ETV Bharat / state

ମିିଳିଛି ଆବାସ ଯୋଜନା କାର୍ଯ୍ୟାଦେଶ, ନିର୍ମାଣ ହୋଇପାରୁନି ଘର - KENDRAPARA AWAS YOJANA ISSUE

ଦିନ ମଜୁରୀ ଲାଗି ପେଟ ପୋଷୁଥିବା ଲୋକଟି ଘର ତିଆରି କରିବାରୁ ବଞ୍ଚିତ । ସବୁ କାଗଜ ପତ୍ର ଥାଇ ମଧ୍ୟ ହୋଇପାରୁନାହିଁ ଘର ।

KENDRAPARA AWAS YOJANA ISSUE
KENDRAPARA AWAS YOJANA ISSUE (ETV Bharat Odisha)
author img

By ETV Bharat Odisha Team

Published : Nov 27, 2024, 5:29 PM IST

କେନ୍ଦ୍ରାପଡା: ଭୂମିହୀନଙ୍କୁ ଚିହ୍ନଟ କରି ଜମି ଦେଇଥିଲେ ସରକାର । ସହରାଞ୍ଚଳ ଆବାସ ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ମଧ୍ୟ ଦେଲେ । କିନ୍ତୁ ଘର କାମ ଆରମ୍ଭ ପୂର୍ବରୁ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ମ୍ୟୁନିସିପାଲିଟି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରୁ । ଦିନ ମଜୁରୀ ଲାଗି ପରିବାର ପୋଷୁଥିବା ଲୋକଟି ଘରଟିଏ ତିଆରି କରିବାରୁ ବଞ୍ଚିତ । ଦିନରେ ଖରା ଆଉ ରାତିରେ ତାରା ଦେଖିବା ହେଲା ସାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।

ଘର କରିବାରୁ ବଞ୍ଚିତ ଭୂମିହୀନ:

KENDRAPARA AWAS YOJANA ISSUE (ETV Bharat Odisha)

ସୂଚନା ଯୋଗ୍ୟ, ଦୀର୍ଘ ବର୍ଷ ଧରି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଭଗେଶ୍ଵରପୁର ମୌଜାରେ କିଛି ପରିବାର ସରକାରୀ ସ୍ଥାନରେ ବସବାସ କରୁଥିଲେ । ସରକାରଙ୍କ ପ୍ରଦତ୍ତ ଖଜଣା କାଟୁଥିବାରୁ ୨୦୨୦-୨୦୨୩ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ତଥା ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସ୍ୱାକ୍ଷରରେ ୯ଟି ପରିବାରକୁ ୩୨୩ ବର୍ଗଫୁଟର ଜାଗା ଚିହ୍ନଟ କରାଯାଇ, ସେମାନଙ୍କୁ ଭୂମିହୀନ ପଟ୍ଟା ପ୍ରଦାନ କରାଯାଇଥିଲା । ପରେ ସେହି ପରିବାରକୁ ଆବାସ ଯୋଜନାରେ ଘର କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରିଥିଲା କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି । ହେଲେ ପୁଣି ସେମାନଙ୍କୁ ସେଠାରେ ଘର ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ ।

ଏମିତି କହିଲେ ସ୍ଥାନୀୟ ବାସିନ୍ଦା:

ଏନେଇ ସ୍ଥାନୀୟ ବାସିନ୍ଦା କୁନି ସାହୁ କହିଛନ୍ତି ,"ଆମେ ବାପା, ଅଜା ଅମଳରୁ ଏହି ଭଗେଶ୍ଵରପୁର ମୌଜାରେ ରହିଆସୁଛୁ । ଆମକୁ ଜାଗା ପଟ୍ଟା ମିଳିଛି । ଘର କରିବା ପାଇଁ ୱାର୍କ ଅର୍ଡର ମଧ୍ୟ ମିଳିଛି । ହେଲେ ମ୍ୟୁନିସିପାଲିଟି ଘର କାମ ଆରମ୍ଭ କରିବା ପାଇଁ ସହଯୋଗ କରୁନାହିଁ । ଏନେଇ ଆମେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲୁ ହେଲେ କୌଣସି ସୁଫଳ ମିଳୁନାହିଁ ।"

ଏହା ମଧ୍ୟ ପଢନ୍ତୁ...ଶୂନ୍ୟକାଳରେ ଗନ୍ଧମାର୍ଦ୍ଦନ ଝଡ଼, ଉପ-ମୁଖ୍ୟମନ୍ତ୍ରୀ କହିଲେ ‘କୌଣସି କମ୍ପାନୀକୁ ଦେବୁନି’

ଏହା ମଧ୍ୟ ପଢନ୍ତୁ...ଅବସର ପରେ 'ପେନସନ' ଟେନସନ୍, ପେନସନ ଅଦାଲତରେ ଶୁଣାଇଲେ ସଂଘର୍ଷ କାହାଣୀ

ଏହା ମଧ୍ୟ ପଢନ୍ତୁ...ଭୋଟ ନଦେବାରୁ ଗାଁରୁ ବାସନ୍ଦ, ନ୍ୟାୟ ମାଗୁଛନ୍ତି ପରିବାର

ଏମିତି କହିଲେ ପୌର ନିର୍ବାହୀ ଅଧିକାରୀ:
କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି," ସେଠାରେ ବସବାସ କରୁଥିବା ଏଲଆରସି ପାଇଁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ପରିବାରଙ୍କୁ ଥଇଥାନ ପାଇଁ ଅନ୍ୟ ଏକ ମୌଜା ଚିହ୍ନଟ କରାଯିବ । ସେମାନଙ୍କୁ କଲୋନୀ କରି ଥଇଥାନ କରାଯିବ । ଯେହେତୁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ବହୁ ପୁରାତନ ତେଣୁ ସେମାନଙ୍କୁ ପ୍ଲାନିଂ କରି ଥଇଥାନ କରାଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.