ETV Bharat / state

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ; ସମୀକ୍ଷା କଲେ ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ଜୋରଦାର ପ୍ରସ୍ତୁତି । ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ଓ ଡିଜି ସୁଧାଂଶୁ ଷଡଙ୍ଗୀ ।

ODISHA FIRE DEPARTMENT
ODISHA FIRE DEPARTMENT (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାକୁ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି । ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ଟିମ୍ ପାଖରେ ଏଥର ହାଇଟେକ୍ ମେସିନ । ବିଦେଶରୁ ଏହି ସବୁ ମେସିନ ଅଣାଯାଇଛି । ବିଭିନ୍ନ ଜିଲ୍ଲାକୁ ଅଗ୍ନିଶମ କର୍ମଚାରୀ ଯିବା ପୂର୍ବରୁ ସମୀକ୍ଷା କରିଛନ୍ତି ମନ୍ତ୍ରୀ ଓ ଡିଜି । ଅନ୍ୟପଟେ ବାତ୍ୟା ସମୟରେ କ'ଣ ସତର୍କ ପଦକ୍ଷେପ ନେବେ ସେନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ।

ରାଜସ୍ବ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି," ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁ ପରାକାଷ୍ଠା ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡ୍ରାଫ ବା ଅଗ୍ନିଶମ ଦେଖାଇଛନ୍ତି ,ତାହା ସାରା ଭାରତ ଦେଖିଛି । ଦାନାକୁ ମୁକାବିଲା କରିବା ପାଇଁ ୪୫୦ଜଣ ଅଗ୍ନିଶମ କର୍ମଚାରୀ ଏବଂ ୬୦ଟି ଗାଡି ନିୟୋଜିତ ହେବ । ଗଛ କାଟିବା ପାଇଁ ସ୍ବତନ୍ତ୍ର ଉନ୍ନତ ମାନର ମେସିନ ଅଣାଯାଇଛି । ବିଶେଷ କରି ରାସ୍ତା ଉପରେ ବା ଘର ଉପରେ ଗଛ ପଡିଥିଲେ, ସେସବୁ ଗଛ ସହଜରେ କାଟି ହେବ । କଂକ୍ରିଟ ବା ଲୁହା କାଟିବା ପାଇଁ ମଧ୍ୟ ସ୍ବତନ୍ତ୍ର କଟର ବ୍ୟବହାର କରାଯିବ । ବନ୍ୟା ଭଳି ସ୍ଥିତି ଉପୁଜିଲେ ମଟର ବୋଟ ସାହାଯ୍ୟରେ ଲୋକକୁ ଉଦ୍ଧାର କରାଯିବ ।"

ODISHA FIRE DEPARTMENT (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି,"ଆଲୋକିକରଣ ପାଇଁ ଉନ୍ନତମାନର ଲାଇଟି ବ୍ୟବସ୍ଥା ହୋଇଛି । ପୁରୁଣା ଲାଇଟ୍ ଠାରୁ ଏଥର ନୂଆ ହାଇମାକ୍ସ ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପାଓ୍ବାର ବ୍ୟାକ୍ ୪୦ଟି ଜେନେରେଟର ବ୍ୟବସ୍ଥା ରହିଛି । ପ୍ଲାଜା କଟର ଭଳି ଅତ୍ୟାଧୁନିକ ଲୁହା କଟର ରହିଛି । ପ୍ରତ୍ୟେକ ଟିମରେ ୫ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀଙ୍କ ସହିତ ଗୋଟିଏ ଗାଡି ନିୟୋଜିତ ରହିବ । ଯୋଗାଯୋଗ ପାଇଁ ଭିଏଚଏଫ୍ ବା ସାଟେଲାଇଟ ଫୋନ ବ୍ୟବସ୍ଥା ମଧ୍ୟ ହୋଇଛି । ଯେଉଁଭଳି ପରିସ୍ଥିତିରେ ଟେଲି କମ୍ୟୁନିକେସନ ଫେଲ୍ ହେଲେ ମଧ୍ୟ ଯୋଗାଯୋଗ ହୋଇପାରିବ ।ଏୟାରଲିଫ୍ଟ ପାଇଁ ହେଲିକପ୍ଟର ମଧ୍ୟ ପହଞ୍ଚିବ । ସେହିପରି ୨୦ଟି ଏନଡିଆରଏଫ ଟିମ ନିୟୋଜିତ ହେବେ । "

ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ସମ୍ଭାବ୍ୟ ବାତ୍ୟା ଗଭୀର ଅବପାତରେ ପରିଣତ, ପାରାଦ୍ବୀପରୁ 690 କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା, ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି

ଏହା ମଧ୍ୟ ପଢନ୍ତୁ ...ମାଡି ଆସୁଛି ବାତ୍ୟା ‘ଦାନା’ ! ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଛାଡିଲେ ପର୍ଯ୍ୟଟକ

ଏହା ମଧ୍ୟ ପଢନ୍ତୁ ... ସତ ହେଲା ଭବିଷ୍ୟବାଣୀ ! ପଞ୍ଜିକାରେ ବାତ୍ୟାର ପୂର୍ବନୁମାନ..

ODISHA FIRE DEPARTMENT
ODISHA FIRE DEPARTMENT (ETV Bharat Odisha)

ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି,"ଆସନ୍ତା ବୁଧବାର ସଂନ୍ଧ୍ୟା ସୁଧା ବିଭିନ୍ନ ସ୍ଥାନରେ ଅଗ୍ନିଶମ ଟିମ ପହଞ୍ଚିଯିବେ । ଜିଲ୍ଲା କତୃପକ୍ଷ ଏସଆରସିକୁ ଜଣେଇବୁ । କେଉଁଠି କିପରି ମୁତୟନ ରହିବେ । ପ୍ରତିଟି ବ୍ଲକରେ ୩ଟି ଟିମ୍ ରହିବେ । ବାଲେଶ୍ବର,ମୟୂରଭଞ୍ଜ ,ଭଦ୍ରକ ଆଦି ଅଞ୍ଚଳକୁ ଅଧିକ ଫୋକସ । କିଛି ଆସୁବିଧା ହେଲେ ୧୧୨କୁ ଯୋଗାଯୋଗ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.