ETV Bharat / snippets

କଂଗ୍ରେସରୁ ମାନସ ଚୌଧୁରୀ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ- Manas choudhury Expelled

author img

By ETV Bharat Odisha Team

Published : Jun 7, 2024, 4:25 PM IST

Manas choudhury expelled from Congress
Manas choudhury expelled from Congress (ETV Bharat Odisha)

ଭୁବନେଶ୍ବର: କଂଗ୍ରେସରୁ ମାନସ ଚୌଧୁରୀ ବହିଷ୍କୃତ । ୬ବର୍ଷ ପାଇଁ ଦଳରୁ ବିଦା ହେଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ଆସିଥିଲା । ମାନସ ଦଳ ପାଇଁ ଏକ ଯୁବ ସଂଗଠକ ଥିଲେ । ଦଳର ଆଭ୍ୟନ୍ତରୀଣ ବ୍ୟାପାର ସହ କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ସମୟରେ ମାନସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଦେଖାଯାଏ । ମାନସ ଛାତ୍ର ଏବଂ ଯୁବ କଂଗ୍ରେସ ସଂଗଠନ ସହ ଜଡ଼ିତ ଥିଲେ । ହେଲେ କେଉଁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.