ETV Bharat / state

ସଚିବସ୍ତରୀୟ ବୈଠକ; ଜେନେରେଟରର ଟ୍ରାଏଲ ରନ, ପୂର୍ଣ୍ଣ ହେବ ଓରରହେଡ ଟାଙ୍କି

ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ବସିଲା ରାଜ୍ୟ ସରକାରଙ୍କ ସଚିବସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ । ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମ୍ପର୍କରେ ଉପରେ ଆଲୋଚନା ।

REVIEW MEETING ON CYCLONE DANA
REVIEW MEETING ON CYCLONE DANA (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ । ସଚିବସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ଲକ୍ଷ୍ୟ ରଖି ଜେନେରେଟର ସେଟ୍ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ତୁରନ୍ତ ପୁନଃକାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି । ପାନୀୟ ଜଳ ପାଇଁ ୨୩ ଓ ୨୪ ତାରିଖରେ ସବୁ ଓରରହେଡ ଟାଙ୍କି ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତା ଅନୁସାରେ ଜଳର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ସଚିବସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ :

ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ।ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ ସେବା, ବିଦ୍ୟୁତ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁ କରିବା ସମ୍ପର୍କରେ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ । ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଜେନେରେଟର ସେଟ୍ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର ରଖି ୨୩ ଓ ୨୪ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଓଭରହେଡ ପାଣି ଟାଙ୍କି ଗୁଡିକ ଶତପ୍ରତିଶତ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

REVIEW MEETING ON CYCLONE DANA (ETV Bharat Odisha)

ଜେନେରେଟର ସେଟ ଗୁଡିକର ସଚଳ ପାଇଁ ନିର୍ଦ୍ଦେଶ:
ସେହିପରି ଶକ୍ତି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଭାଗ ଏବଂ ଅନ୍ୟ ବିଭିନ୍ନ ସେବା ପାଇଁ ସମନ୍ୱୟ ରଖି ଆବଶ୍ୟକ ଜେନେରେଟର ସେଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେନେରେଟର ସେଟ ଗୁଡିକର ସଚଳ ରହିବା ପାଇଁ ଯାନ୍ତ୍ରିକ ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି । ଜେନେରେଟର ସେଟଗୁଡିକ ଡିଜେଲ ସହ ପ୍ରସ୍ତୁତ ରଖିବା ସହିତ ଯଥାଶୀଘ୍ର ସେଗୁଡିକ ଟ୍ରାଏଲ ରନ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ଆବଶ୍ୟକ ହେଉଥିବା ସ୍ଥାନ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଗୁରୁତ୍ୱ ଦିଆଯାଇଛି । ଜଳ ସଞ୍ଚୟ, ବାତ୍ୟା ଓ ପରବର୍ତ୍ତୀ ସମୟରେ ଜଳର ଉପଯୁକ୍ତ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

REVIEW MEETING ON CYCLONE DANA
REVIEW MEETING ON CYCLONE DANA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଅବପାତ ପରେ ବଳ ଗୋଟାଉଛି ବାତ୍ୟା ‘ଦାନା’, ଉତ୍ତର ଓଡ଼ିଶାରେ ରହିବ ଅଧିକ ପ୍ରଭାବ: ମୃତ୍ୟୁଞ୍ଜୟ ମହାପାତ୍ର

ଏହା ମଧ୍ୟ ପଢନ୍ତୁ...ନନ୍ଦନକାନନ-ଶିମିଳିପାଳରେ ‘ଦାନା’ ଭୟ; ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ, କଣ୍ଟ୍ରୋଲ୍ ରୁମ୍, 3 ଦିନ ଦର୍ଶକଙ୍କୁ ମନା

ଏହା ମଧ୍ୟ ପଢନ୍ତୁ...ବାତ୍ୟା ‘ଦାନା’ ପାଇଁ ପ୍ରସ୍ତୁତ ଶିକ୍ଷା ବିଭାଗ; ସ୍କୁଲ କଲେଜ ପରେ ବିଶ୍ୱବିୟଦ୍ୟାଳୟ 3 ଦିନ ଛୁଟି, ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ ଶିକ୍ଷୟତ୍ରୀ

ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ :
ସେପ୍ଟେମ୍ବର ମାସ ସୁଦ୍ଧା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବାବଦରେ କରାଯାଇଥିବା ଖର୍ଚ୍ଚ ସମ୍ପର୍କରେ ଉପସ୍ଥାପନ କରାଯାଇଛି । ବଜେଟ୍ ଅନୁମୋଦନ ମୁତାବକ ଅର୍ଥର ଉପଯୋଗକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଗତବର୍ଷ ତୁଳନାରେ ଚଳିତ ସେପ୍ଚେମ୍ବର ୨୦୨୪ ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ୧୩.୭୩ ପ୍ରତିଶତ ବୃଦ୍ଧି ଘଟିଛି । ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଗୁରୁତ୍ୱ ଦେବା ସହିତ ମୁଖ୍ୟ ଶାସନ ସଚିବ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂ,ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି.ମାଥିଭାଥନନଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.