ହାଇଦ୍ରାବାଦ: ଆଜି ସଂଧ୍ୟାରେ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଥ ବାହୁଡା ଜନମତ ବା ‘ଏକଜିଟ ପୋଲ’ ପ୍ରକାଶ ପାଇଛି । ଏଥିରେ ଦେଶରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ପ୍ରାୟ 350ରୁ ଅଧିକ ଆସନ ଜିତୁଥିବା ବେଳେ ଏକାଧିକ ରାଜ୍ୟରେ ମଧ୍ୟ ପୂର୍ବ-ରେକର୍ଡ ଅତିକ୍ରମ କରିବା ନେଇ ପୂର୍ବାକଳନ ପ୍ରକାଶ କରିଛନ୍ତି । ଏହା ପରେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।
‘ଓଡିଶାର ଫଳାଫଳ ସମସ୍ତଙ୍କୁ ଚକିତ କରିବ, ଲୋକସଭା ଆସନ ସଂଖ୍ୟା 15ରୁ 20 ପର୍ଯ୍ୟନ୍ତ ଯିବ’- Dharmendra On Exit Polls
Published : Jun 1, 2024, 9:48 PM IST
‘ଓଡିଶାର ଫଳାଫଳ ସମସ୍ତଙ୍କୁ ଚକିତ କରିବ, ସଂଖ୍ୟା 15ରୁ 20 ପର୍ଯ୍ୟନ୍ତ ଯିବ’ (ETV Bharat Odisha)
‘ଏକଜିଟ ପୋଲ’ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ତଥା ଚଳିତଥରର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,‘‘ ଭୋଟ ଗଣତି ଆରମ୍ଭ ହେବା ପରେ ଦେଶେ ସଂଖ୍ୟା 400ରେ ପହଞ୍ଚିବ । ଆମ ଆଶା ଅନୁଯାୟୀ ଓଡିଶାରେ ଦଳର ଲୋକସଭା ଆସନ ସଂଖ୍ୟା ପ୍ରାୟ 15ରୁ ଅଧିକ ହେବ ଏବଂ ଏହା 15-20 ମଧ୍ୟରେ ରହିବ । ଓଡିଶାର ଫଳାଫଳ ସମସ୍ତଙ୍କୁ ଚକିତ କରିବ ।’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ