
  • 2020ରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ସମୃଦ୍ଧିର ବାର୍ତ୍ତା ଦେଇଥିଲେ ।
  • 2019 ବଜେଟ ଉପସ୍ଥାପନ ବେଳେ 'ଭୋକାଲ ଫର ଲୋକାଲ' ବାର୍ତ୍ତା ଦେଇଥିଲେ ।
ଏହା ବି ପଢନ୍ତୁ
  1. 2019ରୁ 2024: ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାରମ୍ପରିକ ଶାଢୀ
  2. ଆଜି ବଜେଟ୍‌-2025, ଉତ୍କଣ୍ଠାରେ ସାରା ଦେଶ, କେଉଁ ବର୍ଗକୁ ମିଳିବ ଅଧିକ ଫୋକସ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.