thumbnail

ବାତ୍ୟା 'ଦାନା' ପାଇଁ ପ୍ରସ୍ତୁତ ଏସସିବି, କର୍ମଚାରୀଙ୍କୁ ମିଳିବନି ଛୁଟି

By ETV Bharat Odisha Team

Published : 2 hours ago

କଟକ: ସାମ୍ଭାବ୍ୟ ବାତ୍ୟା 'ଦାନା' ପାଇଁ ପ୍ରସ୍ତୁତ ଏସିବି ମେଡିକାଲ । ମେଡିକାଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏସିବିରେ ସମସ୍ତ ବ୍ୟବସ୍ଥା କରାଯାଇଛି । ରୋଗୀ ସେବା ଅବ୍ୟାହତ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ବାତ୍ୟାର ସଫଳ ମୁକାବିଲା ପାଇଁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟା ଡାକ୍ତରୀ ସେବା ଯୋଗାଇ ଦେବାକୁ ହସ୍ପିଟାଲ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମେଡିକାଲ କୂଳସଚିବ ଅଭିନାଶ ରାଉତ । ହସ୍ପିଟାଲରେ ଆବଶ୍ୟକ ମୁତାବକ ଔଷଧ, ହାଲୋଜିନ ବଟିକା, ଓଆରଏସ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଆଦି ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିୟୁ, ଅସ୍ତ୍ରୋପଚାର କକ୍ଷ ଓ ୱାର୍ଡଗୁଡିକୁ ଡିଜି ସେଟ ସହ ସଂଯୋଗ କରାଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ବାତ୍ୟା ପାଇଁ ୧୯୭ ଟ୍ରେନ ବାତିଲ

ଏହା ମଧ୍ୟ ପଢ଼ନ୍ତୁ...ମାଡି ଆସୁଛି ବାତ୍ୟା ‘ଦାନା’ ! ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଛାଡିଲେ ପର୍ଯ୍ୟଟକ

ହସ୍ପିଟାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । କଣ୍ଟ୍ରୋଲ ରୁମ ନମ୍ବର ହେଲା ୦୬୭୧-୨୪୨୨୦୩୨/୨୯୯୨୮୦୦ । ଏଥିସହ ଆମ୍ବୁଲାନ୍ସ ଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ରୋଗୀ ତଥା କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା, ରୋଗୀଙ୍କ ସମ୍ପର୍କୀୟମାନେ କିପରି ସୁରକ୍ଷିତ ସ୍ଥାନରେ ରହିବେ ସେନେଇ ଆବଶ୍ୟକ ବ୍ୟବସ୍ଥା ଆଦି ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ପରିସରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି । ସମସ୍ତ ପ୍ରକାର ଜରୁରୀକାଳୀନ ଜୀବନ ରକ୍ଷାକାରୀ ଔଷଧ, ଟୀକା ଆଦି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି ବୋଲି ଏସିବି କୂଳସଚିବ କହିଛନ୍ତି ।

ଇଟିଭି ଭିରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.