ଭୁବନେଶ୍ୱର: ସାଇବର ଠକାମି କରି ଟଙ୍କା ଠକି ନେଉଥିଲେ । ଠକେଇ ଟଙ୍କାରେ ତିଆରି କରୁଥିଲେ ଫିଲ୍ମ । ଏପରି ଠକେଇ ଅଭିଯୋଗରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିବା ଜଣେ ପ୍ରଯୋଜକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡୁର ଚେନ୍ନାଇରୁ ଅଭିଯୁକ୍ତ ପ୍ରଯୋଜକକୁ ଗିରଫ କରିବା ପରେ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟକୁ ଚାଲାଣ କରିଛନ୍ତି । ତାଙ୍କଠୁ ୬୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି । ଏନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ତାମିଲନାଡୁର ଠକ ଫିଲ୍ମ ପ୍ରଯୋଜକ ଗିରଫ
ଡିସିପିଙ୍କ ସୂଚନା ଅନୁସାରେ, ହ୍ୱାଟସପ ଗ୍ରୁପରେ ଅଭିଯୁକ୍ତ ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ । ଲୋକଙ୍କୁ ଗୋଲ୍ଡ ମାନ ସାଚ ନାଁରେ ନକଲି କମ୍ପାନୀରେ ନିବେଶ ପାଇଁ ପ୍ରବର୍ତ୍ତାଇ ଥିଲେ । ଇଣ୍ଟରନାଲ ଇକ୍ୟୁଇଟି ଭଳି ପିଆଇଓ ଇନଭେଷ୍ଟମେଣ୍ଟ ପ୍ଲାନ୍ ଆଳରେ ୧୯ଲକ୍ଷ ୫୦ହଜାର ଟଙ୍କା ସେୟାର ଆଇପିଓ କିଣିବା ଆଳରେ ନିବେଶ କରିବା କହୁଥିଲେ । ଯାହାକୁ ବିଭିନ୍ନ ଜାଗାରେ ଇନଭେଷ୍ଟମେଣ୍ଟ କରାଯାଉଥିବା କହୁଥିଲେ । ବହୁ ପରିମାଣର ରିଟର୍ଣ୍ଣ ପାଇବେ ଲୋଭ ଦେଖାଇଥିଲେ । ଏନେଇ ଖଣ୍ଡଗିରିର ଜଣେ ବୃଦ୍ଧ ଏପରି ନିବେଶ କରିଥିଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଠକଙ୍କ ହାବୁଡରେ ପଡିଯାଇଛନ୍ତି । ତୁରନ୍ତ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ସାଇବର ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ପ୍ରକାଶ ଏମଙ୍କୁ ତାମିଲନାଡୁରୁ ଧରିବାରେ ସଫଳ ହୋଇଥିଲା ସ୍ପେଶାଲ ଟିମ୍ । ଗିରଫ ଅଭିଯୁକ୍ତ ନିଜକୁ ତାମିଲନାଡୁର ଜଣେ ପ୍ରଯୋଜକ ବୋଲି ପରିଚୟ ଦେଇଥିଲେ । ତେବେ ସେ ବାସ୍ତବିକରେ ଜଣେ ଫିଲ୍ମ ପ୍ରଡ୍ୟୁସର କି ନାହିଁ ସେଦିଗରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।
ଲୋକଙ୍କୁ ଡିସିପିଙ୍କ ଅନୁରୋଧ
ଏନେଇ ଭୁବନେଶ୍ବର ଡିସିପି ଲୋକଙ୍କୁ ଅନୁରୋଧ କରିଛନ୍ତି କି, ‘ତୁରନ୍ତ ଲୋକଙ୍କୁ ପ୍ରଲୋଭନ ଦେଖାଇ ହାଇରେଟ ରିଟର୍ଣ୍ଣ ଦେବାର ଲୋଭ ଦେଖାଉଥିଲେ । ଶିକାର ହୁଅନ୍ତୁ ନାହିଁ । ଅନଲାଇନ ପେମେଣ୍ଟ କରନ୍ତୁ ନାହିଁ ଅଜଣା ଅଚିହ୍ନା ଆକାଉଣ୍ଟ ନମ୍ବରରେ ଟଙ୍କା ପଠାନ୍ତୁ ନାହିଁ। ଆକାଉଣ୍ଟକୁ ଯାଞ୍ଚ ନକରି ପଠାନ୍ତୁ ନାହିଁ । ସନ୍ଦେହ ହେଉଥିବା ଆକାଉଣ୍ଟକୁ ଦୟାକରି ଟ୍ରାଞ୍ଜାକ୍ସନ କରନ୍ତୁ ନାହିଁ । ବିଭିନ୍ନ ଠକାମିର ବା ଲୋଭରୁ ସତର୍କ ରୁହନ୍ତୁ ।’
ଏହା ମଧ୍ୟ ପଢନ୍ତୁ: ଠକେଇ ଅଭିଯୋଗରେ ଫିଲ୍ମ ପ୍ରଯୋଜକ ଅଜିତାଭ ଗିରଫ, ମାଆ କହିଲେ ପୁଅକୁ ମିଛରେ ଫସାଇ ଦିଆଯାଇଛି
କେମିତି ଠକୁଥିଲେ
ଏମାନେ ବିଶେଷ କରି ହ୍ବାଟସପ ଗ୍ରୁପ କରି ସେହି ଗ୍ରୁପରେ ଇନଭେଷ୍ଟମେଣ୍ଟ ନାଁରେ ଲାଭ କ୍ଷତିର ହିସାବ ନିକାଶ ଦେଖାଉଥିଲେ । ଲୋକଙ୍କୁ ଠକେଇ ପାଇଁ ପ୍ଲାନ୍ ରଚିଥିଲେ । ଏପରିକି ଏକାଥରକେ କେମିତି ଟଙ୍କା ଉଠିଯିବ ଅର୍ଥାତ୍ ଭଲ ରିଟର୍ଣ୍ଣ ମିଳି ହେବ । ସେନେଇ ଏପରି ଲୋଭନିୟ ସ୍କିମ ଦେଖାଇ ଲୋକଙ୍କ ଠୁ ୨୫୦ଜଣ ଗ୍ରୁପ ମେମ୍ବରଙ୍କୁ ଦେଖାଇ ଠକି ନେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର