ଓଡିଶା

odisha

ETV Bharat / snippets

ସାତ ଜନ୍ମର ସାଥୀ ହେବାକୁ ନେଇଥିଲେ ଶପଥ; ହାତ ଧରି ଆରପାରିକୁ ଚାଲିଗଲେ ଦମ୍ପତି

COUPLE DIED DUE TO ELECTRIC SHOCK
COUPLE DIED DUE TO ELECTRIC SHOCK (ETV Bharat Odisha)

By ETV Bharat Odisha Team

Published : Oct 20, 2024, 7:54 PM IST

Updated : Oct 20, 2024, 8:01 PM IST

ଢେଙ୍କାନାଳ:ମୃତ୍ୟୁ ଏମିତି ବି ଆସେ । ହାତ ଧରି ପରସ୍ପରକୁ ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ଶପଥ ନେଇଥିଲେ । ଆଉ ହାତ ଧରି ପରସ୍ପର ଆରପାରିକୁ ଚାଲିଗଲେ । ଢେଙ୍କାନାଳ ମହାବିରୋଡ଼ ଥାନା ବାମ୍ ପଞ୍ଚାୟତ ଅନ୍ତର୍ଗତ ରଗଡାସାହିର ଦୁର୍ଯ୍ୟୋଧନ ମହାନ୍ତ ଏବଂ ସ୍ତ୍ରୀ ଭାରତୀ ମହାନ୍ତଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ଉଭୟେ ଛତିଶଗଡ କୁର୍ବା ଜିଲ୍ଲା କୁସମୁଣ୍ଡା ଗାଁରେ ରହୁଥିଲେ । ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଦୁର୍ଯ୍ୟୋଧନ । ଗତ (ଶନିବାର) ଦିନ ଭାରତୀ ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଯାଇଥିଲେ । ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲ । ସ୍ୱାମୀ ଦୁର୍ଯ୍ୟୋଧନ ବଞ୍ଚାଇବାକୁ ଆସି ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Oct 20, 2024, 8:01 PM IST

ABOUT THE AUTHOR

...view details