ETV Bharat / snippets

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ- Rahul Gandhi Defamation Case

author img

By ETV Bharat Odisha Team

Published : Jun 7, 2024, 12:17 PM IST

ମାନହାନି ମାମଲାରେ ଜାମିନ ପାଇଁ ରାହୁଲ
ମାନହାନି ମାମଲାରେ ଜାମିନ ପାଇଁ ରାହୁଲ (ETV Bharat Odisha)

ବେଙ୍ଗାଲୁରୁ: ମାନହାନି ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ରାହୁଲ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଥିଲେ । ବିଜେପି ସରକାରକୁ ଟାର୍ଗେଟ କରି ରାଜ୍ୟର ଗୋଟିଏ ଆଗଧାଡିର ଖବରକାଗଜରେ 'ଦୁର୍ନୀତି ରେଟ୍ କାର୍ଡ' ବିଜ୍ଞାପନ ପ୍ରକାଶ କରିଥିଲେ । ୨୦୧୯ରୁ ୨୦୨୩ ମଧ୍ୟରେ ବିଜେପି ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ହୋଇଥିବା ଏଥିରେ ଅଭିଯୋଗ କରାଯାଇଥିଲା । ଏନେଇ କର୍ଣ୍ଣାଟକ ବିଜେପି ପକ୍ଷରୁ ରାହୁଲ ଗାନ୍ଧୀ, ଡିକେ ଶିବକୁମାର, ସିଦ୍ଧାରମୈୟାଙ୍କ ବିରୋଧରେ ମାନହାନି ମାମଲା ଦାଏର ହୋଇଥିଲା । ବେଙ୍ଗାଲୁରୁ କୋର୍ଟ ଆଜି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.