ETV Bharat / state

ପୁରୀରେ ଯୁଦ୍ଧ ଜାହାଜ, ନୌସେନା ଦିବସରେ ପରାକ୍ରମ ଦେଖିବ ଦେଶ - BATTLE TANK AT PURI

ନୌସେନା ଦିବସ ପାଳନ ପାଇଁ ପୁରୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ପହଞ୍ଚିଲା ଯୁଦ୍ଧ ଜାହାଜ ଓ ଟ୍ୟାଙ୍କ ।

BATTLE TANK AT PURI
BATTLE TANK AT PURI (ETV Bharat Odisha)
author img

By ETV Bharat Odisha Team

Published : Nov 27, 2024, 4:56 PM IST

ପୁରୀ: ପାଖଉଛି ସମୟ...ପରାକ୍ରମ ଦେଖାଇବ ନୌସନା । ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର । ପ୍ରଥମଥର ପାଇଁ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଯାଉଛି । ଜଗନ୍ନାଥ ଧାମରେ ଯୁଦ୍ଧ କୌଶଳ ଦେଖାଇବ ନୌସେନା । ହାତରେ ଆଉ ମାତ୍ର ସପ୍ତାହେରୁ କମ୍‌ ସମୟ ରହିଛି । ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଓ ଯୁଦ୍ଧ ଟ୍ୟାଙ୍କ ।

ପୁରୀ ବେଳାଭୂମିରେ ଯୁଦ୍ଧ ଜାହାଜ:

ପୁରୀରେ ଯୁଦ୍ଧ ଜାହାଜ (ETV Bharat Odisha)

ଆସନ୍ତା ଡ଼ିସେମ୍ବର ୪ରେ ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ( Navy Day) । ଏହି ଅବସରରେ ନୌସେନା ନିଜର ପରାକ୍ରମ ପ୍ରଦର୍ଶନ କରିବ । ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ, ବିଭିନ୍ନ କମାଣ୍ଡ ବିଭିନ୍ନ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । ୨୫ଟି ନୌସେନାର ଜାହାଜ, ୪୦ଟି ଯୁଦ୍ଧ ବିମାନ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ ।

ଯୋଗ ଦେବେ ରାଷ୍ଟ୍ରପତି:

ନୌସେନା ଦିବସ ପାଳନ
ନୌସେନା ଦିବସ ପାଳନ (ETV Bharat Odisha)

ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଏଣୁ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନୌସେନା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୁରୀର ବ୍ଲୁ ଫ୍ଲାଗ ବିଚ୍ ସମ୍ମୁଖରେ ଏହି ନୌସେନା ଦିବସ ପାଳନ ହେବାକୁ ଥିବା ବେଳେ ବ୍ଲୁ ଫ୍ଲାଗ ବିଚ୍ ରାଷ୍ଟ୍ରପତିଙ୍କ ପାଇଁ ସ୍ଵତନ୍ତ୍ର ମଞ୍ଚ ସହ ଭିଭିଆଇପି(VVIP)ଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ବ୍ଲୁ ଫ୍ଲାଗ ବିଚକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।

  • ଡିସେମ୍ବର 4ରେ ନୌସେନା ଦିବସ
  • ପୁରୀ ବିଚରେ ପାଳନ ହେବ ନୌସେନା ଦିବସ
  • ଯୋଗ ଦେବେ ରାଷ୍ଟ୍ରପତି
  • ପୁରୀରେ ପହଞ୍ଚିଲା ଯୁଦ୍ଧ ଜାହାଜ
  • ମତ୍ସ୍ୟଜୀବୀଙ୍କ ପାଇଁ ଲାଗିଲା କଟକଣା

ଆସିଲାଣି 4ଟି ଯୁଦ୍ଧ ଟ୍ୟାଙ୍କ:

ନୌସେନା ଦିବସ ପାଳନ
ନୌସେନା ଦିବସ ପାଳନ (ETV Bharat Odisha)

ନୌସେନା ଦିବସ ପାଳନ ପାଇଁ ପୁରୀ ସମୁଦ୍ର କୂଳରେ ଗୋଟିଏ ବଡ଼ ଜାହାଜ ଆସିଥିବା ବେଳେ ୪ଟି ଯୁଦ୍ଧ ଟ୍ୟାଙ୍କ ଆସିଛି । ଆହୁରି ଅନେକ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ଅନେକ ସାମରିକ ଯୁଦ୍ଧ ସାମଗ୍ରୀ ଆସିବ । ନୌସେନା ଦିବସ ଅବସରରେ ନୌସେନାର ଯବାନ ମାନେ ପ୍ୟାରେଡ ରିହରସଲ କରିଛନ୍ତି ।

କେଉଁଠି କାର୍ଯ୍ୟକ୍ରମ ଦେଖିବେ ଲୋକେ:

ନୌସେନା ଦିବସ ପାଳନ
ନୌସେନା ଦିବସ ପାଳନ (ETV Bharat Odisha)

ସାଧାରଣ ଲୋକମାନେ ନୌସେନାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିବା ପାଇଁ ପୁରୀ ବେଳାଭୂମିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଦିଗବାରେଣି ଛକ ଠାରୁ ଷ୍ଟ୍ରଲିଙ୍ଗ ମୁହାଣ ବେଳାଭୂମି ଏବଂ ନିଳାଦ୍ରୀ ବିଚରୁ ପେଣ୍ଠକଟା ବିଚରେ ସାଧାରଣ ଲୋକେ ନୌସେନାର ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯିବ । ଓଡ଼ିଶାର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଏବଂ ନୌସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିବା ପାଇଁ ଏବେ ପୁରୀ ସହରବାସୀ ଏବଂ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଅଛନ୍ତି ।

ସାଧାରଣ ଲୋକଙ୍କ ପାଇଁ ଏଇଠୁ ଦେଖିବେ କାର୍ଯ୍ୟକ୍ରମ

ନୌସେନା ଦିବସ ପାଳନ
ନୌସେନା ଦିବସ ପାଳନ (ETV Bharat Odisha)
  • ଦିଗବାରେଣି ଛକ ଠାରୁ ଷ୍ଟ୍ରଲିଙ୍ଗ ମୁହାଣ ବେଳାଭୂମି, ନିଳାଦ୍ରୀ ବିଚରୁ ପେଣ୍ଠକଟା ବିଚ

    ମତ୍ସ୍ୟଜୀବୀଙ୍କ ପାଇଁ କଟକଣା:
    ପୁରୀ ସମୁଦ୍ର ଉପକୂଳରେ ନୌସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରୀ କରାଯାଇଛି । ନୌବାହିନୀର ଯୁଦ୍ଧ ଜାହାଜ ଯେଉଁ ସ୍ଥାନରେ ରହିବେ ସେହି ଅଞ୍ଚଳକୁ ଡଙ୍ଗା ଏବଂ ଟ୍ରଲର ଯାତାୟାତକୁ ନିଷିଦ୍ଧ କରାଯାଇଛି । ତେବେ ଡିସେମ୍ବର ୪ ତାରିଖ ଆଉ ମାତ୍ର ଅଳ୍ପଦିନ ଥିବାବେଳେ ଭାରତୀୟ ନୌସେନାର ସ୍ବତନ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ଏବେ ସମସ୍ତେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି । ‌

ଏହା ମଧ୍ୟ ପଢନ୍ତୁ:

ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ: ଏଥର ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିବ ନୌସେନା - Navy Day preparation 2024

ଗୋପାଳପୁରରେ ଯୁଦ୍ଧ ଜାହାଜ ‘INS-କୁଠାର’, ନୌସେନା ଦିବସରେ ନେବ ଭାଗ

ପାରାଦ୍ୱୀପରେ ନୌସେନା ଜାହାଜ INS ସତପୁରା

  • ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି
  • ଯୁଦ୍ଧ ଜାହାଜ ରହିବା ସ୍ଥାନରେ ଡଙ୍ଗା-ଟ୍ରଲର ଯାତାୟତ ମନା

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.