ETV Bharat / technology

ବଢୁଛି ସାଇବର ଅପରାଧ; ଜାନୁଆରୀରୁ ନଭେମ୍ବର 11 ଯାଏଁ 14,41,717 ମାମଲା ରୁଜୁ - GOVERNMENT DATA ON CYBERCRIME

ସରକାରୀ ତଥ୍ୟ ଅନୁସାରେ ଭାରତରେ ଜାନୁଆରୀ 1ରୁ ନଭେମ୍ବର 11 ୟାଏଁ 14,41,717 ସାଇବର ଅପରାଧ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

43rd India International Trade Fair in New Delhi
ନୂଆଦିଲ୍ଲୀରେ ଆୟୋଜିତ 43 ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ I4Cର ଷ୍ଟଲ୍‌ (ETV Bharat)
author img

By ETV Bharat Tech Team

Published : Nov 27, 2024, 5:02 PM IST

ହାଇଦ୍ରାବାଦ: ଏକ ସମୟରେ ଯେତେବେଳେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ସାଇବର ଅପରାଧ ବିରୁଦ୍ଧରେ ଏକ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଅତ୍ୟାଧୁନିକ ପଦ୍ଧତି ଗ୍ରହଣ କରୁଥିବା ବେଳେ ସାଇବର ଅପରାଧିରେ ଲାଗୁନି ବ୍ରେକ୍‌ । ନିକଟରେ ପ୍ରକାଶ ପାଇଥିବା ସରକାରୀ ତଥ୍ୟରୁ ଜଣାପଡିଛି ଯେ ଚଳିତ ବର୍ଷ ଜାନୁଆରୀ 1ରୁ ନଭେମ୍ବର 11 ପର୍ଯ୍ୟନ୍ତ ସମଗ୍ର ଭାରତରେ 14ଲକ୍ଷ 41 ହଜାର 717 ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି ।

ରୁଜୁ ହୋଇଥିବା ମାମଲା ମଧ୍ୟରେ ନିବେଶ ସ୍କାମ୍, ପାର୍ଟ ଟାଇମ୍ ଚାକିରି ସ୍କାମ, ତତକ୍ଷଣାତ୍ ଋଣ, ଡିଜିଟାଲ ଆରେଷ୍ଟ, ଡେଟିଂ ସ୍କାମ, ରିଫଣ୍ଡ ସ୍କାମ, ନକଲି ଗେମିଂ ଆପ୍, ସେକ୍ସଟୋର୍ସନ୍ ଏବଂ ଅଜାଣତରେ ଅନ୍ୟ କାହା ପାଖକୁ ଅର୍ଥ କାରବାର ସାମିଲ । ସରକାରୀ ତଥ୍ୟରୁ ଜଣାପଡିଛି ଯେ ଚଳିତ ବର୍ଷର ପ୍ରଥମ ତ୍ରୟ ମାସରେ ଡିଜିଟାଲ ଗିରଫ ସ୍କାମରେ ସାରା ଦେଶରେ 120.3 କୋଟି ଟଙ୍କା କ୍ଷତି ହୋଇଛି । ପୁଞ୍ଜି ବିନିଯୋଗ ଏବଂ ଚାକିରି ଠକେଇ ସହିତ 1,00,360 ମାମଲା ପଞ୍ଜିକୃତ ହୋଇଛି ଯେଉଁଥିରେ 3,216 କୋଟି ଟଙ୍କା ଲୁଟ୍‌ ହୋଇଛି ।

19,888.42କୋଟି ଟଙ୍କାର ସାଇବର ଲୁଟ୍‌:-

ସରକାରୀ ତଥ୍ୟ ଅନୁସାରେ ଜାନୁଆରୀ ପହିଲାରୁ ନଭେମ୍ବର 11 ମଧ୍ୟରେ

19,888.42କୋଟି ଟଙ୍କାର ସାଇବର ଲୁଟ୍‌ ହୋଇଛି । ଏଭଳି ଠକେଇରୁ ଦେଶବାସୀଙ୍କୁ ଦୂରେଇ ରଖିବା ସହ ସତର୍କ କରାଇବା ଲାଗି 43 ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ରେ ଭାରତୀୟ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର (I4C) ଏକ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନେଇ ଲୋକଙ୍କୁ ସଚେତନ କରାଉଛି ।

ଏହା ବି ପଢନ୍ତୁ
  1. ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି
  2. ଏଇ ଭୁଲ ପାଇଁ ଶିକ୍ଷକ ହରାଇଲେ ଅଢେଇ କୋଟି...

ଇଟିଭି ଭାରତ ସହିତ ଆଲୋଚନା କରି I4Cର ବରିଷ୍ଠ ଅଧିକାରୀ ଡକ୍ଟର ଦୀପକ କୁମାର କହିଛନ୍ତି, "ଏହି ସଚେତନତା ଡ୍ରାଇଭ୍ ମାଧ୍ୟମରେ ଆମେ ଟ୍ରେଣ୍ଡରେ ଥିବା ବିଭିନ୍ନ ସ୍କାମ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛୁ । ଏବେ ଦେଶରେ ଲୋକଙ୍କୁ ଟାର୍ଗେଟ କରୁଥିବା ସ୍କାମଗୁଡ଼ିକ ମଧ୍ୟରେ ନିବେଶ ସ୍କାମ, ଡିଜିଟାଲ ଗିରଫ, ଡେଟିଂ ସ୍କାମ ଏବଂ ଘର ଭିତରୁ ସ୍କାମ ରହିଛି । ଲୋକେ ଏଭଳି ସ୍କାମ ସମ୍ପର୍କରେ ଜାଣିବା କିମ୍ବା ଠକେଇର ଶିକାର ହୋଇଥିଲେ website cybercrime.comରେ ଅଭିଯୋଗ କରିପାରିବେ ।"

'ମନ୍‌ କି ବାତ୍‌'ରେ ଉଠିଥିଲା ଡିଜିଟାଲ ଆରେଷ୍ଟ:-

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ରେ ଡିଜିଟାଲ ଆରେଷ୍ଟ ପ୍ରସଙ୍ଗ ଉଠିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଦେଶବାସୀଙ୍କୁ ସଚେତନ କରାଇଥିଲେ । କୌଣସି ବି ଏଜେନ୍ସି କିମ୍ବା ପୋଲିସ ଗିରଫ ପାଇଁ ଏପରି ଫୋନକଲ୍‌ କରେ ନାହିଁ । ଫୋନରେ ଯଦି କିଏ ଗିରଫ କଥା କହୁଛି ତେବେ ଏହା ସ୍କାମ କଲ ବୋଲି ଜାଣିନେବା ଉଚିତ ବୋଲି ମୋଦି କହିଥିଲେ ।

IITFରେ ବିଗ ବି ଅମିତାଭ ବଚ୍ଚନଙ୍କ କଟ୍‌ଆଉଟ୍‌:-

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ I4C ଷ୍ଟଲରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ କଟ୍‌ଆଉଟ୍‌ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋଟି ଅମିତାଭଙ୍କ ଅଭିନୀତ 'ଶେହନଶାହ' ଫିଲ୍ମର । ଏଥିରେ ସେ କହୁଛନ୍ତି, "ନାମ୍‌ ହେ ସାଇବରଦୋସ୍ତ । ସାଇବର କ୍ରାଇମ ସେ ହେ ବଚନା ।" ଏ ନେଇ ଦୀପକ କୁମାର କହିଛନ୍ତି, "ଆମେ ଏହି କଟଆଉଟ୍ ବ୍ୟବହାର କରୁଛୁ କାରଣ ଏହା ଲୋକଙ୍କୁ ଅଧିକ ଆକର୍ଷିତ କରିପାରିବେ । ଲୋକେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ ଅଟନ୍ତି । ତେଣୁ ଏହିପରି ସାଇବର ଅପରାଧ ବିଷୟରେ ଜନସାଧାରଣଙ୍କୁ ଜଣାଇବା ପାଇଁ ଆମେ ଏହି କଟ୍‌ଆଉଟ୍ ପ୍ରଦର୍ଶନ କରିଛୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.