ETV Bharat / state

ନିଷ୍ପତ୍ତି ବଦଳାଇଲା ISKCON, ବନ୍ଦ ହେଲା ହୋଷ୍ଟନରେ ହେବାକୁଥିବା ଅଦିନିଆ ରଥଯାତ୍ରା - ISKCON RATH YATRA CANCEL

ଆମେରିକାର ହୋଷ୍ଟନରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କଲା ISKCON । ରଥଯାତ୍ରା ବଦଳରେ ହେବ ଗୌରନିତାଇ ସଂକୀର୍ତ୍ତନ ଯାତ୍ରା । ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ ଗଜପତି ।

ISKCON RATH YATRA CANCEL
ISKCON RATH YATRA CANCEL (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 11:02 PM IST

Updated : Nov 6, 2024, 6:52 AM IST

ଭୁବନେଶ୍ୱର: ପ୍ରବଳ ବିରୋଧ ପରେ ନରମିଲା ‘ଇସ୍କନ’ (ISKCON) । ଚଳିତମାସ 9 ତାରିଖରେ ଆମେରିକାର ହୋଷ୍ଟନ ସହରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଆୟୋଜନକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ସଂସ୍ଥା । ଏହି ପ୍ରସ୍ତାବିତ ରଥଯାତ୍ରା ବନ୍ଦ କରାଯାଉଥିବା ନେଇ ‘ଇସ୍କନ’ ପକ୍ଷରୁ ଏକ ପ୍ରେସରିଲିଜ୍‌ ଜାରି କରାଯାଇ ଘୋଷଣା କରାଯାଇଛି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସଂସ୍ଥା କହିଛି । ବିନା ତିଥିରେ ହେବାକୁ ଥିବା ବିବାଦୀୟ ଯାତ୍ରାକୁ ଆରମ୍ଭରୁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଜଗନ୍ନାଥପ୍ରେମୀ ବିରୋଧ କରିଆସୁଥିଲେ । ଏନେଇ ‘ଇସ୍କନ’ କର୍ତ୍ତୃପକ୍ଷଙ୍କୁ ବାରଣ ମଧ୍ୟ କରାଯାଇଥିଲା । ଗତକାଲି ଗଜପତି ମହାରାଜ ଏହି ପ୍ରସଙ୍ଗରେ ‘ଇସ୍କନ’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦେଇଥିଲେ ।

  • ରଥଯାତ୍ରା ପରିବର୍ତ୍ତେ ହେବ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ

ଭୁବନେଶ୍ୱର ‘ଇସ୍କନ’ର ଉପ-ସଭାପତି ପ୍ରଭୂଜୀ ତୁକାରାମ ଦାସ କହିଛନ୍ତି," ରଥଯାତ୍ରା ବଦଳରେ ଗୌରନିତାଇ ସଙ୍କୀର୍ତ୍ତନ ଯାତ୍ରା ଆୟୋଜନ କରାଯିବ । ଅଷ୍ଟପ୍ରହରୀ ଭଳି ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ‘ଇସ୍କନ’ ।’’ ପୂର୍ବରୁ ଚଳିତମାସ ୩ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ସ୍ନାନଯାତ୍ରା ଆୟୋଜନ ବାତିଲ କରାଯାଇଥିଲା । ତଥାପି ରଥଯାତ୍ରା ଆୟୋଜନ ପ୍ରସ୍ତୁତି ଜାରି ରହିଥିଲା । ଯାହାକୁ ନେଇ ଅସନ୍ତୋଷ ବଢିବା ସହ ବନ୍ଦ କରିବା ଦାବି ମଧ୍ୟ ଜୋର ଧରିବାରେ ଲାଗିଥିଲା ।

ISKCON RATH YATRA CANCEL (ETV Bharat Odisha)
  • ବିରୋଧ କରିଥିଲେ ଗଜପତି:

ଗତକାଲି (ମଙ୍ଗଳବାର) ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭୁବନେଶ୍ୱରରେ ପ୍ରେସମିଟ୍‌ କରି ଏହି ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ । ଇସ୍କନ (ISKCON) କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇ ଏହାକୁ ବନ୍ଦ କରିବା ପାଇଁ ସ୍ପଷ୍ଟ ଆପତ୍ତି ଦର୍ଶାଇଥିଲେ । ସେହିପରି ଆବଶ୍ୟକ ପଡିଲେ ଆଇନଗତ ଦିଗ ମଧ୍ୟ ଗ୍ରହଣ କରାଯିବ ବୋଲି ଗଜପତି ମହାରାଜ କହିଥିଲେ ।

ଏହା ମଧ୍ୟ ପଢନ୍ତୁ ...'ISKCON ନ ମାନିଲେ କୋର୍ଟ ଯିବୁ', ଅଦିନିଆ ରଥଯାତ୍ରା ଉପରେ ପୁରୀ ଗଜପତିଙ୍କ କଠୋର ଆଭିମୁଖ୍ୟ

ଏହା ମଧ୍ୟ ପଢନ୍ତୁ ...ଇସ୍କନର ଅଦିନିଆ ରଥଯାତ୍ରା; ନିନ୍ଦା କଲେ ଶଙ୍କରାଚାର୍ଯ୍ୟ, ଆଇନ ମନ୍ତ୍ରୀ କହିଲେ ତର୍ଜମା ହେବ

ଏହା ମଧ୍ୟ ପଢନ୍ତୁ ... ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ'

  • କଣ କହିଥିଲେ ଗଜପତି:-

ଗଜପତି ମହାରାଜ କହିଥିଲେ," 1967 ମସିହାରୁ ‘ଇସ୍କନ’ ସଂସ୍ଥା ପକ୍ଷରୁ କାଲିଫର୍ନିଆର ସାନ-ଫ୍ରାନ୍ସିକୋ ସହରରେ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ମଧ୍ୟ ସେମାନେ ଏପରି ଅଦିନିଆ ଆୟୋଜନ କରିଥିଲେ । ଏହାକୁ ବିରୋଧ କରାଯାଥିଲା । ଭକ୍ତଙ୍କ ଆପତ୍ତି ପରେ ସମାନେ 2021 ମସିହାରେ ଏକ ସଙ୍କଳ୍ପ ପାରିତ କରିଥିଲେ । ସେଥିରେ ଭରାତ ଭିତରେ ଅଦିନିରେ କୌଣସି ରଥଯାତ୍ରା ଆୟୋଜନ ନକରିବାକୁ ସହମତି ପ୍ରକାଶ କରିଥିଲେ । ହେଲେ ବିଦେଶରେ ସେମାନେ ଏପରି ଅଦିନିଆ ଆୟୋଜନ ଜାରି ରଖିଥିଲେ । ସେମାନେ ପ୍ରଚାର ଯାତ୍ରା ଆୟୋଜନ କରିପାରନ୍ତି, କିନ୍ତୁ ରଥଯାତ୍ରା ଆୟୋଜନ କରିବା କିମ୍ବା ଚତୁର୍ଦ୍ଧାବିଗ୍ରହକୁ ସେଥିରେ ବାହାରକୁ ଆଣିବା ଅନୁଚିତ । ଏହା ଶାସ୍ତ୍ରସମ୍ମତ ନୁହେଁ । ଏହାକୁ ଆଦୌ ବରଦାସ୍ତ କରାଯିବନି । ଇସ୍କନ ଭକ୍ତଙ୍କ ଭାବନାକୁ ସମ୍ମାନ ଦେଇ ନିଷ୍ପତ୍ତି ପରିବର୍ତ୍ତନ କରିବା ବୋଲି ଆମର ଆଶା । ମାତ୍ର ଯଦି ଇସ୍କନ ଏଥିରୁ କ୍ଷାନ୍ତ ନରୁହେ, ତେବେ ଶାନ୍ତିପୂର୍ଣ୍ଣ ଭାବେ ଆଇନଗତ ଦିଗ ଗ୍ରହଣ କରିବୁ । "

ଗଜପତିଙ୍କ ମନ୍ତବ୍ୟ ପରେ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହାକୁ ସ୍ୱାଗତ କରିଥିଲେ । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ବୋଲି ଆଇନ୍‌ ମନ୍ତ୍ରୀ କହିଥିଲେ । ‘ଇସ୍କନ’ ବିରୋଧରେ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାରା ରାଜ୍ୟରେ ଅସନ୍ତୋଷ ବ୍ୟାପୁଥିବା ବେଳେ ବିଳମ୍ବିତ ସଂଧ୍ୟାରେ ସଂସ୍ଥା ଏହି ବିବାଦୀୟ ରଥାଯାତ୍ରା ଆୟୋଜନକୁ ବନ୍ଦ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 6, 2024, 6:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.