ETV Bharat / snippets

୨୪ରେ ବଡ଼ ବିପର୍ଯ୍ୟୟ: ହାରିଲେ ନବୀନ-ମନମୋହନ-ଶରତ

author img

By ETV Bharat Odisha Team

Published : Jun 5, 2024, 9:41 AM IST

୨୪ରେ ବଡ଼ ବିପର୍ଯ୍ୟୟ: ହାରିଲେ ନବୀନ-ମନମୋହନ-ଶରତ
୨୪ରେ ବଡ଼ ବିପର୍ଯ୍ୟୟ: ହାରିଲେ ନବୀନ-ମନମୋହନ-ଶରତ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ଶୋଚନୀୟ ପରଜୟ ବରଣ କରିଛି ବିଜେଡି । ୨୦୨୪ ଜନାଦେଶ ରାଜ୍ୟ ରାଜନୀତିର ବଡ଼ ବଡ଼ ମହାଦ୍ରୁମଙ୍କ ସ୍ବପ୍ନ ଧୂଳିସାତ୍ କରିଦେଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ଚଳିତ ନିର୍ବାଚନରେ ରାଜ୍ୟରେ ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସର ସଭାପତି ପରାସ୍ତ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରେ ବିଜେଡିର ବ୍ୟୋମକେଶ ରାୟଙ୍କ ଠାରୁ ପ୍ରାୟ ୨ ହଜାର ଭୋଟରେ ହାରିଛନ୍ତି । ଶରତ ପଟ୍ଟନାୟକ ନୂଆପଡାରେ ମାତ୍ର ୧୫,୫୦୧ ଖଣ୍ଡ ଭୋଟ ପାଇଁ ବଡ ପରାଜୟର ସମ୍ମୁଖୀନ ହୋଇଛନ୍ତି । ସେହିପରି ନବୀନ ପଟ୍ଟନାୟକ ଗଞ୍ଜାମ ହିଞ୍ଜିଳିରୁ ଜିତିଥିଲେ ହେଁ ବଲାଙ୍ଗୀରର କଣ୍ଟାବାଞ୍ଜି ଆସନରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬,୩୨୧ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.