ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ WhatsAppରେ ଚାଟ୍ ବଦଳରେ ଏକ Voice Note ଫିଚର ରହିଛି । ଆମ ପାଖରେ ସମୟ ନଥିଲେ ବା ବହୁତ କଥା କହିବାକୁ ଥିଲେ ଆମେ ଏହି ଫିଚରର ବ୍ୟବହାର କରିଥାଉ । ଯାହାଦ୍ବାରା କମ ସମୟ ମଧ୍ୟରେ ନିଜ କଥା କହିହୁଏ । ହେଲେ ବେଳେବେଳେ ଭିଡ ସ୍ଥାନ କିମ୍ବା ମିଟିଂରେ ଥିଲେ କେହି ଆପଣଙ୍କୁ ଭଏସ ନୋଟ୍ ପଠାଇଥିଲେ ଆପଣ ଠିକ୍ ଭାବରେ ଶୁଣିପାରିନଥାନ୍ତି । କିନ୍ତୁ ଏବେ ଆଉ ଟେନସନ ନାହିଁ । ଆପଣଙ୍କ ନିକଟକୁ ଆସିଥିବା ଭଏସ ନୋଟ୍କୁ ଆପଣ Textରେ ପରିବର୍ତ୍ତନ କରି ପଢିପାରିବେ । ହ୍ବାଟ୍ସଆପ୍ 'Voice Note Transcript' ନାଁରେ ଏକ ନୂଆ ଫିଚର ଆଣିଛି ।
କଣ ଏହି ନୂଆ ଫିଚର ?
ଏହି ନୂଆ ଫିଚରକୁ ବ୍ୟବହାର କରି ଆପଣ ଯେକୌଣସି ଭଏସ ନୋଟ୍କୁ ଚୁଟକିରେ ଟେକ୍ସଟ୍ରେ ବଦଳାଇପାରିବେ । ଟାଇପିଂ କରି ଆପଣ ଯେତେବେଳେ କାହାକୁ ମେସେଜ୍ ପଠାନ୍ତି, ଯେପରି ଦୃଶ୍ୟମାନ ହୋଇଥାଏ ଠିକ୍ ସେହିପରି ଏହା ହୋଇପାରିବ । ଏହାଦ୍ବାରା ବିଶେଷ କରି ଜନଗହଳି ସ୍ଥାନ ବା କୌଣସି ମିଟିଂ ଆଦିରେ ଥିବା ୟୁଜର୍ ଅଧିକ ଲାଭବାନ ହୋଇପାରିବେ ।
ଏହା ବି ପଢନ୍ତୁ |
କେମିତି କରିବେ ବ୍ୟବହାର ?
- ଭଏସ୍ ନୋଟକୁ Textରେ ବଦଳାଇବା ଅତି ସହଜ । ପ୍ରଥମେ Settingsକୁ ଯାଆନ୍ତୁ ତା'ପରେ ଚାଟ୍ ଉପରେ କ୍ଲିକ୍ କରନ୍ତୁ ।
- ଏହାପରେ ଭଏସ୍ ମେସେଜ୍ ଟ୍ରାନ୍ସକ୍ରିପସନକୁ ଯାଆନ୍ତୁ (Settings > Chats > Voice message transcripts) । ଏଠାରେ ଆପଣ ଏହି ଫିଚରକୁ ଟର୍ଣ୍ଣ ଅନ୍ କିମ୍ବା ଅଫ୍ କରିପାରିବେ ।
- ଆପଣଙ୍କ ପସନ୍ଦର ଭାଷା ମଧ୍ୟ ବାଛିପାରିବେ । ଥରେ ଟର୍ଣ୍ଣ ଅନ୍ ହୋଇଗଲେ ଭଏସ୍ ନୋଟଗୁଡ଼ିକୁ ପାଠ୍ୟରେ ରୂପାନ୍ତର କରିବା ଅତି ସହଜ ହେବ । ଆପଣ କେବଳ ଭଏସ୍ ନୋଟ୍ ଦବାଇ ଧରି ରଖନ୍ତୁ ଏବଂ 'Transcribe' ଉପରେ କ୍ଲିକ୍ କରନ୍ତୁ ।
- ଆପ୍ ତୁରନ୍ତ ମେସେଜକୁ ଏକ Textରେ ପରିବର୍ତ୍ତନ କରିବ, ଯାହାକୁ ଆପଣ ନିଜ ସୁବିଧା ଅନୁଯାୟୀ ପଢିପାରିବାରେ ସକ୍ଷମ ହେବେ ।
ଏହି ଫିଚର ସମ୍ପୂର୍ଣ୍ଣ ସୁରକ୍ଷିତ:-
ହ୍ବାଟ୍ସଆପ୍ ସର୍ବଦା ୟୁଜରଙ୍କ ଗୋପନୀୟତାକୁ ଗୁରୁତ୍ବ ଦେଇଥାଏ, ତେଣୁ ଏହି ନୂଆ ଫିଚର ସମ୍ପୂର୍ଣ୍ଣ ସୁରକ୍ଷିତ । ଯେତେବେଳେ ଆପଣ ଭଏସ୍ ନୋଟଗୁଡ଼ିକୁ ପାଠ୍ୟ ବା Textରେ ରୂପାନ୍ତର କରନ୍ତି ସେତେବେଳେ ସମସ୍ତ କାର୍ଯ୍ୟ ଆପଣଙ୍କ ଫୋନରେ ହିଁ ହୋଇଥାଏ । ଅର୍ଥାତ ହ୍ବାଟ୍ସଆପ୍ କିମ୍ବା ଅନ୍ୟ କୌଣସି କମ୍ପାନୀ ଆପଣଙ୍କ ଭଏସ୍ ନୋଟ୍ ଦେଖିପାରିବେ ନାହିଁ । ଯାହାଦ୍ବାରା ଆପଣଙ୍କର ଗୋପନୀୟତା ବଜାୟ ରହିଥାଏ । ଏହି ନୂଆ ଫିଚର ଖୁବଶୀଘ୍ର ବିଶ୍ବର ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହେବ । ସମ୍ପ୍ରତି ଏହା କେବଳ ଅଳ୍ପ ଭାଷା ପାଇଁ ଉପଲବ୍ଧ ଥିବା ବେଳେ ଶୀଘ୍ର ଅଧିକ ଭାଷା ସହିତ ଏହି ଫିଚରକୁ ଯୋଡାଯିବ ।