ETV Bharat / international

US Election: ଭୋଟ୍ ଦେଉଛି ଆମେରିକା: ଟ୍ରମ୍ପ ନା ହାରିସ, କିଏ ମାରିବେ ବାଜି? - US PRESIDENTIAL ELECTION 2024

ଭୋଟ ଦେଉଛି ଆମେରିକା । କିଏ ହେବେ ଦେଶର ୪୭ତମ ରାଷ୍ଟ୍ରମୁଖ୍ୟ । କମଲା ହାରିସ ନା ଡୋନାଲ୍ଡ ଟ୍ରମ୍ପ । ଆମେରିକା ନିର୍ବାଚନ ଉପରେ ସାରା ବିଶ୍ବର ନଜର ।

US Presidential Election 2024
US Presidential Election 2024 (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 10:43 PM IST

ୱାସିଂଟନ: ଆରମ୍ଭ ହୋଇଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଦେଶର ୪୭ତମ ରାଷ୍ଟ୍ରମୁଖ୍ୟ ବାଛୁଛନ୍ତି ଆମେରିକାବାସୀ । ଏହି ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ କମଲା ହାରିସ ଆଉ ରିପବ୍ଲିକାନ ଦଳର ପ୍ରାର୍ଥୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଚାର ଶେଷ ପୂର୍ବରୁ ହାରିସ ଓ ଟ୍ରମ୍ପ ପ୍ରମୁଖ ରାଜ୍ୟରେ ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ । ସମର୍ଥକଙ୍କ ଭୋଟ ହାତେଇବାକୁ ଉଭୟ ଜୋରଦାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା ।

ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା:
ୱାଶିଂଟନ ଡିସିରେ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଫୋରମ ଅଧ୍ୟକ୍ଷ ଏବଂ ସିଇଓ ମୁକେଶ ଅଧି କହିଛନ୍ତି, "ଏହି ନିର୍ବାଚନକୁ ନେଇ ଲାଗି ରହିଛି ଚିନ୍ତା ଓ ଅନିଶ୍ଚିତତା । ଯାହାର ପ୍ରଭାବ କେବଳ ଏହି ଦେଶର ନୁହେଁ, ବରଂ ବିଶ୍ବ ସ୍ତରରେ ଦେଖିବାକୁ ମିଳିବ । ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହେବାକୁ ଯାଉଛି କଡ଼ା ମୁକାବିଲା । ସେ ଆହୁରି କହିଛନ୍ତି, ୫୦ ପ୍ରତିଶତରୁ ଅଧିକ ମତଦାତା ପୂର୍ବରୁ ହିଁ ନିଜ ଭୋଟ୍ ଦେଇସାରିଛନ୍ତି । ଯାହାର ଅର୍ଥ ହେଉଛି, ସେମାନଙ୍କୁ ପୂର୍ବରୁ ଜଣାଅଛି ଯେ, ସେମାନେ କାହାକୁ ସମର୍ଥନ କରୁଛନ୍ତି । ଶେଷ ପର୍ଯ୍ୟାୟରେ ଏହି ସ୍ବିଙ୍ଗ୍ ମତଦାତାଙ୍କୁ ପ୍ରଭାବିତ କରିପାରେ । ମତଦାନ କରିବାକୁ ମହିଳାଙ୍କଠାରୁ ଆରମ୍ଭ କରି ସଂଖ୍ୟାଲଘୁମାନେ ବହୁ ସଂଖ୍ୟାରେ ଆଗେଇ ଆସିଥିବା ଦେଖିବାକୁ ମିଳିଛି ।

ସେ ଏହା ମଧ୍ୟ କହିଛନ୍ତି, "ଯଦି କମଳା ହାରିସ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ଭାରତ ବାଣିଜ୍ୟରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଲାଭବାନ ହେବ । ଏସବୁ କ୍ଷେତ୍ରରେ ଆମେରିକା ସହ ଭାରତର ଭଲ ବୁଝାମଣା ରହିବ ।"

କହିରଖୁଛୁ, ଏହି ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ୨୦୭ ଇଲେକ୍ଟୋରାଲ କଲେଜ ଭୋଟର ଆବଶ୍ୟକତା ରହିଛି । ୭ ପ୍ରମୁଖ ରାଜ୍ୟ ଆରିଜୋନା, ମିଚିଗାନ, ୱିସକିନସନ, ନେଭଡା, ପେନସିଲଭାନିଆ, ନର୍ଥ କାରୋଲିନା ଏବଂ ଜର୍ଜିଆର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...US Election: ଟ୍ରମ୍ପଙ୍କ କମ୍ ବ୍ୟାକ୍ ନା ହାରିସ ରଚିବେ ଇତିହାସ, କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ଏହା ମଧ୍ୟ ପଢ଼ନ୍ତୁ...US Election: ନିର୍ବାଚନ ରାଲିରେ ହାରିସଙ୍କ ପ୍ରତିଶ୍ରୁତି, ' ଜିତିଲେ ଗାଜାରେ ବନ୍ଦ ହେବ ଯୁଦ୍ଧ'

୨ ଥର ହୋଇପାରିବେ ରାଷ୍ଟ୍ରପତି:

ଆମେରିକାରେ ରାଷ୍ଟ୍ରପତୀୟ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଅର୍ଥାତ ଦେଶର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି । ସେ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ଓ ଜଣେ ବ୍ୟକ୍ତି ସର୍ବାଧିକ ୨ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ । ଭାରତ କିମ୍ବା ଅନ୍ୟ ଦେଶ ପରି ଏକାଧିକ ଥର ନୁହେଁ । ପ୍ରତି ୪ ବର୍ଷରେ ଥରେ ଏଠାରେ ନିର୍ବାଚନ ହୋଇଥାଏ । ତେବେ ଆମେରିକା ‘କଂଗ୍ରେସ’ (ଜାତୀୟ ବ୍ୟବସ୍ଥାପିକା ବା ସଂସଦ)ରେ ମୋଟ ୨ଟି ସଦନ ରହିଛି । ଉଚ୍ଚ ସଦନ ‘ସିନେଟ୍‌’ ଓ ନିମ୍ନ ସଦନ ‘ପ୍ରତିନିଧି ସଭା’ । ଅନ୍ୟାନ୍ୟ ଗଣତନ୍ତ୍ର ପରି ନିମ୍ନ ସଦନଟି ହିଁ ପ୍ରାୟତଃ ଅଧିକ ଆସନ ବିଶିଷ୍ଟ ଓ ସଂଖ୍ୟା ଦୃଷ୍ଟିରୁ ଶକ୍ତିଶାଳୀ ମଧ୍ୟ । ଉଭୟ ଗୃହରେ ମୋଟ ୫୩୮ ଚୟନକର୍ତ୍ତା ବା ‘ଇଲେକ୍ଟର’ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.