ETV Bharat / state

ନ୍ୟାୟ ପାଇଁ ରାଜରାସ୍ତାରେ RI ଓ ଅମିନ ପରୀକ୍ଷାର୍ଥୀ, ରାସ୍ତାରେ ଶୋଇ କଲେ ପ୍ରତିବାଦ

ଆରଆଇ ଓ ଅମିନ ପରୀକ୍ଷା ବାତିଲ ସହିତ ସ୍ଵଚ୍ଛତାର ସହିତ ପୁନର୍ବାର ପରୀକ୍ଷା ଦାବି । ରାଜ୍ୟ ସରକାରଙ୍କ ବିରୋଧରେ ଲୋୟର ପିଏମଜିରେ ଶହଶହ ପରୀକ୍ଷାର୍ଥୀ ପ୍ରତିବାଦ କରିଛନ୍ତି ।

RI And Amin Aspirants Protest
RI And Amin Aspirants Protest (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 10:40 PM IST

ଭୁବନେଶ୍ବର: ଆରଆଇ ଓ ଅମିନ ପରୀକ୍ଷାକୁ ନେଇ ତାତିଲେ ଆଶାୟୀ ପରୀକ୍ଷାର୍ଥୀ । ପରୀକ୍ଷା ବାତିଲ ସହିତ ସ୍ଵଚ୍ଛତାର ସହିତ ପୁନର୍ବାର ପରୀକ୍ଷା ଦାବି କରିଛନ୍ତି ଆଶାୟୀ । ଆଜି ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ସଂଖ୍ୟାରେ ପରୀକ୍ଷାର୍ଥୀ । ସରକାର ସେମନଙ୍କ ଦାବିକୁ ଅଣଦେଖା କରିଆସୁଥିବା ଅଭିଯୋଗ ଆଣି ଅଭିନବ ଉପାୟରେ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଛନ୍ତି । ଏହାସହ ଯେପର୍ଯ୍ୟନ୍ତ ଆରଆଇ ଅମିନ ପରୀକ୍ଷା ବାତିଲ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଶାୟୀ କହଛନ୍ତି ।

RI And Amin Aspirants Protest (ETV Bharat Odisha)

ରାସ୍ତାରେ ଶୋଇ ପ୍ରତିବାଦ:

ଆରଆଇ ଅମିନ ପରୀକ୍ଷାରେ ହୋଇଥିବା ଅନୀୟମିତତା ଘଟଣାରେ ତୀବ୍ରତର ହେଉଛି ଆଶାୟୀ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ । ପୂର୍ବରୁ ହୋଇଥିବା ପରୀକ୍ଷାକୁ ରଦ୍ଦ କରିବା ସହିତ ପୁନର୍ବାର ପରୀକ୍ଷା କରିବା ପାଇଁ ଦାବି କରି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ । ହାତରେ ପ୍ଲାକାର୍ଡ ସହିତ ନାରାବାଜି କରିବା ସହ ଆଶାୟୀମାନେ ଅଭିନବ ପ୍ରତିବାଦ କରିଛନ୍ତି । ରାଜରାସ୍ତାରେ ଶୋଇ ଦଣ୍ଡବତ ହୋଇ ସରକାରଙ୍କ ପାଖରେ ଗୁହାରି କରିଛନ୍ତି । ଭିନ୍ନ ଧରଣର ପ୍ରତିବାଦ କରିବା ପରେ Student Against Corruptionର ନେତୃତ୍ବରେ ଲୋୟର ପିଏମଜିରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଅଗ୍ରସର ହେବା ପରେ ପୋଲିସ ସହ ଆଶାୟୀ ପରୀକ୍ଷାର୍ଥୀ ଧସ୍ତାଧସ୍ତୀ ହୋଇଥିଲା ।

RI And Amin Aspirants Protest
RI And Amin Aspirants Protest (ETV Bharat Odisha)
'ପରୀକ୍ଷା ବାତିଲ ନହେଲେ ଆନ୍ଦୋଳନ ଜାରି ରହିବ'

Student Against Corruption ସଂଯୋଜକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, "ରାଜ୍ୟରେ ଯେଉଁ ନିଯୁକ୍ତି ବିକ୍ରି ଓ ଚାକିରି ଦୁର୍ନୀତି ଚାଲିଛି ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ, ଏହା ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି । ଯାହାକୁ ଲକ୍ଷ ଲକ୍ଷ ମେଧାବୀ ତୀବ୍ର ବିରୋଧ କରୁଛନ୍ତି । ଆରଆଇ ପରୀକ୍ଷାରେ ଯେଉଁ ଦୁର୍ନୀତି ହୋଇଛି ତାକୁ ତୁରନ୍ତ ବାତିଲ କରାଯାଉ । ପୁଣିଥରେ ସ୍ବଚ୍ଛତାର ସହ ପରୀକ୍ଷା କରାଯାଉ । ଆମେ ଦାବି କରୁଛୁ, ଯେ ପର୍ଯ୍ୟନ୍ତ ଆରଆଇ ପରୀକ୍ଷା ବାତିଲ ନ ହୋଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।"

ଏହା ମଧ୍ୟ ପଢ଼ନ୍ତୁ...RI ଅମିନ ପରୀକ୍ଷା ବିଭ୍ରାଟ, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପରୀକ୍ଷାର୍ଥୀ

ଏହା ମଧ୍ୟ ପଢ଼ନ୍ତୁ...RI-ଅମିନ ପରୀକ୍ଷା ଅନିୟମିତତା; 24ରେ ଗର୍ଜିବ ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ

ତଦନ୍ତ ରିପୋର୍ଟ ଆସିଲେ ବିଚାର କରାଯିବ:

ଏନେଇ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହସ୍ତକ୍ଷେପ ହୋଇଛି । ସିଲେକ୍ସନ ବୋର୍ଡ ବିଭାଗର ଅସ୍ଥିତ୍ୱ ନାହିଁ । ୫ ଲକ୍ଷ ଛାତ୍ର ପରୀକ୍ଷା ଦେଇଛନ୍ତି । ରେଲୱେ ସେଣ୍ଟର ପାଖରେ, ସାଇବର କେଫରେ ପରୀକ୍ଷା ହୋଇଛି । ଅନିୟମିତତା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲା ପରେ ବିଚାର କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.