ETV Bharat / state

ଭୁବନେଶ୍ବରରେ ଜାତୀୟ ପ୍ରେସ ଦିବସ ପାଳିତ, ୩୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମିଳିଲା ପେନସନ

ଅତିଥି ହେଲେ ରାଜ୍ୟପାଳ, ବାଚସ୍ପତି, ରାଜସ୍ବ ଓ ନଗର ଉନ୍ନୟନ ମନ୍ତ୍ରୀ । ଗଣତନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଭୂମିକାକୁ କଲେ ପ୍ରଶଂସା । ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ।

ଜାତୀୟ ପ୍ରେସ ଦିବସ ଅବସରରେ ୩୩ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମିଳିଲା ପେନସନ
ଜାତୀୟ ପ୍ରେସ ଦିବସ ଅବସରରେ ୩୩ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମିଳିଲା ପେନସନ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

Updated : 1 hours ago

ଭୁବନେଶ୍ୱର: ‘ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ’ ପକ୍ଷରୁ ପାଳିତ ହୋଇଛି ଜାତୀୟ ପ୍ରେସ୍‌ ଦିବସ-2024 । ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତବର୍ଷ ରାଜ୍ୟର ୩୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନ୍‌ସନ୍ ପ୍ରଦାନ କରିଛନ୍ତି । ସେହିପରି ୭ ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତିରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୭ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

  • ପ୍ରଥମ ଶେସନରେ ରାଜସ୍ବ ମନ୍ତ୍ରୀ ଓ ଦ୍ବିତୀୟରେ ରାଜ୍ୟପାଳ ହେଲେ ମୁଖ୍ୟ ଅତିଥି:-

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଅତିଥିମାନେ ପରିବର୍ତ୍ତନଶୀଳ ଗଣମାଧ୍ୟମରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିଭଳି ଦ୍ଵିତୀୟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଓ ବାଚସ୍ପତି ସୁରମା ପାଢ଼ୀ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ରାମୋଜୀ ରାଓ: ଭବିଷ୍ୟତକୁ ଆକାର ଦେଇଥିବା ସ୍ୱପ୍ନର ସୌଦାଗର

  • ଗଣମାଧ୍ୟମକୁ ସରକାରୀ କାର୍ଯ୍ୟାଳୟ ବାରଣ ଉଚିତ ନୁହେଁ: ରାଜସ୍ବ ମନ୍ତ୍ରୀ

ପ୍ରଥମ ଶେସନର ମୁଖ୍ୟ ଅତିଥି ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ,‘‘ସଙ୍କଟ ସମୟରେ ଓଡ଼ିଶା ପ୍ରଶାସନ ଏବଂ ଗଣମାଧ୍ୟମ ମିଳିତ ଭାବେ ଚମତ୍କାର କାର୍ଯ୍ୟ କରିଥାନ୍ତି । ବାତ୍ୟା ‘ଦାନା’ ମୁକାବିଲା ସମୟରେ ଆମେ ଗଣମାଧ୍ୟମର କାର୍ଯ୍ୟ ଦେଖିଛନ୍ତି । ବାସ୍ତବରେ ଏଭଳି କାର୍ଯ୍ୟ କଲେ ରାଜ୍ୟର ବହୁ ପ୍ରଗତି ହୋଇଥାଏ । ଗଣତନ୍ତ୍ରର ତିନୋଟି ସ୍ତମ୍ଭର କାର୍ଯ୍ୟ ପ୍ରଣାଳୀକୁ ନିରୀକ୍ଷଣ କରିବା ଓ ସଠିକତା ଆକଳନ ଗଣମାଧ୍ୟମର କାମ । ଏହା ନିଶ୍ଚିତ କଠିନ କାର୍ଯ୍ୟ ।’’

ଜାତୀୟ ପ୍ରେସ ଦିବସ ଅବସରରେ ୩୩ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ (ETV Bharat Odisha)
ଭୁବନେଶ୍ବରରେ ଜାତୀୟ ପ୍ରେସ ଦିବସ ପାଳିତ
ଭୁବନେଶ୍ବରରେ ଜାତୀୟ ପ୍ରେସ ଦିବସ ପାଳିତ (ETV Bharat Odisha)

  • ଲୋକସେବା ଭବନରେ ସାମ୍ବାଦିକଙ୍କ ପ୍ରବେଶ ବାରଣକୁ ରାଜସ୍ବ ମନ୍ତ୍ରୀଙ୍କ ନାପସନ୍ଦ

ରାଜ୍ୟ ପ୍ରଶାସନର ମୁଖ୍ୟାଳୟ ଲୋକସେବା ଭବନରେ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ନମିଳିବା ପ୍ରସଙ୍ଗକୁ ମଧ୍ୟ ରାଜସ୍ବ ମନ୍ତ୍ରୀ ଉତ୍ଥାପନ କରିଥିଲେ । ଏହି ନିଷ୍ପତ୍ତିକୁ ସେ ନାପସନ୍ଦ କରିବା ସହ କହିଥିଲେ,‘‘ ଆଗକୁ ରାଜ୍ୟ ସଚିବାଳୟ (ଲୋକସେବା ଭବନ) ଭଳି କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରବେଶକୁ ରୋକ ନଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି । ସଙ୍କଟ ସମୟରେ ପ୍ରଶାସନ ସହ ଗଣମାଧ୍ୟମ ଚମତ୍କାର କାର୍ଯ୍ୟ କରିଥାନ୍ତି । ବାସ୍ତବରେ ଏଭଳି କାର୍ଯ୍ୟକଲେ ରାଜ୍ୟର ବହୁ ପ୍ରଗତି ହୋଇଥାଏ । ସେହିପରି ତିନୋଟି ସ୍ତମ୍ଭକୁ ନିରୀକ୍ଷଣ କରି କାର୍ଯ୍ୟର ସଠିକତା ଆକଳନ କରିବା ନିଶ୍ଚିତ କଠିନ କାର୍ଯ୍ୟ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.