ବଲିଯାତ୍ରାରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଷ୍ଟେଜ ପ୍ରୋଗ୍ରାମକୁ ଅଧାରୁ ବନ୍ଦ କଲା ପୋଲିସ - CUTTACK BALI JATRA 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 17, 2024, 9:03 AM IST

କଟକ: ହଟହଟା ହେଲେ ଗାୟିକା ଅସୀମା ପାଣ୍ଡା । ଗୀତ ପରିବେଷଣ ଆରମ୍ଭରୁ ବନ୍ଦ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଅସନ୍ତୋଷ ପ୍ରକାଶ କଲେ ଦର୍ଶକ । ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ । ହାଇକୋର୍ଟଙ୍କ ଗାଇଡଲାଇନ ଅନୁସାରେ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ରାତି 10ଟା ମଧ୍ୟରେ ଶେଷ ହେବା କଥା । ମାତ୍ର ବୈଷ୍ଣବ ପାଣି ମଞ୍ଚରେ ଅସୀମାଙ୍କ ମୋଲୋଡି କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇ ଏହି ସମୟ ଅତିକ୍ରମ କରିଥିବାରୁ ପୋଲିସ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିବା ଜଣାପଡିଛି ।

 ଏହା ମଧ୍ୟ ପଢନ୍ତୁ...କ୍ରାଉନ ପିନ୍ଧି ଜନ୍ମମାଟିକୁ ଫେରିଲେ 'ମିସ୍ ଟିନ ୟୁନିଭର୍ସ' ତ୍ରିଷ୍ଣା ରାୟ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ 

ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ କହିଛନ୍ତି, ଅସୀମାଙ୍କ ପ୍ରୋଗ୍ରାମ ପାଇଁ ଏକ ଘଣ୍ଟା ନିର୍ଦ୍ଧାରିତ ହୋଇଥିଲା । ମାତ୍ର ବିଳମ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାରୁ ଗାଇଡଲାଇନ ଅନୁସାରେ, ଏହାକୁ ପୋଲିସ ବନ୍ଦ କରିଛି ।’’ କୋଟି କୋଟି ଟଙ୍କା ଖର୍ଚ୍ଚରେ ଏହି ଆୟୋଜନ କରାଯାଉଛି । ତେବେ କୋର୍ଟଙ୍କ ଗାଇଡଲାଇନ ଥିବା ସତ୍ତ୍ବେ କାହିଁକି ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଲା, ତାକୁ ନେଇ ଦର୍ଶକ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.